ଭଞ୍ଜନଗର/ଉଦୟନାଥ ପଣ୍ଡା -ଭୋଟର୍ ସଚେତନତା ରାଲି ଭଞ୍ଜନଗରରେ ଯୋଗଦେଲେ ଛାତ୍ରଛାତ୍ରୀ ଙ୍କ ସହ ଅନେକ ପ୍ରଶାସନିକ ଅଧିକାରୀ ଓ ସାମ୍ବାଦିକ। ଆଜି ୨୮ ଅକ୍ଟୋବର ୨୦୨୩ ରିଖ ସକାଳ ଆଠଘଣ୍ଟା ସମୟରେ ଭଞ୍ଜମାଟି ଭଞ୍ଜନଗର ସହରରେ -ଭୋଟର ପଞ୍ଜିକରଣ,ନିର୍ବାଚନ ରେ ଅଶଂଗ୍ରହଣ,ନିର୍ଭୁଲ ଭୋଟର ତାଲିକା ସଂଶୋଧନ ସହ ସଚେତନତା ଏବଂ ଯୁବଗୋଷ୍ଠୀ ମଧ୍ୟରେ ଗଣତାନ୍ତ୍ରିକ ମୁଲ୍ୟବୋଧକୁ ପ୍ରଜ୍ବଳିତ କରିବା ପାଇଁ ଏକ ଓ୍ବାକାଥନ୍ ଓ ପଥୋତ୍ସବ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଯାଇଛି ।
ଏଥିରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅନିଲ କୁମାର ସେଠୀ ଓ୍ବାକାଥନ୍ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଭୋଟର ସଚେତନତା ପଦଯାତ୍ରା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ବାହାରି ରେଡକ୍ରସ ରୋଡ୍,ମୁଖ୍ୟ ସଡକ ଦେଇ ଭଞ୍ଜନଗର ବସଷ୍ଟାଣ୍ଡ ନିକଟରେ ପହଞ୍ଚିଥିଲା। ସେଠାରେ ପଥୋତ୍ସବ ଓ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳ ଶ୍ରୀ ସେଠୀ ଯୋଗଦେଇ ଯୁବଗୋଷ୍ଠୀ ଙ୍କୁ ଭୋଟର ତାଲିକାରେ ନାମ ସଂଯୋଗ ଓ ନିର୍ବାଚନ ରେ ମତଦାନ ଅଧିକାର ବିଷୟରେ ସଚେତନତା କରିବା ସହ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀ ଗଣ ଦେଶର ଜଣେ ଦାୟିତ୍ୱ ବାନ୍ ନାଗରିକ ହେବା ପାଇଁ ମତବ୍ୟକ୍ତ କରିଥିଲେ।
ପଥୋଚ୍ଛବ ଓ ଓ୍ବାକାଥନ୍ କାର୍ଯ୍ୟକ୍ରମ ରେ ସ୍ଥାନୀୟ ସାବିତ୍ରୀ ମହାବିଦ୍ୟାଳୟ ଓ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ କଳାକାର ଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହା ସହ ରଙ୍ଗୋଲି ଓ ଚିତ୍ରାଙ୍କନ କାର୍ଯ୍ୟକ୍ରମ କରାଯାଇ ଜନସାଧାରଣ ଙ୍କୁ ସଚେତନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଆଶୁତୋଷ ଗୌରବ କର,ବେଲଗୁଣ୍ଠା ତହସିଲଦାର ଶ୍ରୀ କଳାକୃଷ୍ଣ ପ୍ରଧାନ, ଭଞ୍ଜନଗର ସହାୟକ ଜିଲ୍ଲାପାଳ ଶ୍ରୀ ରାମଚନ୍ଦ୍ର ମହାପାତ୍ର, ଏଷ୍ଟାବ୍ଲିସମେଣ୍ଟ ଅଫିସର ଶ୍ରୀ ଅନିଲ କୁମାର ପଣ୍ଡା,ଭାରପ୍ରାପ୍ତ ଗ୍ରମ ପଞ୍ଚାୟତ ଅଧିକାରୀ ପ୍ରିୟଦର୍ଶୀନି ମଲିକ,କ୍ୟାପ୍ଟେନ ଏମ୍ କେ ସ୍ବାଇଁ, କେଏସୟୁବି କଲେଜ ର ନାଭାଲ ଉଇଙ୍ଗ୍ ଅଫିସର ରବିନ୍ଦ୍ର କୁମାର ମିଶ୍ର, ଉପଖଣ୍ଡ ସୁଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଗୌରୀଶଙ୍କର ଶତପଥୀ,ଶୁଳପାଣି ଶତପଥୀ, ଜଗଦୀଶ ପାଣିଗ୍ରାହୀଙ୍କ ସହ ସମସ୍ତ ମାନ୍ୟଗନ୍ୟ ବ୍ୟକ୍ତି ଓ ସମ୍ମାନୀୟ ସାମ୍ବାଦିକ ଗଣ ଯୋଗଦାନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ର ନିର୍ବାଚନ ବିଭାଗର ବରିଷ୍ଠ କର୍ମଚାରୀ ମୁକ୍ତିକାନ୍ତ ନାୟକଙ୍କ ସମେତ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଗଣ ସହଯୋଗ କରିଥିଲେ।








