ପଦ୍ମପୁର:- ପଦ୍ମପୁର ଉପଖଣ୍ଡ ବଇଦପାଲି ଗାଁରେ କୃଷକଙ୍କ ଦ୍ଵାରା ରାଶିର କିସମ ଚୟନ ଓ ୩୦ପ୍ରକାର ମୁଗର ସ୍ଵାଦ ବିଶ୍ଳେଷଣ କାର୍ଯ୍ୟକ୍ରମ ହୋଇଯାଇଛି । ଭିତ୍ତିଭୂମି ସେବା ସଙ୍ଗଠନ ଦ୍ୱାରା କରାଯାଇଥିବା ୨୦ ପ୍ରଜାତିର ମାଣ୍ଡିଆ, ୨୦ ପ୍ରଜାତିର ରାଶି, ୩୦ ପ୍ରକାର ମୁଗ, ୬ ପ୍ରକାର କୁଦୋ ଚାଷର ମଦର ଟ୍ରାଏଲ ମାଧ୍ୟମରେ ଗବେଷଣା କାମ ଚାଲିଛି । ବିବିଧତା କ୍ଷେତ୍ରର ପରୀକ୍ଷା କରିବା ପାଇଁ କାମ କରାଯାଉଛି । ଫସଳର ଗୁଣ, ଖାଦ୍ୟ ନିରାପତ୍ତା, ଉତ୍ପାଦନ ସହିତ ନିଜ ଅଞ୍ଚଳରେ କେଉଁ ଫସଲ ଅଧିକ ସକ୍ଷମ ହେଇ ପାରିବ ତାର ସମୀକ୍ଷା କରାଯାଇଥିଲା । କାର୍ଯ୍ଯକ୍ରମ ପ୍ରାରମ୍ଭରେ ଭିତ୍ତିଭୂମି ସେବା ସଙ୍ଗଠନ କୃଷି ବିଶେଷଜ୍ଞ ବବୁଲୁ ବଗର୍ତ୍ତି ସମସ୍ତଙ୍କୁ ସ୍ବାଗତ କରି ୨୦ ପ୍ରକାର ରାଶି ଚାଷର ଗୁଣ ଓ ଚରିତ୍ର ବିଷୟରେ ଚାଷୀଙ୍କ ଦ୍ଵାରା ଠିକ୍ କରାଯାଇଥିଲା। କୌଣସି ଫସଲର ଚାଷ ଓ ତାର ଗବେଷଣାତ୍ମକ କାମ ବିଶ୍ବବିଦ୍ୟାଳୟ ଭିତରେ ସୀମିତ ନ ରହି ଚାଷୀ ନିଜେ ଗବେଷଣା କରି ସମସ୍ତ ଫସଲକୁ ଜୈବିକ ପ୍ରକ୍ରିୟାରେ ଅଧିକ ଉତ୍ପାଦନର ଜ୍ଞାନ କୌଶଳ ପ୍ରସାର ସଂପର୍କରେ ବୁଝାଇଥିଲେ। ଏହି କାର୍ଯକ୍ରମରେ ମୂଖ୍ୟତଃ ବରଗଡ଼ ସଦର, ପଦ୍ମପୁର, ଗାଇସିଲେଟ ଅଞ୍ଚଳର ୬୦ ଜଣ ଜୈବିକ ଚାଷୀ ଉପସ୍ଥିତ ରହି ସମସ୍ତଙ୍କ ସହଭାଗିତାରେ ରାଶି ଫସଲର ଉତ୍ପାଦନ, ଗୁଣବତ୍ତା ଏବଂ ସହନ ଶିଲତାକୁ ନେଇ ଚାଷୀଙ୍କ ଦ୍ୱାରା କିସମ ଚିହ୍ନଟ କରିବାକୁ ଫିବେଲ ସଂସ୍ଥାର ବୈଜ୍ଞାନିକ ଡ଼. ତନୟ ଯୋଶୀ ତାଲିମ ଦେଇଥିବା ବେଳେ ଡ. ସୁଜିତ ହାଲଦର, ଡ. ଅସୂୟା କୃଷି ବିଶ୍ଵବିଦ୍ୟାଳୟ ଓ ସବ୍ୟସାଚୀ ହନୁମାନ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଓଡ଼ିଶା ମିଲଟ ମିଶନ ଓଡ଼ିଶାରୁ ନିଜର ମତ ରଖିଥିଲେ ।
ରାଜ୍ୟ
ବଇଦପାଲି ରେ ରାଶିର କିସମ ଚୟନ ଓ ମୁଗର ସ୍ଵାଦ ବିଶ୍ଳେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ l
- Hits: 387








