ଭୁବନେଶ୍ୱର:ଚିଠା ଭୋଟର ତାଲିକା-୨୦୨୪ ପ୍ରକାଶ ପାଇବା ପୂର୍ବରୁ ୧୭ ବର୍ଷ ବୟସରୁ ଉର୍ଧ୍ଵ ନୂତନ ଯୁବ ମତଦାତାମାନଙ୍କୁ ଭୋଟର ତାଲିକାରେ ସାମିଲ କରିବା ଓ ଭୋଟର ତାଲିକା ସଂଶୋଧନ ନେଇ ଭୁବନେଶ୍ୱରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନଙ୍କ ମିଳିତ ଆନୁକୂଲ୍ୟରେ ଭୋଟ ଦେବା, ଗଣତନ୍ତ୍ରକୁ ସୁଦୃଢ କରିବା ଶୀର୍ଷକ ଉପରେ ରାଜ୍ୟସ୍ତରୀୟ ବିଶାଳ ଭୋଟର ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛିା ଏହି ଶୋଭାଯାତ୍ରାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧୀକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲୋ ଏହି ଶୋଭାଯାତ୍ରା ରାମ ମନ୍ଦିର ଛକଠାରୁ ବାହାରି ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲାା ଉକ୍ତ ସଚେତନତା ପଦଯାତ୍ରାରେ ଓଡିଶୀ, ଘୋଡାନାଚ ଓ ପାଇକ ଆଖଡା ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସ୍କୁଲ, କଲେଜର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଏନ୍ଏସ୍ଏସ୍, ସ୍କାଉଟ୍, ଗାଇଡ୍, ବୁଦ୍ଧିଜୀବୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଗଣମାଧ୍ୟମ ପ୍ରତିନିଧି ଓ ବରିଷ୍ଠ ପଦାଧିକାରୀମାନେ ସାମିଲ ହୋଇଥିଲୋ ଏହି ଅବସରରେ ପୁଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଖୋରଧା ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶତ୍ରୁଘ୍ନ କର, ଖୋରଧା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରୁଦ୍ର ନାରାୟଣ ମହାନ୍ତି, ଉପ ଜିଲ୍ଲାପାଳ ଶ୍ରୀ ଚିନ୍ମୟ କୁମାର ଆଚାର୍ଯ୍ୟ, ନାଇଜରର ପ୍ରଫେସର ବେଦାଙ୍ଗଦାସ ମହାନ୍ତି, ସମାଜସେବୀ ସାଧନା ମିଶ୍ର, ଆନ୍ତର୍ଜାତିକ ଚେସ ଖେଳାଳି ପଦ୍ମିନୀ ରାଉତଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲୋ
୨୦୨୪ ବର୍ଷ ପାଇଁ ନୂତନ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛିା ଚଳିତ ଅକେଫାବର ୨୭ ତାରିଖଠାରୁ ଆସନ୍ତା ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ସୂଚନା ଦେଇଛନ୍ତିା ବିଶେଷ କରି ନୂତନ ଭୋଟରମାନଙ୍କୁ ଭୋଟର ତାଲିକାରେ ନାମ ପଞିକରଣ ପାଇଁ ବ୍ୟାପକ ସଚେତନ କରାଯିବା ସହ ୧୭ ବର୍ଷରୁ ଉର୍ଧ୍ଵ ନାଗରିକମାନଙ୍କୁ ଆବେଦନ ପତ୍ର ଦାଖଲରେ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି କହିଥିଲୋ ଗୋଟିଏ ବର୍ଷରେ ୪ ଥର ଅର୍ଥାତ ଜାନୁଆରୀ ୧, ଅପ୍ରେଲ ୧, ଜୁଲାଇ ୧ ଓ ଅକେଫାବର ୧ ତାରିଖକୁ ଯୋଗ୍ୟତାସୂଚକ ତାରିଖ ଧରାଯାଇ ନୂତନ ଭୋଟରମାନେ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରିବା ପାଇଁ ୬ ନମ୍ବର ଫର୍ମରେ ଆବେଦନ କରିପାରିବେ ବୋଲି ସେ କହିଥିଲୋ ଭୋଟର ତାଲିକାରେ ନାମ ପଞ୍ଜିକରଣ କିମ୍ବା ନାମ ଯୋଗ ପାଇଁ ଫର୍ମ ନଂ ୬, ଭୋଟର ତାଲିକରୁ ନାମ ବାଦ ଦେବା କିମ୍ବା କାଟିବା ପାଇଁ ଫର୍ମ ନଂ ୭ ଓ ଭୋଟର ତାଲିକାରେ ତ୍ରୁଟି ସଂଶୋଧନ ପାଇଁ ଫର୍ମ ନଂ ୮ କୁ ଉପଯୋଗ କରିପାରିବୋ
ଆସନ୍ତା ମାସ ୫, ୧୧, ୧୯ ଓ ୨୫ ତାରିଖକୁ ସ୍ୱତନ୍ତ୍ର ପ୍ରଚାର ଦିବସ ଭାବେ ଧାର୍ଯ୍ୟ କରାଯାଇଛିା ଏହି ଦିନରେ ସମସ୍ତ ବୁଥରେ ବୁଥସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଭୋଟରମାନଙ୍କୁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟରେ ସହଯୋଗ କରିବେ ବୋଲି ଶ୍ରୀ ଧଳ ସୂଚନା ଦେଇଥିଲୋ
ଏହି ଶୋଭାଯାତ୍ରା ଅବସରରେ ଭୋଟର ସହାୟତା କେନ୍ଦ୍ର, ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇ ଭୋଟ ଦେବା ପ୍ରକ୍ରିୟା ସମ୍ପର୍କରେ ନୂତନ ଭୋଟରମାନଙ୍କୁ ସଚେତନ କରାଯାଇଥିଲାା ଝୋଟି, ରଙ୍ଗୋଲି, ପେଣ୍ଟିଂ, କୁଇଜ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲାା
ରାଜ୍ୟ
ଭୋଟର ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ: ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା କାର୍ଯ୍ୟକ୍ରମ-୨୦୨୪ ଆରମ୍ଭ
- Hits: 261








