ହେଡଲାଇନସ୍:

ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ବରିଷ୍ଠନାଗରିକ ସମ୍ମାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୁଲ୍ୟରେ ଭୁବନେଶ୍ୱର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠନାଗରିକ ଦିବସ ପାଳନ ଅବସରରେ ଓଡିଶାର ୯ଜଣ ବରିଷ୍ଠନାଗରିକଙ୍କୁ ବିଭିନ୍ନ କ୍ଷେତ୍ରରେ ଜୀବନବ୍ୟାପି ସାଧନା ପାଇଁ ସମ୍ମାନୀତ କରାଯିବା ସହ ପୁରସ୍କୃତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡିର ଦୁଇଜଣ ବରିଷ୍ଠ ନାଗରିକ ଯଥା ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ଗୋପାଳ ଚନ୍ଦ୍ର ଶତପଥୀଙ୍କୁ ବିଭାଗୀୟ ମାନ୍ୟବର ମନ୍ତ୍ରୀ ପ୍ରଫୁଲ ସାମଲ ଉପାୟନ ସହ ୨୦,୦୦୦ଟଙ୍କା ଅର୍ଥରାଶି ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଅନାଥଶ୍ରମ ପ୍ରତିଷ୍ଠା ଠାରୁ ଆରମ୍ଭ କରି ପର୍ଶୁରାମ ଗୁରୁକୁଳ ମହାବିଦ୍ୟାଳୟର ପୂନଃଗଠନ  ଓ ପାରଳାଖେମୁଣ୍ଡିରେ ଆୟୋଜିତ ମହେନ୍ଦ୍ରତନୟା ମହାମହାବାରୁଣୀ ସ୍ନାନ ବେଳେ ୪ଲକ୍ଷ ଶ୍ରଦ୍ଧାଳୁଙ୍କ ସମାବେଶର ଆୟୋଜନ ସଫଳତାର ସହ କରିଥିଲେ । ଏବଂ ଗୋପାଳ ଶତପଥୀ ଜଣେ ପ୍ରାଭଞ୍ଜିକ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ।

0
0
0
s2sdefault