ହେଡଲାଇନସ୍:

କଳଙ୍ଗା ଯୁବ ସମାଜର ବନ୍ଧୁ ମିଳନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର, (ନୀଳ ଦୀପ) – ପଦ୍ମପୁର ସ୍ଥିତ ଦିଲିପ କଲ୍ଲାଣ ମଣ୍ଡପ ଠାରେ ଶ୍ରୀ ଭଜନ ସଗରଙ୍କ ସଭାପତିତ୍ୱରେ କଳଙ୍ଗା ଯୁବ ସମାଜର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅଵୁସ୍ଥିତ  ହୋଇଯାଇଅଛି । ଏହି ସଭାରେ କଳଙ୍ଗା ସମାଜର ଆର୍ଥôକ, ଶୈକ୍ଷିକ, ଏକତା ଓ ଅନ୍ୟାନ୍ୟ ବିଶୟରେ ଆଲୋଚନା ହୋଇଥିଲା । ସମାଜର ଉନ୍ନତି ସକାଶେ ସମସ୍ତ ଯୁବ ବର୍ଗକୁ ନେଇ ସଂକଳ୍ପ ନିଆଯାଇଥିଲା । ଓଡିଶାର ଅନୁନ୍ନତ ପଛୁଆ ବଗ ର୍ରେ କଳଙ୍ଗା ସମାଜ ଥିଲେ ମଧ୍ୟ ପଛୁଆ ବର୍ଗର ମାନ୍ୟତା ପାଇପାରିନାହିଁ ଏଣୁ ଆଗାମୀ ଦିନରେ କଳଙ୍ଗା ସମାଜକୁ କିଭଳି ସୁଦୃଢ କରାଜିବ ଓ ମାନ୍ୟତା ପାଇପାରିବ ତାର ଉପରେ ବିଷେଶ ଆଲୋଚନା କରାଯାଇଛି ।  ବୈଠକରେ ଶତାଧିକ ଯୁବଭାଇ ମାନେ ଉପସ୍ଥିତ ରହି ସମାଜର ଉନ୍ନତି ମୂଳକ କାମ ପାଇଁ ଏକ କମିଟୀ ଗଠନ କରାଯାଇ ସଭାପତି ଭାବେ ନିର୍ମଳ କରୁଆଲ, ସଂପାଦକ ଭାବେ ଧନଂଜୟ ତରାଲ ଓ କୋଷାଧକ୍ଷ ମୋତିଲାଲ ବାର୍ହା ଙ୍କୁ ସମର୍ଥନ ଜଣାଇ ନବନିର୍ବାଚିତ ସଦସ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମାଜର ବରିଷ୍ଠ  ବ୍ୟକ୍ତି ବ୍ରଜ କିଶୋର ଭିଲ, ଜଗଦିସ କଲାରୀ, ଗୋବିନ୍ଦ କରେଇ ଓ ଯୁବ ସଂଗଠନରୁ ନେତ୍ରାନନ୍ଦ ଭୀଲ, ପଂଚାନନ ନାଗ, ଘନଶ୍ୟାମ ବଣ୍ଡା ଓ ବରେନ୍ଦ୍ର ଗିର୍ଣ୍ଣା ପ୍ରମୁଖ ଯୋଗ ଦେଇଥିଲେ ।

0
0
0
s2sdefault