ହେଡଲାଇନସ୍:

ଶଙ୍ଖ ଫୁଙ୍କିଲେ ବିଜେପି ଏନଏସି ଅଧ୍ୟକ୍ଷ ଓ କାଉନସିଲର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର: ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବରପାଲି ଏନଏସି ଅଧ୍ୟକ୍ଷ ଦୀନେଶ ଗହିର ଓ ବିଜେପୁର ଏନଏସି ୪ନଂ ୱାର୍ଡ଼ର କାଉନସିଲର ଦୀପକ ପାଣିଗ୍ରାହୀଙ୍କ ସମେତ ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖଭବନ ଠାରେ ମନ୍ତ୍ରୀ ତଥା ବିଜେପୁର ବିଧାୟିକା ରୀତା ସାହୁଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି । ଦଳରେ ସାମିଲ୍ ହୋଇଥିବା ସମସ୍ତ କର୍ମକର୍ତ୍ତାଙ୍କୁ ଉପଢୌକନ ଦେଇ ଶ୍ରୀମତୀ ସାହୁ ଦଳକୁ ସ୍ଵାଗତ କରିଥିଲେ । ବିଜୁ ଜନତା ଦଳରେ ବରପାଲି ଏନଏସି ଅଧ୍ୟକ୍ଷ ଓ ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଜେପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବରପାଲି ଏନଏସି ଅଧ୍ୟକ୍ଷ ଏବଂ ବିଜେପି କର୍ମକର୍ତ୍ତାମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଲୁ ବୋଲି କହିଥିଲେ । ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।
ଏହି ମିଶ୍ରଣ ପର୍ବରେ ବିଜେପୁର ବ୍ଲକର ସୁରେନ୍ଦ୍ର ସାହୁ, ତାରାଚନ୍ଦ୍ର ପାଟିଲ, ସୁଶାନ୍ତ ବାରିକ, ଗାଇସିଲଟ ବ୍ଲକର ଲୋକେଶ ପୁରୋହିତ, ସୁବ୍ରତ କୁମାର ଯୋଶୀ, ଆଲୋକ କୁମାର ସାହୁ, ସୁଶାନ୍ତ କୁମାର ସାହୁ, କୈଳାସ ସାହୁ, ବିଜେପୁର ଏନଏସିର ପ୍ରଫୁଲ୍ଲ ଗଢିଆଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ୍ ହୋଇଥିଲେ । ଏହି ମିଶ୍ରଣ ପର୍ବରେ ବରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟକ ସୁଧୀର କୁମାର ସାମଲ ଉପସ୍ଥିତ ଥିଲେ । ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault