ହେଡଲାଇନସ୍:

ଗୁଣୁପୁର ଗ୍ରସ୍ତରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ଗୁଣୁପୁର ଗ୍ରସ୍ତରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଆସି ଗୁଣପୁର ରେଳ ଷ୍ଟେସନ ପରିଦର୍ଶନ କରିବା ସହ ଷ୍ଟେସନ ପୁନଃନିର୍ମାଣ କାର୍ଯ୍ୟ ଗୁଡିକର ତଦାରଖ କରିଛନ୍ତି । ତାଙ୍କ ସହ ବିଶାଖପାଟଣା ଡିଭିଜନର ଡିଆରଏମ ସୌରଭ ପ୍ରସାଦ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ସ୍ଥାନୀୟ ରେଳ ଅଧିକାରୀଙ୍କ ସହ ଷ୍ଟେସନର ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ । ଲୋକଙ୍କ ସହ ଭେଟି ଲୋକଙ୍କ ବିଭିନ୍ନ ଦାବି ମଧ୍ଯ ଶୁଣିଥିଲେ । ଆନ୍ଧ୍ର ଓଡ଼ିଶା ରେଳ ବ୍ୟାବହାରିକ ସଙ୍ଗ ଓ ଗୁଣପୁର ନବ ନିର୍ମାଣ ସମିତି ପକ୍ଷରୁ ଦୁଇଟି ସ୍ମାରକପତ୍ର ଦିଆଯାଇ ଗୁଣପୁର ଠାରୁ ବିଶାଖାପାଟଣା ଯାଏଁ ଚାଲିଥିବା ପାସେଞ୍ଜର ଟ୍ରେନକୁ ବିଜୟବାଡା ଓ ଗୁଣ୍ଟୁରୁ ଜଙ୍ଗସନ୍ ଯାଏଁ ସଂପ୍ରସାରଣ କରିବା ସହ ହାଇଦ୍ରାବାଦ୍ ରୁ ଆସି ବିଶାଖାପାଟଣା ରେ ଦିନ ତମାମ ରହୁଥିବା ଗରୀବ ରଥକୁ ଗୁଣପୁର ଯାଏଁ ସଂପ୍ରସାରଣ କରିବାକୁ ଦାବି କରାଯାଇଥିଲା। ସେହିପରି କାଶୀନଗର ଓ ତେମ୍ବୁରୁ ରେ ଦୁଇଟି ଲୁପ୍ ଲାଇନ୍ ସହ ଏହି ଗୁଣପୁର ଓ ନୌପଡା ଲାଇନ୍ କରିବାକୁ ଦାବିରେ ଉଲ୍ଲେଖ କରାଯାଇଛି। ନୌପଡା ଗୁଣପୁର ମଧ୍ୟରେ ଲାଇନ୍ ମରାମତି କାର୍ଯ୍ୟ ଶିଘ୍ର ସାରି ସବୁ ଟ୍ରେନ ଚଳାଚଳ କରିବାକୁ ଦାବି କରାଯାଇଛି। ଗୁଣପୁର ଠାରେ ରେଳ ବ୍ଯବହାରିକ ସଂଘର ଗଜେନ୍ଦ୍ର ପଣ୍ଡା ଓ ନବ ନିର୍ମାଣ ସମିତି ର ସଭାପତି ଅକ୍ଷୟ ଦାସ ଭେଟି ଏହି ସ୍ମାରକପତ୍ର ଦେଇଥିଲେ।

 

0
0
0
s2sdefault