ହେଡଲାଇନସ୍:

ଗାନ୍ଧୀ ଜୟନ୍ତୀରେ ବାଇକ ରାଲି, ଫଳ ବଣ୍ଟନ ଆଉ ମିନି ମାରାଥନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

( ଗୁଣପୁର ରୁ ସିଦ୍ଧାର୍ଥ ଦାଶ) : ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ରାୟଗଡା ଜିଲ୍ଲା ଗୁଣପୁର ଠାରେ ସ୍ୱଦେଶ ଜନ ଜାଗରଣ ମଞ୍ଚ ପକ୍ଷରୁ ଏକ  ବାଇକ ଶୋଭାଯାତ୍ରା ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱଦେଶ ଜନ ଜାଗରଣ ମଞ୍ଚ ର ସଭାପତି ଶ୍ରୀ ରବି ଶଙ୍କର ଗମାଙ୍ଗ ଗାନ୍ଧୀଜୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ବାଇକ ରେଲି ମାଧ୍ୟମ ରେ ଗାନ୍ଧୀ ବାଦୀ  ସ୍ଲୋଗାନ ଦେଇ ଗୁଣପୁର ସହର ପରିକ୍ରମା କରିଥିଲେ ।

ଗୁଣପୁର ଗାନ୍ଧୀ ଯାନ୍ତ୍ରିକ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ବିଶ୍ୱବିଦ୍ୟାଳୟ ର ସମ୍ପାଦକ ଶ୍ରୀ ଚନ୍ଦ୍ରଧ୍ୱଜ ପଣ୍ଡା ସ୍ଥାନୀୟ ପୁରଣା ବସ ଷ୍ଟାଣ୍ଡ ଠାରେ ଅବସ୍ଥିତ ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ସେହିଭଳି ଗୁଣପୁର ନଗର କଂଗ୍ରେସ କମିଟି ପକ୍ଷରୁ ଗୁଣପୁର ଉପଖଣ୍ଡ ହସପିଟାଲ ରେ ରୋଗୀ ମାନଙ୍କୁ ଫଳ, ରୁଟୀ, ବିସ୍କୁଟ ଆଦି ବଣ୍ଟନ କରାଯାଇ ଥିଲା । ଗୁଣପୁର ନଗର ସଭାପତି ଏସ୍. ବାବା ପ୍ରସାଦ, ପୁର୍ଣ୍ଣ ମହାଙ୍କୁଡ, ରାଜୀବ ପଣ୍ଡା, ସନ୍ତୋଷ ଗୌଡ, ସମୋନାଥ ପାଣି, ପ୍ରସାଦ ବାଉରି ହସ୍ପିଟାଲ ର ରୋଗୀ ମାନଙ୍କ ସହ ଆଲୋଚନା କରି ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ । 

ପରେ ଗୁଣପୁର ପୁରଣା ବସ ଷ୍ଟାଣ୍ଡ ଠାରୁ କଲେଜ ଅଭିମୁଖେ ଏକ ମିନି ମାରାଥନ ରେ ଅନୁଷ୍ଠାନ ର ଛାତ୍ର ମାନେ ବାହାରିଥିଲେ ।

0
0
0
s2sdefault