ହେଡଲାଇନସ୍:

ହମିରପୁର ରେ ସୁନ୍ଦରକାଣ୍ଡ ଓ ରାମଚରିତ ମାନସ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା,(ବସନ୍ତ କୁମାର ଜେନା): ହମିରପୁର ସ୍ଥିତ କଣ୍ଟ୍ରାକର କଲୋନୀ ଠାରେ ସୁନ୍ଦରକାଣ୍ଡ , ହନୁମାନ ଚାଳିଶା ଓ ରାମଚରିତ ମାନସ ପଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନିରଞ୍ଜନ ଦାସ ଓ ଶୁଭ୍ରାବାବି ଦାସ କର୍ତ୍ତା ଭାବେ ଯୋଗଦେଇ ଥିବାବେଳେ ପୂଜକ ଭାବେ ନିତ୍ୟାନନ୍ଦ ଦେବତା ଓ ମୁକ୍ତିକାନ୍ତ ମିଶ୍ର ଦାୟିତ୍ୱ ନିର୍ବାହ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶ୍ରମମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଡ଼ଃ ସୁମନ ଦତ୍ତ, ନିରଞ୍ଜନ ସାମନ୍ତରାୟ,ହରି ସାହୁ, କାଦମ୍ବିନୀ ସାମଲ, ଜ୍ୟୋସ୍ନା ରାଣୀ ରାଉତ,ମୈ।ସମୀ ଦାସ, ଚନ୍ଦନ ଦାସ, ଶ୍ରୀକାନ୍ତ ସାହୁ, ମଞ୍ଜୁରାଣୀ ଗୋଥ, ଭାଗିରଥି ମଲ୍ଲିକ,ଏସ ରାଜୁ, ମନୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ଭଜନ କାର୍ଯ୍ୟକ୍ରମ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସର୍ଵଶ୍ରୀ ଶୁଭେନ୍ଦୁ ବାଦଲ ଦାସ, ସୁବ୍ରତ ରାଖଲ ଦାସ, ଶୋଭନ କୁମାର ଦାସ, ସୃଜନ ମୁନା ଦାସ ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ପରେ ମନ୍ତ୍ରୀ ଶ୍ରୀ ନାୟକ ହନୁମାନ ମନ୍ଦିର ପରିଦର୍ଶନ କରି ସେଠାରେ ଥିବା ଅସୁବିଧା ଗୁଡିକ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମନ୍ଦିର ପରିଚାଳନା କମିଟି ର ସଭାପତି ପ୍ରଭାତ କୁମାର ପରିଡ଼ା, ସମ୍ପାଦକ ନିରଞ୍ଜନ ସାମନ୍ତରାୟ, କୋଷାଧ୍ୟକ୍ଷ ଜ୍ୟୋସ୍ନା ରାଣୀ ରାଉତ, ସୁରେଶ ଦଳବେହେରା, ପଦ୍ମାବତୀ ଦଳବେହେରା, ଶ୍ରୀକାନ୍ତ ସାହୁ, କୁଞ୍ଜବିହାରୀ ରାଉତ, ଡ଼ଃ ସୁମନ ଦତ୍ତ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault