ହେଡଲାଇନସ୍:

ଉପଖଣ୍ଡର ବିଭିନ୍ନ ସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର,(ନୀଳ ଦୀପ)  – ପଦ୍ମପୁର ଉପଖଣ୍ଡ ସ୍ଥିତ ସ୍ଥାନୀୟ ଲାଲ ବାହାଦୂର ଶାସ୍ତ୍ରୀ ଉ.ପ୍ରା. ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ପ୍ରଶ୍ନୋତର କାର୍ଯ୍ୟକ୍ରମ ସହ ବିଦ୍ୟାଳୟ ସ୍ତରୀୟ ଏକ ବିଜ୍ଞାନ ମେଳା ଅନୁଷ୍ଠିତହୋଇଯାଇଅଛି । ଏଥିରେ ୪୮ଟି ପ୍ରକଳ୍ପ ସାମିଲ ହୋଇଥିଲା । ଏହା ସହ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଜୀବନୀ ଉପରେ ଛାତ୍ରଛାତ୍ରୀ ମାନେ ସଂକ୍ଷୀପ୍ତରେ ବକ୍ତବ୍ୟ ରଖିଥିଲେ । ପ୍ରଧାନ ଶିକ୍ଷକ, ଶିକ୍ଷକ ଶିକ୍ଷୟିତ୍ରୀ ଗଣ ଉଭୟ ମହାପୁରୁଷଙ୍କ ଆଦର୍ଶ ଜୀବନୀ, ସଂଗ୍ରାମୀଜୀବନ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ ।  ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ- ସ୍ତାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ଅଧ୍ୟକ୍ଷତାରେ ୧୫୦ ତମ ଗାନ୍ଧୀ ଜୟନ୍ତୀ ମହାସମାରୋହରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ  ଶିକ୍ଷକ ବୃନ୍ଦାବନ ଦାଶ ଓ ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ଭୋଇ ଗାନ୍ଧୀଜୀଙ୍କ ଅହିଂସା ନୀତି ଉପରେ ବକ୍ତବ୍ୟ ପ୍ରଦାନ କରୀ ଥିଲେ । ପ୍ରଧାନ ଶିକ୍ଷୟିତ୍ରୀ  ଶ୍ରୀମତୀ ଭୋଇ ମଧ୍ୟ ଗାନ୍ଧୀଜୀଙ୍କ ସତ୍ୟ ଓ ଅହିଂସା ନୀତି ଉପରେ ପିଲାଙ୍କୁ ଭାଷଣ ମାଧ୍ୟମରେ ଜଣାଇଥିଲେ । ଛାତ୍ରୀ ମାନଙ୍କ ମଧ୍ତରେ ନାଚ ଗୀତ, ବକୃତା, ଚିତ୍ରାଙ୍କନ ଓ ପ୍ରଶ୍ନୋତରୀ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ ସୁ୍ରେଶ୍ୱରୀ ସାହୁ, ଲିଜା ସାହୁ, ଗୁଂଜନ ଦାସ ଓ ଅମ୍ବିକା ବଂଜାରା ଉପରୋକ୍ତ ପ୍ରାତିଯୋଗୀତାରେ ପୁରଷ୍କାର ପାଇ ପୁରଷ୍କୃତ ହୋଇଥିଲେ । ଏହି ଅବସରରେ ବନବିଭାଗ ତରଫରୁ ବୃକ୍ଷ ରେପଣ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ସୁଚାରୁ ରୂପେ ସମ୍ପର୍ଣ୍ଣ କରିଥିଲେ । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ(କଲ୍ୟାଣ ବିଭାଗ)- ସ୍ତାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କଲ୍ୟାଣ ବିଭାଗରେ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଜୀବନୀ ଓ ତାଙ୍କ ପ୍ରତିଭାଶାଳି ବ୍ୟକ୍ତିତ୍ୱ ଉପରେ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିଷରରେ ବିଭିନ୍ନ ପ୍ରକାର ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଯାଇଅଛି । ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ ଓ ବକୃତା ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିବା ଛାତ୍ରୀ ମାନଙ୍କୁ ପୁରଷ୍କୃତ ମଧ୍ୟ କରାଯାଇଅଛି । ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର-ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିଷରରେ ପବିତ୍ର ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳନ କରାଯାଇଅଛି । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଯୁବରାଜ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦିବା ପର୍ଯ୍ୟାୟ ପ୍ରମୁଖ ଅଶ୍ୱିନୀ କୁମାର ବାରିକ ଦ୍ୱୀପ ପ୍ରଜ୍ୱଳନ କରି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଜୀବନୀ ଉପରେ ଭାଷଣ ରଖି ମାର୍ଗଦର୍ଶନ କରାଇଥିଲେ । ଦୁର୍ବାଦଳ ସାହୁ ଗୁରୁଜୀ ଅତିଥି ପରିଚୟ ପ୍ରଧାନ କରିବା ବେଳେ ରଂଜିତା ଗୁରୁମା ଗାନ୍ଧୀଜୀଙ୍କ ଉପରେ ଓ ଶୋଭାଚନ୍ଦ୍ର ଗୁରୁଜୀ ଶାସ୍ତ୍ରୀଜୀଙ୍କ ଉପରେ ବୈାଦ୍ଧିକ ପ୍ରଧାନ କରିଥରଲେ । ଉକ୍ତ କାର୍ଯ୍ୟକ୍ରମକୁ ଲୋପାମୁଦ୍ରା ପୂଝାରୀ ଗୁରୁମା ସଂଯୋଜନା କରିବା ବେଳେ ସୁକାନ୍ତ କିଶୋର ସାହୁ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault