କାଳିଆପାଣିରୁ ଦୟାନିଧି ମହାନ୍ତ: ରାଜ୍ୟ ସରକାରଙ୍କର ଶୌଚାଳୟ ଏବଂ କେନ୍ଦ୍ର ସରକାରଙ୍କର ସ୍ୱଚ୍ଛ ଭାରତ ଅଭିଯାନ ଆଜି ଦିଗ ହରା l ରାଜ୍ୟର ପ୍ରତ୍ୟେକ ଜିଲ୍ଲା ର ଗାଁ ଗାଁ ରେ ଏହି କାର୍ଯ୍ୟକ୍ରମ ଖୁବ ଜୋରରେ ଆଗେଇ ଚାଲିଥିବା କୁହାଯାଉଥିବା ବେଳେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ରାଁସୋଳ ଗ୍ରାମ ପଂଚାୟତର ପାଞ୍ଚ ନମ୍ବର ୱାର୍ଡ ଏ ଦିଗରେ ସମ୍ପୂର୍ଣ ପଛରେ l କେଵଳ କାଗଜ କଲମ ,ମିଟିଙ୍ଗ ଓ ବୈଠକ ରେ ଚାଲିଛି କାର୍ଯ୍ୟକ୍ରମ l ଏହି ୱାର୍ଡରେ ଆଜିଯାଏଁ କୌଣସି ଜଣେ ହେଲେ ହିତାଧିକାରୀ କିମ୍ବା ଗୋଟିଏ ହେଲେ ଶୌଚାଳୟର ଲିଷ୍ଟ ମଧ୍ୟ୍ୟ ଚୟନ ହୋଇ ପାରିନାହିଁ l ସରପଞ୍ଚଙ୍କର ପାରିବା ପଣିଆ କେତେ ଏଇଥିରୁ ଅନୁମେୟ l ଆଖପାଖ ପଂଚାୟତ ଗୁଡିକରେ ଶୌଚାଳୟ କାର୍ଯ୍ୟକ୍ରମ ଶେଷ ହେବା ପ୍ରାୟ l କିନ୍ତୁ ଏ ପଂଚାୟତରେ ଠିକ ତାର ବିପରୀତ l ଏକ ଛୋଟିଆ ଜାଗାରେ ଲୋକସଂଖ୍ୟା ଏତେ ଅଧିକ ଯେ ପରିବେଶ ବହୁ ପରିମାଣରେ ଦୂଷିତ ହୋଇ ରହିଅଛି l ତା ସଂଗେ ସଂଗେ ମାଇନିଂ ସଂଲଗ୍ନ ହୋଇ ଥିବାରୁ ଟ୍ରକ ଡ୍ରାଇଭର ଓ ହେଲପର ମାନେ ଆଖ ପାଖ ଏରିଆରେ ମଳତ୍ୟାଗ କରି ଏଠାକାର ପରିବେଶକୁ ଆହୁରି ଖରାପ କରି ରଖିଛନ୍ତି l ଏହି ୱାର୍ଡର ଝିଅ ବହୁମାନେ ସ୍ନାନ ଶୌଚ ପାଇଁ ନାହିଁ ନଥିବା ଅସୁବିଧାର ସଂମୁଖୀନ ହେଉଛନ୍ତି l ଏ ଦିଗରେ ସରକାର ଙ୍କର ବା ତତ ସମ୍ବନ୍ଧୀୟ ଅଧିକାରୀ ମାନଙ୍କର କେବେ ଦୃଷ୍ଟି ପଡିବ ତାହା କେବଳ ଦେଖିବା କଥା l
ରାଜ୍ୟ
କାଗଜ କଲମ ,ମିଟିଙ୍ଗ ଓ ବୈଠକରେ ଚାଲିଛି କାର୍ଯ୍ୟକ୍ରମ
- Hits: 556