ହେଡଲାଇନସ୍:

ଭୁବନେଶ୍ଵର ଏକ ନମ୍ବର ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୨୪ ଜାନୁୟାରୀ ୧୩ରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ବର: ଆଜି ଏକ ନମ୍ବର ଉଚ୍ଚ ବାଳକ ବିଦ୍ୟାଳୟ, ଭୁବନେଶ୍ୱର ଠାରେ ପୁରାତନ ଛାତ୍ର ସଂଘର ସଭାପତି ଡଃ ମଧୁ ମାଧବ ଜେନା ଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ! ଏହି ସଭାରେ ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୨୦୨୪ ଜାନୁଆରୀ ମାସ ୧୩ ତାରିଖ (ଶନିବାର) ରେ ସ୍କୁଲର ସମସ୍ତ ପ୍ରାକ୍ତନ ଛାତ୍ର ମାନଙ୍କର ଏକ ସମ୍ମିଳନୀ ଅୟୋଜିତ ହେବ! ତେଣୁ ଏହି ସମିଳନୀକୁ ସାଫଲ୍ୟ କରିବା ପାଇଁ ସମସ୍ତଙ୍କ ସହଯୋଗ ଏବଂ ବିଷଦ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବା ପାଇଁ ଆସନ୍ତା ନଭେମ୍ବର ଏଗାର ତାରିଖ ସକାଳ ୦୯ ଟାବେଳେ ଆଉ ଏକ ପ୍ରସ୍ତୁତି ବୈଠକ ସ୍କୁଲ ହତାରେ ବସିବ l ତେଣୂ ସମସ୍ତ ପ୍ରାକ୍ତନ ଛାତ୍ରମାନେ ଏହି ସଭାରେ ଯୋଗ ଦେଇ ସେମାନଙ୍କ ମତାମତ ଦେବା ପାଇଁ ଅନୁରୋଧ | ଆଜିର ସଭାରେ ଆଇନଜୀବୀ ଶୀଳଭଦ୍ର ଶାସ୍ତ୍ରୀ,ଇଂ ରାଜେଶ କାନୁନଗୋ, ଅମରେନ୍ଦ୍ର ଦାସ,ଗଣେଶ ମିଶ୍ର, ଲିଙ୍ଗରାଜ ସେଠି, ଡଃ ରାଜୀବ ମହାପାତ୍ର, ବିଶିଷ୍ଟ ଯୋଗଗୁରୁ ଶାନ୍ତମତି ମିଶ୍ର, ବରିଷ୍ଠ ଫଟ ସାମ୍ବାଦିକ ପିୟୁଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ l

0
0
0
s2sdefault