ଗୁଣପୁର ରୁ ସିଦ୍ଧାର୍ଥ ଦାଶ : ଭାରତ ର ପୂଜ୍ୟ ପିତାଜୀ ସ୍ବର୍ଗତ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ରାୟଗଡା ଜିଲ୍ଲା ଗୁଣପୁର ସ୍ଥାନୀୟ ପୁରଣା ବସ ଷ୍ଟାଣ୍ଡ ନିକଟରେ ଗୁଣପୁର ଉନ୍ନୟନ ଯୁବ ସଂଗଠନ ପକ୍ଷରୁ ଉତ୍ସଵ ପାଳିତ ହୋଇଯାଇଛି । ଏହି ଉତ୍ସଵ କୁ ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାୟତ୍ରୀ ଦେବୀ , ଗାନ୍ଧିବାଦୀ ନେତ୍ରୀ ତଥା ସ୍ବେଛାସେବୀ ଶାନ୍ତି ଦେବୀ ଏବଂ ଗୁଣପୁର ଉପଖଣ୍ଡ ସରପଞ୍ଚ ମହାସଂଘ ର ସଭାନେତ୍ରୀ ଗୌରୀ ଗମାଙ୍ଗଙ୍କ ଦ୍ଵାରା ଉଦ୍ଘାଟିତ ହୋଇଥିଲା । ଏହି ଉତ୍ସଵ ରେ ଅତିଥି ମାନେ ଯୋଗଦେଇ ପୂଜ୍ୟ ପିତାଜୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଗୁଣପୁର ଥାୟାରାମା ମହିଳା ମହାବିଦ୍ୟାଳର ଏନ ସି ସି କ୍ୟାଡେଟ ଏବଂ ଛାତ୍ରୀ , ସେବାସମାଜର ଛାତ୍ରୀ , ମହର୍ଷି ଗୁରୁକୂଳର ଛାତ୍ର ଓ ଜି ଆଇ ସି ଏମ ଏସ ର ଛାତ୍ର ସମୂହ ଗାନ୍ଧୀ , ଲାଲବହାଦୁର ଶାସ୍ତ୍ରୀ , ସ୍ୱଚ୍ଛ ଗୁଣପୁର ଓ ପଲିଥିନ ମୁକ୍ତ ଗୁଣପୁର ସ୍ଲୋଗାନ ଦେଇ ୩୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ପଦଯାତ୍ରା କରିବାସହ ଗୁଣପୁର ସହର ପରିକ୍ରମା କରିଥିଲେ ।ଏତତ ସହ ଗୁଣପୁର ପୁରୁଣା ବସ ଷ୍ଟାଣ୍ଡ ଠାରେ ଆୟୋଜିତ ସ୍ମୃତି ସଭାରେ ଗାନ୍ଧୀ ଙ୍କ ସ୍ବପ୍ନ କୁ ସାକାର କରିବା ପାଇଁ ଗୁଣପୁର ସହରକୁ ସ୍ୱଚ୍ଛ , ନିର୍ମଳ , ପଲିଥିନ ମୁକ୍ତ କରାଯିବା ସହ ପରିବେଶ ସ୍ୱଚ୍ଛତା ଓ ସୁନ୍ଦର ରଖିବା ପାଇଁ ଉପସ୍ଥିତ ଅତିଥି ବୃନ୍ଦ ଜନସାଧାରଣ ଙ୍କୁ ଅନୁରୋଧ କରିଥିଲେ । ଏକ ସ୍ୱଚ୍ଛ ଓ ସୁସ୍ଥ ସମାଜ ଗଠନ ନିମନ୍ତେ ଶପଥ ଗ୍ରହଣ କରି ପ୍ରତିଶୃତି ବଦ୍ଧ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ଗୁଣପୁର ସହରର ମେଟ୍ରୋ ଟିଭି ବ୍ୟୁରୋର ସାମ୍ବାଦିକ ଶକ୍ତି ଦାଶ , ଇଣ୍ଡିଆନ ୟୁଥ ଆସୋସିଏସନର ସାମ୍ବାଦିକ ସୁମନ ସାହୁକାର ଓ ଆଦ୍ୟାଶା ନ୍ୟୁଜ ସାମ୍ବାଦିକ ସନ୍ତୋଷ ସୁବୁଦ୍ଧି ପରିଚାଳନା କରିଥିଲେ ।ଆଗାମୀ ଦିନରେ ଗୁଣପୁର ସହର କୁ ସ୍ୱଚ୍ଛ ଓ ପଲିଥିନ ମୁକ୍ତ ସହର ଭାବେ ଗଢିତୋଳିବା ପାଇଁ ନିଜେ ନିକଟତମ ଅନୁନ୍ୟ ୧୦୦ ବ୍ୟକ୍ତିଙ୍କୁ ସଚେତନ କରାଇବା ନେଇ ଗୁଣପୁର ଉନ୍ନୟନ ଯୁବ ସଂଗଠନ ର ଆବାହକ ଶ୍ରୀ ଉମା ଶଙ୍କର ଦାଶ ଉପସ୍ଥିତ ଜନସାଧାରଣଙ୍କୁ ଶପଥ ପାଠ କରାଇଥିଲେ ।
ରାଜ୍ୟ
ଗାନ୍ଧୀ ଜୟନ୍ତୀରେ ସ୍ୱଚ୍ଛତାର ସଂକଳ୍ପ
- Hits: 703
