ଢ଼େଙ୍କାନାଳ / ରବିନ୍ ଦାସ ; ଭୁବନ ରେଞ୍ଜ୍ ଅନ୍ତର୍ଗତ ମଠକରଗୋଳା ନିକଟ ଜାତୀୟ ରାଜପଥ ରୁ ଆଜି ଗୋଟିଏ ଟାଟା ଏସି ଗାଡ଼ି ସହିତ ୧୨ ସିଫ୍ଟ ମୂଲ୍ୟବାନ ଶାଗୁଆନ କାଠ ଜବତ କରିବାରେ ସଫଳ ହୋଇଛି ଭୁବନ ବନବିଭାଗ । ବିଶେଷ ସୂତ୍ରରୁ ଖବର ପାଇ ଭୁବନ ରେଞ୍ଜର ଶ୍ରୀ ରାକେଶ କୁମାର ଦଳେଇ ଏବଂ ଫରେଷ୍ଟର କଲ୍ପନା ବେହେରା ୮ ଜଣିଆ ଟିମ୍ ନେଇ ଉକ୍ତ ସ୍ଥାନରେ ଜଗି ରହିଥିଲେ । ତେବେ ଓଡ଼ି-୦୬-୪୩୧୦ ନମ୍ବର ଥିବା ଏକ ଟାଟା ଏସି ଗାଡ଼ି ମଠକରଗୋଳା ଗ୍ରାମରୁ ଆସିବା ସମୟରେ ଗାଡ଼ିକୁ ଅଟକାଇଥିଲେ । ବନ ବିଭାଗକୁ ଦେଖି ଚାଳକ ଗାଡ଼ି ଛାଡ଼ି ସେଠାରୁ ଦୌଡ଼ି ପଳାଇବାରେ ସକ୍ଷମ ହୋଇଥିଲା । ଫଳରେ କାଠ ସହିତ ଗାଡ଼ିକୁ ଜବତ କରାଯାଇ ଭୁବନ ବନବିଭାଗ କାର୍ଯ୍ୟାଳୟରେ ରଖାଯାଇଥିବା ଦେଖିବାକୁ ମିଳିଛି ।
ରାଜ୍ୟ
ଭୁବନ ବନ ବିଭାଗ ଦ୍ବାରା ବେଆଇନ କାଠ ବୋଝେଇ ଗାଡ଼ି ଜବତ
- Hits: 179








