ହେଡଲାଇନସ୍:

ଚିଠା ଭୋଟର ତାଲିକା ପ୍ରକାଶିତ, ଶନିବାର ଓ ରବିବାର ଦିନ ମଧ୍ୟ ସ୍ଵତନ୍ତ୍ର ଦିବସରେ ବୁଥରେ ଦାଖଲ କରିପାରିବେ ଫର୍ମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା ରୁ ବୈକୁଣ୍ଠ ଦୁରିଆ - ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ନିମନ୍ତେ ଚିଠା ଭୋଟର ତାଲିକା ଆଜି ୨୭.୧୦.୨୩ତାରିଖରେ ପ୍ରକାଶିତ ହୋଇଛି । ଜିଲ୍ଲାପାଳ ସ୍ଵାଧାଦେବ ସିଂଙ୍କ ନିର୍ଦେଶ କ୍ରମେ ଅତିରକ୍ତ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ରଇତ ଅଧ୍ୟକ୍ଷତା କରି ଚିନ୍ତନ କକ୍ଷରେ ଜିଲ୍ଲାର ସମସ୍ତ ରାଜନୈତିକ ଦଳଙ୍କୁ ଚିଠା ଭୋଟର ତାଲିକା ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ , ନିର୍ବାଚନ ବିଭାଗ ଡେପୁଟି କଲେକଟର , ରାୟଗଡ଼ା ଉପଜିଲ୍ଲାପାଳ କଲ୍ୟାଣୀ ସାଙ୍ଗମିତ୍ରା ଦେବି, ଗୁଣୁପୁର ଉପଜିଲା ଲଳିତ କୁମାର କହଁର ସହ ଜିଲ୍ଲା ସ୍ତରୀୟ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ଥିଲେ । ଚିଠା ଭୋଟର ତାଲିକା ପ୍ରକାରେ ଜିଲ୍ଲାରେ ମୋଟ ୬ ଲକ୍ଷ ୯୨ ହଜାର ୯ ସହ ୭୨ ଭୋଟର ମଧ୍ୟରୁ ଗୁଣୁପୁର ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୧୭ ହଜାର୩୫୪ ଜଣ, ବିଷମକଟକ ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୨୭ ହଜାର ୭୪୬ ଓ ରାୟଗଡ଼ା ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୪୬ ହଜାର ୮୭୧ ରହିଛନ୍ତି ।
ଜିଲ୍ଲାରେ ନୂତନ ଓ ଯୁବ ଭୋଟର, ମହିଳା ଓ ଦିବ୍ୟାଙ୍ଗ ଭୋଟରଙ୍କ ଶତ ପ୍ରତିଶତ ପଞ୍ଜିକରଣ ସହ ଯେପରି ସମସ୍ତ ଭୋଟରଙ୍କ ଭୋଟର ତାଲିକାରେ ଆଧାର ସଂଯୋଗ ହୋଇପାରିବ ସେଥିପାଇଁ ଗୁରୁତ୍ଵ ଦେଇଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଏବଂ ଶ୍ରୀ ରାଇତ ପ୍ରକାଶ କରିଛନ୍ତି ।
ନଭେମ୍ବର ୫ଓ ୧୯ ଦୁଇଟି ରବିବାର ୧୧ଓ ୨୫ ଦୁଇଟି ଶନିବାର ଚାରି ଦିନ ସ୍ୱତନ୍ତ୍ର ଦିବସ ରୂପେ ମୁଖ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଥିବା ବେଳେ, ଉକ୍ତ ଦିନ ସମସ୍ତ ବୁଥ ସ୍ତରୀୟ ଅଧିକାରୀ ନିଜ ବୁଥରେ ଉପସ୍ଥିତ ରହି ନାମ ଯୋଗ, ବାଦ୍ ଓ ସଂଶୋଧନ ନିମନ୍ତେ ଦରଖାସ୍ତ ଗ୍ରହଣ କରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଇତ କହିଛନ୍ତି। ରାୟଗଡ଼ା ନିର୍ବାଚନ ମଣ୍ଡଳୀରେ ବ୍ୟାପକ ଜନ ସଚେତନତା ସୃଷ୍ଟି ନିମନ୍ତେ ଆସନ୍ତା ୨୮ତାରିଖକୁ ପଥ ଉତ୍ସବ ଆୟୋଜନ କରାଯାଉଥିବା ଏହି ବୈଠକରେ ଉପଜିଲ୍ଲାପାଳ ଶ୍ରୀମତୀ ଦେବୀ ପ୍ରକାଶ କରିଥିଲେ ଓ ସମସ୍ତଙ୍କୁ ସାମିଲ ହେବାକୁ ଅନୁରୋଧ କରିଥିଲେ l
ଏହି ସଂଶୋଧନ ପ୍ରକ୍ରିୟା ଆସନ୍ତା ଡିସେମ୍ବର ମାସ ପର୍ଯ୍ୟନ୍ତ ଚାଲିବ । ଭୋଟର ତାଲିକା ସଂଶୋଧନ ଏବେ ସରଳ ହୋଇଯାଇଛି, ଘରେ ବସି ଭୋଟର ହେଲ୍ପ ଲାଇନ ମାଧ୍ୟମରେ ନାମ ପଞ୍ଜିକରଣ, ସଂଶୋଧନ, ବାଦ୍ କିମ୍ବା ସ୍ଥାନାନ୍ତର ତଥା ଆଧାର ସଂଯୋଗ କରିପାରିବେ ବୋଲି ଅତରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ କହିଛନ୍ତି । ଏହାକୁ ଅଧିକ ଲୋକାଭିମୁଖୀ କରିବା ନିମନ୍ତେ ଜିଲ୍ଲାପାଳ ଗଣମାଧ୍ୟମର ସହଯୋଗ କାମନା କରିଛନ୍ତି ।

0
0
0
s2sdefault