ହେଡଲାଇନସ୍:

ଶ୍ରେଷ୍ଠ ଓଡ଼ିଆଣୀ ଅଡିସନ ଆସନ୍ତା ୪ ଓ ୫ ରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା,(ବସନ୍ତ କୁମାର ଜେନା):ଓଡ଼ିଆ ସଂସ୍କୃତି ପ୍ରତି ପ୍ରତିବଦ୍ଧତା ରଖିଥିବା ସାଂସ୍କୃତିକ ଅନୁଷ୍ଠାନ * ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଗରିମା ପ୍ରାୟୋଜିତ ଶ୍ରେଷ୍ଠ ଓଡ଼ିଆଣୀ ର ଅଡିସନ ଆସନ୍ତା ନଭେମ୍ବର ମାସ ୪ ଓ ୫ତାରିଖ ଦିନ ଦିବା ୯ଘଟିକା ସମୟରେ ସେକ୍ଟର ୨୦ସ୍ଥିତ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହେବ ବୋଲି ପ୍ରସ୍ତୁତି ବୈଠକରେ ସ୍ଥିର କରାଯାଇଛି। ସେକ୍ଟର ୨ ସେହେନାଇ ମଣ୍ଡପ ଠାରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଗରିମା ର ସଭାପତି ମମତା ନାୟକ ଓ କାର୍ଯ୍ୟକ୍ରମର ଅଧ୍ୟକ୍ଷା ନିହାରିକା ବସ୍ତିଆ ଓ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ବୈଠକର ନିଷ୍ପତି ଅନୁଯାୟୀ ଶ୍ରେଷ୍ଠ ଓଡ଼ିଆଣୀ ରେ ଭାଗନେବା ପାଇଁ ମହିଳା ମାନଙ୍କ ବୟସ ସୀମା ୩୦ରୁ ୫୫ବର୍ଷ ଥିବା ବେଳେ ଅଡିସନରେ ବୁଦ୍ଧିମତ୍ତା, ପ୍ରଶ୍ନୋତ୍ତରୀ, ପୂଜା ପର୍ବ ସମ୍ପର୍କରେ ଓ ପୂଜା ପଦ୍ଧତି ପ୍ରଦର୍ଶନ,ରଙ୍ଗୋଲୀ, ଓଡ଼ିଆ ଖାଦ୍ୟ, ତୁଳସୀ ଓ ଫୁଲ ମାଳ ତିଆରି ତଥା ଓଡ଼ିଆଣୀ ବେଶ ପୋଷାକ ନେଇ ପରୀକ୍ଷା କରାଯିବ। ଏହି ଅଡିସନ ରେ ବିଚାରକ ଭାବେ ସିନେ ଅଭିନେତା ଅନ୍ତର୍ଯ୍ୟାମୀ ପଣ୍ଡା ଓରଫ ପିଣ୍ଟୁ ନନା, ଡ଼ଃ କଲ୍ୟାଣୀ ମିଶ୍ର, ଡ଼ଃ ମୀନତି ପଣ୍ଡା, କେତକୀ ଭଟ୍ଟାଚାର୍ଯ୍ୟ, ମୀନତି ମାଝୀ ପ୍ରମୁଖ ଯୋଗଦେଇ ମୂଲ୍ୟାୟନ କରିବେ। ସେହିପରି ଆସନ୍ତା ୧୮ତାରିଖରେ ଗ୍ରାଣ୍ଡ ଫିନାଲେ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହେବ। ଏଥିରେ ସିନେ ଅଭିନେତ୍ରୀ ନମ୍ରତା ଦାସ ( ଡଲି ଅପା) ଯୋଗଦେଇ ଅଡିସନରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବେ। ଏହାସହ ଓଡ଼ିଆ ସଂସ୍କୃତି ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଛି। ଏଥିପାଇଁ ମୋବାଇଲ ନମ୍ବର ୮୯୧୭୫୧୪୪୮୦,୭୯୭୮୦୮୮୮୩୫, ୯୪୩୭୪୩୫୧୮୧,୭୯୭୮୮୫୨୬୦୧, ୯୮୬୧୧୭୬୩୨୫,୯୪୩୯୧୩୦୨୮୨ ରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶାନ୍ତିଲତା ବାରିକ, ପ୍ରଣତୀ ଜେନା, ରେବତୀ ବାରିକ, ମୋନାଲିସା ସାହୁ,ଶର୍ମିଲା ରାଜଗୁରୁ, ଶଙ୍ଖରିନା ପ୍ରଧାନ, ସବିତା ମହାପାତ୍ର, ମୀନତି ମୋଦି, ସସ୍ମିତା ମିଶ୍ର, ଦେବସ୍ମିତା ଶତପଥୀ, ମୋନାଲିସା ଗୈ।ଡ଼, ଲୀନା ତ୍ରିପାଠୀ, ମୀନାକ୍ଷୀ ପାଢ଼ୀ, ସୁନିତା ଶ୍ରୀନିବାସନ, ରଶ୍ମିତା ଚୈ।ଧୁରୀ, ତପସ୍ୱିନୀ ପାତ୍ର,ଶୁଭଲକ୍ଷ୍ମୀ ପାତ୍ର, ରଶ୍ମି ନାୟକ, ମମତା ଦାସ, ସସ୍ମିତା ପ୍ରଧାନ, ଉପଦେଷ୍ଟା ଶଙ୍କର ଜେନା ଓ ରଶ୍ମିତ ସାହାଣୀ ପ୍ରମୁଖ ଯୋଗଦେଇଥିଲେ।

0
0
0
s2sdefault