ହେଡଲାଇନସ୍:

୨୦୨୪ ରେ ଅଧିକରୁ ଅଧିକ ସଂଖ୍ଯାରେ ଭୋଟର ମାନଙ୍କୁ ସାମିଲ କରିବା ଲକ୍ଷ୍ୟ ନେଇ ପଦ୍ମପୁରରେ ଓ୍ବାକାଥନ୍ ଓ ପଥ ଉତ୍ସବ ଅନୁଷ୍ଠିତ l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର :- ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ -୨୦୨୪ ରେ ଅଧିକରୁ ଅଧିକ ସଂଖ୍ଯାରେ ଭୋଟର ମାନଙ୍କୁ ସାମିଲ କରିବା ଲକ୍ଷ୍ୟରେ ପଦ୍ମପୁରରେ ଓ୍ବାକାଥନ୍ ଓ ପଥ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉପଖଣ୍ଡ ପ୍ରଶାସନ ତରଫରୁ ଆୟୋଜିତ ଏହି କାର୍ଯ୍ଯକ୍ରମରେ ପଦ୍ମପୁର ସିନିୟର ସିଭିଲ୍ ଜଜ୍ ଦେବାଶିଷ ଦାସ, ଉପଜିଲ୍ଲାପାଳ ଆଲୋକ ପଟେଲ, ବିଡିଓ, ତହସିଲଦାର୍, ବିଭିନ୍ନ ବିଭାଗୀୟ ଅଧିକାରୀ, ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ, ବୁଦ୍ଧିଜୀବି ଓ ଜନସାଧାରଣ ଯୋଗ ଦେଇଥିଲେ । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିନାୟକ ମିଶ୍ରଙ୍କ ସଂଯୋଜନାରେ ଉପ- ଜିଲ୍ଲାପାଳ କାର୍ଯ୍ଯାଳୟ ପରିସରରୁ ସମସ୍ତେ ଓ୍ବାକାଥନରେ ବାହାରି ସହର ପରିକ୍ରମା କରିଥିଲେ । ଏହି ସମୟରେ ବିଭନ୍ନ ନିର୍ବାଚନ ସଚେତନତା ସ୍ଲୋଗାନ୍ ଦିଆଯାଇଥିଲା । ଭେଉଁରିଆ ଛକଠାରେ ଏକ ପଥ ଉତ୍ସବରେ ଭୋଟର ସଚେତନତା ଗୀତ ଓ ନିର୍ବାଚନ କୁଇଜ୍ କରାଯାଇଥିଲା। ଅତିଥିମାନେ ଗଣତନ୍ତ୍ରରେ ଭୋଟରଙ୍କ ଭୂମିକା ଉପରେ ନିଜର ମତରଖି ଲୋକଙ୍କୁ ଉତ୍ସାହିତ କରିଥିଲେ । ସହର ପରିକ୍ରମା ପରେ ସାଂସ୍କୃତିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ନିଆରା ପାରମ୍ପରିକ ଢଙ୍ଗରେ କଳାକାର ମାନେ ନିର୍ବାଚନ ସଚେତନତା ସୃଷ୍ଟି କରିଥିଲେ ।

ଏହି ଅବସରରେ ମହିଳାମାନେ ମଧ୍ଯ ରଙ୍ଗୋଲି ମାଧ୍ଯମରେ ନିର୍ବାଚନ ସଚେତନତା ସୃଷ୍ଟି କରିଥିଲେ । ଏହି ଅବସରରେ “ଆମେ ଭାରତର ମତଦାତା” ନାମକ ଏକ କ୍ଷୁଦ୍ର ଚଳଚିତ୍ର ଲୋକାର୍ପିତ ହୋଇଥିଲା । କାର୍ଯ୍ଯକ୍ରମ ଶେଷରେ ବିନାୟକ ମିଶ୍ର ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।

0
0
0
s2sdefault