ହେଡଲାଇନସ୍:

ଗଜ ଲକ୍ଷ୍ମୀ ପୂଜା ନିମନ୍ତେ କଳସ ଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୭/୧୦/୨୩ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ରେଲି ସାହିରେ ଆସନ୍ତା କାଲି ୨୮ ତାରିଖ ରେ ହେବାକୁ ଥିବା ମା ଗଜ ଲକ୍ଷ୍ମୀ ଙ୍କ ପୂଜା ନିମନ୍ତେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ଅପରାହ୍ନରେ ଶତାଧିକ ସଂଖ୍ୟାରେ ଗ୍ରାମ ର ମହିଳା ମାନେ ଗଜଲକ୍ଷ୍ମୀ ପୂଜା ନିମନ୍ତେ ଜଳ ସଂଗ୍ରହ ପାଇଁ ଡାବୁଗାଁ କୃଷୀଫାର୍ମ ପରିସରରେ ଥିବା ମା ଠାକୁରାଣୀ ମନ୍ଦିର ରେ ଏକତ୍ରିତ ହୋଇଥିଲେ। ସେଠାରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା ପରେ ମହିଳା ମାନେ ପୋଖରୀରୁ ଜଳ ସଂଗ୍ରହ କରି ମୁଣ୍ଡରେ କଳସ ଧରି କଳସ ଯାତ୍ରାରେ ଡାବୁଗାଁ ତାରିଣୀ ମନ୍ଦିର ଚାରି ଛକ ଦେଇ ମେଡିକାଲ ଛକ, ଗୌଡ ସାହି ,ପାତ୍ର ସାହି, କଳସୀ ମଣ୍ଡପ, କଲାର ସାହି ଦେଇ ରେଲି ସାହି ସ୍ଥିତ ମା ଗଜଲକ୍ଷ୍ମୀ ଙ୍କ ପୂଜା ମଣ୍ଡପ ରେ ପହଞ୍ଚି କଳସ ସ୍ଥାପନ କରିଥିଲେ।ଆସନ୍ତା କାଲି ଠାରୁ ମା ଗଜଲକ୍ଷ୍ମୀ ପୂଜା ରୀତି ନୀତି ଅନୁଯାୟୀ ଆରମ୍ଭ ହେବ। ଏହି ଶୋଭାଯାତ୍ରା ଅବସରରେ ଡିଜେ ବାଜା ସହ ନୃତ୍ୟର ତାଳେ ତାଳେ ଆତସବାଜି କରି କଳସ ଯାତ୍ରା କରିଥିଲେ। ଦୀର୍ଘ ୯ ବର୍ଷ ଧରି ଡାବୁଗାଁ ରେଲି ସାହି ସ୍ଥିତ ଗଜଲକ୍ଷ୍ମୀ ପୂଜା ମଣ୍ଡପ ରେ ମା ଗଜଲକ୍ଷ୍ମୀ ଙ୍କ ପୂଜା କରାଯାଉଥିବା ବେଳେ ପୂଜା ସ୍ଥଳ ନିକଟରେ ଚଳିତ ବର୍ଷ ସୁନ୍ଦର ମେଢ ସହ ତୋରଣ ଓ ଆଲୋକ ମାଳା ରେ ସଜ୍ଜିତ କରାଯାଇଛି।ଏହି ଅବସରରେ ଲୋକଙ୍କ ମନୋରଞ୍ଜନ ପାଇଁ କମିଟି ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୂଜକ ଭାବେ ଚୈତନ୍ୟ ଦାସ ଓ ଗୋବିନ୍ଦ ପଣ୍ଡା ତଥା କର୍ତ୍ତା ଭାବେ ରଣଜିତ ଘୋଡାଇ ଓ ଭଗବାନ ଖୁଣ୍ଟିଆ କାର୍ଯ୍ୟ ସମ୍ପାଦନା କରୁଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା ରେ ପୂଜା କମିଟି ର କେଶବ, ଜଗନ୍ନାଥ, ଲବ, ବିଷ୍ଣୁ, ଶୋଭା,ରାଜୁ, ପାପନା,ସୁରେନ୍ଦ୍ର, ସୁବାଷ,ଜିତୁ,ଗୋପାଳ ଓ ଗୋପି ପ୍ରମୁଖ ସହଯୋଗ କରୁଛନ୍ତି

0
0
0
s2sdefault