ହେଡଲାଇନସ୍:

ଗୁଣୁପୁର ଠାରେ ପଥ ଉତ୍ସବ, ୱ।କ।ଥନ ଓ ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ତା:28-10-2023ରିଖ ଦିନ ଉପଖଣ୍ଡ ସ୍ତରୀୟ ପଥ ଉତ୍ସବ, ୱ।କାଥନ ଓ ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ-2024 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । 01-01-2024 ସୁଦ୍ଧା ଯେଉଁ ମାନଙ୍କ ବୟସ 18 ବର୍ଷ ହେଉଥିବ ସେମାନଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା, ଭୋଟର ତାଲିକାରେ ନାମ ଭୁଲ ଥିଲେ ସଂଶୋଧନ କରିବା, ନାମ ବାଦ କରିବା, ବୁଥ ପରିବର୍ତ୍ତନ କରିବା ଆଦିର ସଚେତନ ନିମନ୍ତେ ଭାରତ ନିର୍ବାଚନ କମିଶନର ଓ ମୁଖ୍ୟ ନିର୍ବାଚନ ଅଧିକାରୀ ଓଡିଶାଙ୍କ ନିର୍ଦ୍ଦେଶକ୍ରମେ 28ତାରିଖ ଦିନ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ପଥ ଉତ୍ସବ, ୱ।କାଥନ ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ ନିମନ୍ତେ ଶୋଭାଯାତ୍ରା ଆରମ୍ଭ ହୋଇ ଟାଉନ ହଲ ଠାରେ ପହଁଚିଥିଲା । ଶୋଭାଯାତ୍ରାରେ ବିଭିନ୍ନ ମହାବିଦ୍ୟାଳୟ, ବିଦ୍ୟାଳୟ ଛାତ୍ର ଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଆଦିବାସୀ ନୃତ୍ୟ ଦଳ, ପୋଲିସ, ଅଗ୍ନିଶମ ସେବା ସଂସ୍ଥା, ମେଡିକାଲ ଦଳ, ଦକ୍ଷତା ବିକାଶ କେନ୍ଦ୍ରର ଛାତ୍ରୀ, ସରକାରୀ କର୍ମଚାରୀ, ବୁଦ୍ଧିଜୀବୀ, ସାମ୍ବାଦିକ, ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ସମେତ ବହୁ ଜଣ ସାଧାରଣ ଯୋଗ ଦେଇଥିଲେ । ପଥ ଉତ୍ସବ ମାଧ୍ୟମରେ ଭୋଟର ତାଲିକା ସଂଶୋଧନ ଓ ସ୍ୱତନ୍ତ୍ର ସହାୟତା ଦିବସ ନଭେମ୍ବର 5, 11, 19 ଓ 25 ତାରିଖ ଦିନ ବୁଥ ଲେବୁଲ ଅଧିକାରୀ ବୁଥରେ ଉପସ୍ଥିତ ରହି ସମସ୍ତ ଦାବି, ଆପତ୍ତି ଗ୍ରହଣ କରିବେ ବୋଲି ସଚେତନ କରାଯାଇଥିଲା । ପଥ ଉତ୍ସବ ପରେ ଟାଉନ ହଲ ଠାରେ ଏକ ସଚେତନ ସଭା କରାଯାଇଥିଲା । ଏହି ସଭାରେ ଗୁଣପୁର ଉପ ଜିଲ୍ଲାପାଳ ଲଳିତ କୁମାର କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଭୋଟର ତାଲିକା ସଂଶୋଧନ, ବାଦ ବିଷୟରେ ନିଜ ବ୍ୟକ୍ତବ ରଖିଥିଲେ ଓ କହିଥିଲେ ଯେ, ଏଇଠୁ ଜାଣିକି ଗଲେ ନିଜ ଗାଁ, ସହର, ପରିବାର ଭିତରେ ଏହି ବିଷୟରେ କହିପରିବା । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବୁଦ୍ଧିଜୀବୀ ଲୋକନାଥ ପାଣିଗ୍ରାହୀ, ଡ଼ ଚନ୍ଦ୍ର ଧ୍ଵଜ ପଣ୍ଡା, ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ର।ଞ୍ଜଳୀ ପ୍ରଧାନ, ତହସିଲଦାର ଲୀଳାବତୀ ଆଚାର୍ଯ୍ୟ, ପୌର ନିର୍ବାହୀ ଅଧିକାରୀ ଡ଼ ସ୍ୱୟଂ ସପୂର୍ଣ୍ଣା ରାଉତ, ସହକାରୀ ଜିଲ୍ଲାପାଳ ବିପିନ ଚନ୍ଦ୍ର ନାୟକ, ଅତିରିକ୍ତ ତହସିଲଦାର ଅଂଶୁମାନ ପରିଡା, ଥାନା ନିରୀକ୍ଷକ ଉତ୍ତମ କୁମାର ସାହୁ ମଞ୍ଚାସିନ ଥିଲେ । ସହକାରୀ ଜିଲ୍ଲାପାଳ ସତ୍ୟଜିତ ନାୟକ ସଭାପତିତ୍ୱ କରିଥିବା ବେଳେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅନନ୍ତ ପାତ୍ର ସଂଯୋଜନା କରିଥିଲେ । 27-10-2023ତାରିଖ ଦିନ ଅନୁଷ୍ଠିତ ଝୋଟି, ଚିତ୍ରଙ୍କନ ଆଦିର ପୁରସ୍କାର ସହ 28 ତାରିଖ ଦିନ ଅନୁଷ୍ଠିତ ଶୋଭାଯାତ୍ରା, ସଂସ୍କୃତିକ କାର୍ଯ୍ୟକ୍ରମର ପୁରସ୍କାର ମୁଖ୍ୟ ଅତିଥିଙ୍କ ଦ୍ୱାରା ବିତରଣ କରଯାଇଥିଲା । ସେବା ସମାଜ (ଶିଶୁ ଯତ୍ନ ଅନୁଷ୍ଠାନ), ଥୟାରମ୍ମ। ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

 

0
0
0
s2sdefault