ଗଞ୍ଜାମ :( ସେକ୍ କୌଶର ):ଆଜି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ବୁଢ଼ାମ୍ବ ଗ୍ରାମରେ ବଡ ଆଡମ୍ବରେ ପାଳିତ ହୋଇଛି ଗ୍ୟାରିମ ସରିଫ, ବୁଢ଼ାମ୍ବ ଗ୍ରାମର ମସଜିତ ଇମାମ ସାହେବ.ସଗିର ଆହେମଦ,ଙ୍କ ନିର୍ଦେଶ କ୍ରମେ ପ୍ରତେକ ବର୍ଷ ଏକ ଗଉଷପାକ ଉରୁଷ ଗ୍ୟାରିମ ସରିଫ ଅନୁଷ୍ଠିତ ହେଉଛି,ଏହି ଉରୁଷ ରେ ସାମିଲ ହେଉଛନ୍ତି ବୁଢ଼ାମ୍ବର ଆଖପାଖ ହିନ୍ଦୁ ଓ ମୁସ୍ଲିମ,ଭାଇ ଚାରାର ଏହି ଧାର୍ମିକ କାର୍ଯ୍ୟକ୍ରମ କୁ ଉପଭୋଗ କରିବା ପାଇଁ ଓଡ଼ିଶାର କୋଣ ଅଣୁକୋଣରୁ ହଜାର ହଜାର ସଂଖ୍ୟାରେ ସଶ୍ରଦ୍ଧାଳୁଙ୍କ ଏଠାରେ ଭିଡ ଜମିବାରେ ଲାଗୁଛି ପ୍ରତେକ ବର୍ଷ ଏଠାରେ ଛୁଟି ଆସୁଛନ୍ତି ଶ୍ରଦ୍ଧାଳୁ, ଗଉସେ ଆଜମ ର ଉର୍ତ୍ସ ବଡ ଶାନ୍ତି ପୂର୍ବକ ଅନୁଷ୍ଠିତ ହୋଇଛି l ଗଉସେ ଆଜମ ଓଲିଙ୍କର ସର୍ଦାର ଗୌସେ ଆଜମ ଙ୍କ ନାମରେ ମାନସିକ କରୁଛନ୍ତି ଶ୍ରଦ୍ଧାଳୁ,ତାଙ୍କର ମାନସିକ ପୁରା ହଉଛି ସେଥିପାଇଁ ଧାର୍ମିକ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଏଠାରେ ଶ୍ରଦ୍ଧାଳୁ, ଏକତ୍ରିତ ହେଉଛନ୍ତି ଏହି କାର୍ଯ୍ୟକ୍ରମ ବୁଢ଼ାମ୍ବ ଗ୍ରାମର ଗୌଶିଆ କମିଟିର ଯୁବକ, ଅବଦୁଲ ଆଜିଜ.ଓ ତାଙ୍କ ସହଯୋଗୀ ମାନେ ମିଶି ଶାନ୍ତି ଶୃଙ୍ଖଳା ରେ ପରିଚାଳନା କରୁଅଛନ୍ତି l ଶାନ୍ତି ଶୁଙ୍ଖଳାରେ ଧାର୍ମିକ କାର୍ଯ୍ୟ ସମାପ୍ତ ହୋଇଥିବାରୁ ବୁଢ଼ାମ୍ବ ଗ୍ରାମବାସୀ ଧନ୍ୟବାଦ ଜଣାଇଛନ୍ତି l
ରାଜ୍ୟ
ଗଞ୍ଜାମ ବୁଢ଼ାମ୍ବ ରେ ବଡ ଆଡମ୍ବରେ ପାଳିତ ହୋଇଛି ଗ୍ୟାରିମ ସରିଫ ଓ ଗଉଷପାକ ଉରୁଷ l
- Hits: 260








