ହେଡଲାଇନସ୍:

୨୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )- ବେଲଗୁଣ୍ଠା ବେଲଗୁଣ୍ଠା ଥାନା ଅର୍ନ୍ତଗତ ଧୁମୁଛାଇ ଗ୍ରାମରେ ବେଲଗୁଣ୍ଠା ପୋଲିସ ଚଢଉ କରି ୨୦ ଲିଟର ଦେଶୀ ମଦ ଜବତ କରିବା ସହିତ ଜଣକୁ ଗିରଫ କରିଥିବା ଖବର ମିଳିଛି । ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,ଆଜି ଦିନ ୧୦ ଟା ବେଳେ ବେଲଗୁଣ୍ଠା ପୋଲିସ ଧୁମୁଛାଇ ଗ୍ରାମର ମାଲ ସାହି ଠାରେ ଚଢାଉ କରିଥିଲା । ଚଢ଼ାଉ ବେଳେ ସେଠାରୁ ୨୦ଲିଟର ଦେଶୀ ମଦ ଜବତ କରିବା ସହିତ ସେହି ଗ୍ରାମର ମୋହନ ନାୟକ ଙ୍କୁ ଗିରଫ କରିଥିବା ଜଣାପଡିଛି । ଏ ଏସ୍ ଆଇ ଅନୁ ମଲ୍ଲିକ ଙ୍କ ଅଭିଯୋଗ ପ୍ରକାରେ ବେଲଗୁଣ୍ଠା ଥାନାରେ ୪୬୯/୨୩ ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତକାରୀ ଅଫିସର ବିଶ୍ୱନାଥ ମଲିକ ତଦନ୍ତ କରୁଥିବା ନେଇ ବେଲଗୁଣ୍ଠା ଥାନାଧିକାରୀ ବନବିହାରୀ ପ୍ରଧାନ ପ୍ରକାଶ କରିଛନ୍ତି ।

0
0
0
s2sdefault