ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାର ଅଗ୍ରଣୀ ମହିଳା ସଙ୍ଗଠନ "ପ୍ରଗତି" ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ "କୁମାର ଉତ୍ସବ"-୨୦୨୩ ସ୍ଥାନୀୟ ୟୁ ଟେକ୍ କମ୍ପ୍ୟୁଟର ସେଣ୍ଟର୍ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ପ୍ରଗତିର ସଭାନେତ୍ରୀ କଳ୍ପନା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଗଜପତି, ବିରେନ୍ଦ୍ର କୁମାର ଦାସ ଯୋଗ ଦେଇଥିବା ବେଳେ ବିଶିଷ୍ଠ ଅତିଥି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଦୀପ କୁମାର ପାତ୍ର , ମୁଖ୍ୟବକ୍ତା ଅଧ୍ୟକ୍ଷ ବିନୋଦିନୀ କନିଷ୍ଠ ବିଦ୍ୟାଳୟ , ପଦ୍ମପୁରର ମନୋଜ କୁମାର ପଟ୍ଟନାୟକ , ସମ୍ମାନୀତ ଅତିଥି ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ପ୍ରଗତିର ଉପ ସଭାପତି ଲୋକନାଥ ମିଶ୍ର ମଞ୍ଚାସୀନ ହୋଇ କୁମାର ଉତ୍ସବ ପାଳନର ତାତ୍ୱିକ ଆଲୋଚନା କରିଥିଲେ। ଏହି ଅବସରରେ ମଧ୍ୟାହ୍ନରେ ଝୋଟି , ପୁଚି , ହୁଳହୁଳି , ତର୍କ , ମେହେନ୍ଦି , କାକରା ପ୍ରସ୍ତୁତି , ମଣ୍ଡା ପିଠା ପ୍ରସ୍ତୁତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାର ବିଜୟୀ ଗୃହିଣୀ ଓ ଛାତ୍ର ଛାତ୍ରୀଙ୍କୁ ମଞ୍ଚାସୀନ ମାନେ ପ୍ରମାଣ ପତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା।
ପ୍ରଗତିର ସମ୍ପାଦିକା ତନୁଜା ଶତପଥୀ ପ୍ରାକ୍ ସୂଚନା ଦେଇଥିଲେ। ସୁଶ୍ରୀ ପ୍ରତୀକ୍ଷା ପାଣିଗ୍ରାହୀ ସ୍ବାଗତ ସମ୍ଭାଷଣ ଓ ଭାଗବତ ପାଢ଼ୀ ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷାବିତ୍ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଂଯୋଜନାରେ ସଭା , ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଭା ଶେଷରେ ଅଧ୍ୟାପିକା ଡି.ପ୍ରିୟଙ୍କା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
ସଭାପରେ ପାରଳାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସମଲେଇ ନୃତ୍ୟ କଳା ପରିଷଦ , ଶ୍ରୀଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ରର ଛାତ୍ରୀ ମାନେ ଓଡ଼ିଶୀ , ସମ୍ବଲପୁରୀ , ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିଥଲେ। ସମସ୍ତ କାର୍ଯ୍ୟକ୍ରମକୁ ମୁରଲୀଧର ପରିଚ୍ଛା , ଶରତ ପ୍ରଧାନ , ମାନସୀ ପଣ୍ଡା , ପ୍ରଫୁଲ୍ଲ ବେବର୍ତ୍ତା , ପଣ୍ଡିତ ନରସିଂହ ଗୌଡ଼ , ତ୍ରିପତି ପଣ୍ଡା , ବିଷ୍ଣୁ ପଣ୍ଡା , ନିତ୍ୟାନନ୍ଦ ଚୌଧୁରୀ ପ୍ରଭୃତି ପରିଚାଳନାରେ ସହଯୋଗ କରିଥିଲେ।
ରାଜ୍ୟ
ବିଜ୍ଞାନ ଏବଂ ସଭ୍ୟତା ଯେତେ ପ୍ରଗତି ପଥେ ଗଲେ ମଧ୍ୟ ସଂସ୍କୃତି , ପରମ୍ପରା ସାମାଜିକ ଶୃଙ୍ଖଳା ଆଦର୍ଶକୁ ଉଚିତ ଶିକ୍ଷା ଦେଇଥାଏ
- Hits: 321








