ଗାଇସିଲେଟ/ଶାସକ ପ୍ରଶାସକ -ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଲପାଲି ନୋଡାଳ ଉଚ୍ଚ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ଏବଂ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଦେବତା ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ପୂଜାର୍ଚନା କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଖେଳଶିକ୍ଷକ ଶ୍ରୀଯୁକ୍ତ ଗୁଣନିଧି ପାଣିଗ୍ରାହୀ ସ୍ୱାଗତ ଭାଷଣ ପଦାନ କରିଥିଲେ। ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥାପିତ ରହିବା ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସୁବାଷ ଚନ୍ଦ୍ର ଝଗଡା, ଦୟାସାଗର ସାହୁ, ରିନା ମହାନନ୍ଦ,ଜୋସ୍ନାମୟୀ ପଧାନ, ରମେଶ ଚନ୍ଦ୍ର ପଣ୍ଡା,ଲୋଚନ ସେଠ,ମଣିମା ଦୀପ,ଦୀପା ମହାପାତ୍ର,ସୁମନ୍ତ ପଧାନ, କେଦାର ନାଥ ସାହୁ,ସୁନୀଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ସାହୁ ଚୁମ୍ବକରେ ମହାତ୍ମା ଗାନ୍ଧୀଙ୍କ ଜୀବନୀ ସହ ଗାନ୍ଧୀ ଜୟନ୍ତୀ ପାଳନର ଉଦ୍ଦେଶ୍ୟ ଓ ବୈଶିଷ୍ଟ ବାବଦରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରେଇ ଥିଲେ।ପରେ ଇଂରାଜୀ ଶିକ୍ଷକ ଗଜପତୀ ସାହୁ ବକ୍ତବ୍ଯରେ ଏକ ଆଦର୍ଶ ଛାତ୍ର ହେବାପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଗାନ୍ଧୀଜୀଙ୍କ ସତ୍ୟ ନିଷ୍ଠା କୁ ଅନୁଶରଣ କରିବାକୁ ପରାମର୍ଶ ଦେଇଥିଲେ। ଦଶମ ଶ୍ରେଣୀ ର ଛାତ୍ର ନିଶାନ୍ତ ଗୁରୁ " "ଗାନ୍ଧୀ ଜୟନ୍ତୀ" ଉପରେ ରୋମାଞ୍ଚକର ବକୃତା ପଦାନ କରିଥିଲେ। ଗଣିତ ଶିକ୍ଷକ ଉଦ୍ଧବ ସାହୁ ବକ୍ତବ୍ଯରେ ଲାଲବାହାଦୁର ଶାସ୍ତ୍ରୀଙ୍କ ଦେଷପ୍ରେମୀ ଉପରେ ସଂକ୍ଷିପ୍ତ ଟିପଣ ଦବାସହ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସଭା ସାଙ୍ଗ କରାଯାଇ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।
ରାଜ୍ୟ
ତାଲପାଲି ନୋଡାଳ ଉଚ୍ଚବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ
- Hits: 1039
