ହେଡଲାଇନସ୍:

ଜିଲ୍ଲାସ୍ତରୀୟ ଖାଦ୍ୟ ସୁରକ୍ଷା ଯୋଜନା ଉଦ୍‍ଘାଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ: ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଗାନ୍ଧୀ ଜୟନ୍ତୀ ଅବସରରେ ଜିଲ୍ଲା ସ୍ତରୀୟ ଖାଦ୍ୟ ସୁରକ୍ଷା ଯୋଜାନା ଉଦ୍‍ଘାଟିତ ହୋଇଯାଇଛି । ଭିଡିଓ କନ୍‍ଫେରନସ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସ୍ତରୀୟରେ ଏହି ଯୋଜନାକୁ ଉଦ୍‍ଘାଟନ କରିବା ପରେ  ଗଜପତି ଜିଲ୍ଲା ସ୍ତରୀୟ ଖାଦ୍ୟ ସୁରକ୍ଷା ଯୋଜନାକୁ ଜିଲ୍ଲାପାଳ ଅନୁପମ ସାହା , ବିଧାୟକ କେ.ସୁରିଆ ରାଓ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନିତାରାଣି ବେହେରା,(ଡି.ଏସ.ଡି) ଅନ୍ତର୍ଯ୍ୟାମୀ ଗମାଙ୍ଗ ମିଳିତ ଭାବେ ଉଦ୍‍ଘାଟନ କରିଥିଲେ  । ଖାଦ୍ୟ ସୁରକ୍ଷା ହିଁ ଗରିବ ଦୁର କରପାରିବ । ସମସ୍ତ ଗରିବ ପରିବାରକୁ  ଖାଦ୍ୟ ଯୋଗାଇଦେବାକୁ ଏହି ଯୋଜନାର ମୁଳଲକ୍ଷ୍ୟ । ଖାଦ୍ୟ ସୁରକ୍ଷା ବଳରେ ଆଜିଠାରୁ ସମସ୍ତେ ସୁରକ୍ଷିତ ରହିବେ । ଏହି ଯୋଜନା ଦ୍ୱାରା ପରିବାରର ପ୍ରତି ସଦସ୍ୟ ପିଛା ୧ ଟଙ୍କା ହିସାବରେ ୫କିଲୋ ଚାଉଳ ଯୋଗାଇ ଦିଆଯିବ । ତେଣୁ ଏହି ଯୋଜନାରେ କୌଣସି ଗରିବ ପରିବାର ଯେଉଁ ଭଳି ବଞ୍ଚିତ ନହେବେ ସେଥି ପାଇଁ ସମସ୍ତେ ଯତ୍ନବାନ ହେବା ପାଇଁ ପରାମର୍ଶ ଦିଆଯାଇଥିଲା । ଗଜପତି ଜିଲ୍ଲାରେ ଏହି ଖାଦ୍ୟ ସୁରକ୍ଷା ଯୋଜନାରେ ବ୍ୟକ୍ତିଗତ ଭାବେ ୩୫,୨୩୦ ହିତାଧିକାରୀଙ୍କୁ ନୂତନ ରେସନ କାର୍ଡରେ ୫ କିଲୋ ଚାଉଳ, ୧ଟଙ୍କା ହିସାବରେ ଯୋଗାଇଦେବାକୁ ଲକ୍ଷ ଧାର୍ଯ୍ୟ ରହିଥିବା ବେଳେ ଏ ବାବଦରେ ମୋଟ ୫୬,୧୭୪ଟି ଦରଖାସ୍ତ ଆସିଥିଲା । ତେବେ ଏହି ଯୋଜନା ବଳରେ ମୋଟ ୨୭,୩୩୪ ଜଣ ହିତାଧିକାରୀ ଚିହ୍ନଟ କରାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଯୋଜନାର ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ୮୫୫୭ଜଣ ଏହି ଯୋଜନାରେ ହିତାଧିକାରୀଙ୍କୁ ନୂତନ ରେସନ କାର୍ଡ ଯୋଗାଇଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର କର୍କରା,ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଆର.ବିଜୟ କୁମାର, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ ମଞ୍ଚାସୀନ ଥିଲେ । 

0
0
0
s2sdefault