ଜଗତସିଂହପୁର,ତା-୨୬.୧୦.୨୦୨୩/ସୁମନ୍ତ କୁମାର ଦାସ: ଜିଲ୍ଲାର ଆଜି ଆଠୋଟି ବ୍ଲକରେ ଆମ ଓଡିଶା ନବୀନ ଓଡିଶାର ଶୁଭରାମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ଜିଲ୍ଲାର ଆଠୋଟି ବ୍ଲକ ତଥା ନାଉଗାଁ, ଜଗତସିଂହପୁର, ତିର୍ତ୍ତୋଲ, ବିରିଡି, ରଘୁନାଥପୁର, କୁଜଙ୍ଗ, ଏରସମା, ଓ ବାଲିକୁଦାରେ ମୋଟ ୯୯ କୋଟି ଟଙ୍କା ବ୍ୟୟରେ ଦୁଇ ହଜାର ୯୨୨ ଟି ଉନ୍ନୟନ ପ୍ରକଳ୍ପର ଭିଡ଼ିଓ କନଫରେନ୍ସ ଜରିଆରେ ଶୁଭ ଉଦ୍ଘାଟନ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟ୍ଟାୱାରୀ ଯୋଗ ଦେଇଥିବା ବେଳେ ବିଭିନ୍ନ ବ୍ଲକରେ ନିର୍ବାଚନ ମଣ୍ଡଳୀ ଅନୁଯାୟୀ ଚାରିଜଣ ବିଧାୟକ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ଆଠଟି ବ୍ଲକର ସମସ୍ତ ମହିଳା ସମିତିର ସଦସ୍ୟ, ଜିଲ୍ଲାପରିଷଦ, ଅଧକ୍ଷ ଓ ପ୍ରଶାସନିକ ଅଧୂକାରୀ ମାନେ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମକୁ ଭିଡ଼ିଓ କନଫରେନ୍ସ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସହିତ ୫ଟି ଅଧକ୍ଷ ଶ୍ରୀ ଭିକେ ପାଣ୍ଡିଆନ ପରିଚାଳନା କରି ଜଗତସିଂହପୁର ଜିଲ୍ଲାର ଉନ୍ନୟନ ମୂଳକ ପ୍ରକଳ୍ପ ବିଷୟରେ ଉପସ୍ଥିତ ଥିବା ଜନସାଧାରଣ ମାନଙ୍କୁ ଅବଗତ କରାଇଥିଲେ I ଶେଷରେ ଜଗତସିଂହପୁର ଜିଲ୍ଲାର ସଦର ମହକୁମା ଥିବା ମୁଖ୍ୟ ଚିକିତ୍ସାଳୟକୁ ଏକ ନମ୍ବର ଚିକିତ୍ସାଳୟରେ ପରିଣତ କରାଜୀବ ବୋଲି ନିଜ ଅଭିଭାଷଣ ମାଧ୍ୟମରେ କହିଥିଲେ।









