ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ଶିଶୁ ଯତ୍ନ ଅନୁଷ୍ଠାନ ର ଶିଶୁ ମହୋତ୍ସବ 'ମହକ' ଓ 'ଉତ୍ସାହ ' ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୨୬.୧୦.୨୦୨୩/ସୁମନ୍ତ କୁମାର ଦାସ:"ଆଜିର ଶିଶୁ କାଲିର ଭବିଷ୍ୟତ ଓ ସେମାନଙ୍କର ଯତ୍ନ ପ୍ରତ୍ୟେକଙ୍କର କର୍ତ୍ତବ୍ଯ, ତା ଠାରୁ ବଡ ଦାୟିତ୍ବ ହେଉଛି ସେମାନଙ୍କୁ ଯୁଗୋପଯୋଗୀ କରି ଗଢିବା", ଜିଲ୍ଲାପାଳ ଙ୍କ ର ଏପରି ଅଭିଳାଷୀ ଆହ୍ବାନ ସହିତ ଆଜି ଜିଲ୍ଲା ସ୍ତରୀୟ ଶିଶୁ ଯତ୍ନ ଅନୁଷ୍ଠାନ ର ପ୍ରତିଭା ଅନ୍ଵେଷଣ ଶିଶୁ ଉତ୍ସବ 'ମହକ 'ଓ 'ଉତ୍ସାହ ' ର ଉଦଯାପନ ସମାରୋହ ଜଗତସିଂହପୁର ଶିଶୁ ଆଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି ମହକ ଅନ୍ତର୍ଗତ କୁଇଜ୍,ବକ୍ତୃତା,ସଙ୍ଗୀତ ଏବଂ ନୃତ୍ଯ ପ୍ରତିଯୋଗିତା ତଥା ଉତ୍ସାହ ଅନ୍ତର୍ଗତ 100ମିଟର,200 ମିଟର,କ୍ୟାରମ,ଚେସ,ଲଙ୍ଗ ଜମ୍ପ,ହାଇସ୍କୁଲ ଜମ୍ପ ଆଦି କ୍ରୀଡା ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିବା ସହ ଆତ୍ମବିଶ୍ବାସ ସହ ଜୀବନର ସମସ୍ତ ବାଧାବିଘ୍ନ ର ସାମ୍ନା କରିବାକୁ ଉତ୍ସାହିତ କରିଥିଲେ।ଜିଲ୍ଲାପାଳ ଦୁଇ ଶିଶୁ ଯତ୍ନ ଅନୁଷ୍ଠାନ ଯଥା ଶିଶୁ ଆଶ୍ରମ, ଜଗତସିଂହପୁର ଓ ଶ୍ରୀ ଲୋକନାଥ ଶିକ୍ଷାଶ୍ରମ,ନିମିଢି,ପାରାଦ୍ବୀପ ର ଅନ୍ତେବାସୀ ମାନଙ୍କୁ ସବୁବେଳେ ଖୁସି ରହିବାକୁ କହିଥିଲେ।ଜିଲ୍ଲା ସ୍ତରରେ 26.10.23 ଓ 27.10.23 ଦୁଇଦିନ ଧରି ଆୟୋଜିତ ଏହି ଉତ୍ସବ ରେ ଦୁଇ ଅନୁଷ୍ଠାନ ର 60 ଜଣ ପିଲା ବିଭିନ୍ନ ସାଂସ୍କୃତିକ ତଥା କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଥିଲେ। ଅନ୍ୟମାନଙ୍କ ମଧ୍ଯ ରେ ଶିଶୁ ଆଶ୍ରମ ର ସମ୍ପାଦକ ବିନାୟକ ପଟ୍ଟନାୟକ,ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଶକୁନ୍ତଳା ଚୌଧୁରୀ,ଜିଲ୍ଲା କ୍ରୀଡା ଅଧିକାରୀ ବିଶ୍ବବିଜୟିନୀ ପଟ୍ଟନାୟକ ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପରେଶ ପାତ୍ର ଓ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରତିଚୀ ତନୟା ମହାନ୍ତି ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କାହ୍ନୁଚରଣ ରାଉତ ସ୍ବାଗତ ଭାଷଣ ଦେବାସହ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସୁରକ୍ଷା ଅଧିକାରୀ ଜଗଦୀଶ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।ଜଗତସିଂହପୁର ଶିଶୁ ଆଶ୍ରମ ର ପରିଚାଳକ ଆଞ୍ଜନେୟ ଆଚାର୍ଯ୍ଯ ଏବଂ ଦୁଇ ଅନୁଷ୍ଠାନ ର କର୍ମକର୍ତ୍ତାଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ସୂଚାରୁ ରୂପେ ସଂପାଦିତ ହୋଇଥିଲା।

0
0
0
s2sdefault