ହେଡଲାଇନସ୍:

ତେନ୍ତୁଳିପଦା"ବରିଷ୍ଠ ନାଗରିକ କଲ୍ୟାଣ ସମିତି"ର ବୈଠକ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ତିର୍ତ୍ତୋଲ /Ramesh Mohanty : :ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ତେନ୍ତୁଳିପଦା ପଞ୍ଚାୟତ ସ୍ଥିତ ବାଇଁଗୋଳ ଅନନ୍ତ ଗାଦି ପୀଠରେ ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଗଠିତ"ବରିଷ୍ଠ ନାଗରିକ କଲ୍ୟାଣ ସମିତି" ପକ୍ଷରୁ ୧୨ତମ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ସର୍ବ ପ୍ରଥମେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶ ବିଷୟରେ ଆଲୋକପାତ କରାଯିବା ପରେ ବରିଷ୍ଠ ନାଗରିକ ମାନଙ୍କର ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରାଯାଇଥିଲା।ଏଥି ସହିତ ନିଶା ନିବାରଣ ଓ ବୃକ୍ଷ ରୋପଣ ଉପରେ ମଧ୍ୟ ଗୁରୁତ୍ବାରୋପ କରାଯାଇଥିଲା।ଉକ୍ତ ବୈଠକରେ ବରିଷ୍ଠ ନାଗରିକ ରାଜକିଶୋର ଦାସ,ତାରା ପ୍ରସନ୍ନ ମହାନ୍ତି,ବିକାଶ ପରିଜା,ଶରତ ଚନ୍ଦ୍ର ପରିଜା,ମହେଶ୍ୱର ବେହେରା,ରାମଚନ୍ଦ୍ର ମହାପାତ୍ର,ଶରତ ସେଣ,ବାଇଧର ନାୟକ,ବୃନ୍ଦାବନ ନାୟକ ଆଦିକନ୍ଦ ସାମଲ,ଶାନ୍ତିଲତା ପରିଡା,କମଳା ସ୍ୱାଇଁ,ପ୍ରଭାତ ଚନ୍ଦ୍ର ଦାସ,କେଦାର ନାଥ ମହାନ୍ତିଙ୍କ ସମେତ ସଂଖ୍ୟାଧିକ ବରିଷ୍ଠ ନାଗରିକମାନେ ଯୋଗଦେଇଥିଲେ |

0
0
0
s2sdefault