ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଦେଶୀ ଗାଈର ଗୋବର ରୁ ପ୍ରIକୃତିକ ବୈଦିକ ପେଇଣ୍ଟ ପ୍ରସ୍ତୁତି ପାଇଁ ଘୁମୁସରୀ ଗୋପାଳଙ୍କୁ କେ.ଏନ.ଏଚ.ପିଆଇରେ ସ୍ଵତନ୍ତ୍ର ତାଲିମ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।
ଗଞ୍ଜାମ ଜିଲା ପ୍ରଶାସନ ସହଯୋଗରେ ଘୁମୁସରୀ ବ୍ରୀଡର୍ ସମିତର ୧୦ଜଣ ଗୋପାଳ ଓ କୃଷକଙ୍କୁ ଦେଶୀ ଗାଈ ଗୋବରରେ ପ୍ରସ୍ତୁତି ଖଦି ପ୍ରIକୃତିକ ବୈଦିକ ପେଇଣ୍ଟ ଉପରେ ,ଭାରତ ସରକାରଙ୍କ କ୍ଷୁଦ୍ର ଓ ମଧ୍ୟମ ଅଧୀନସ୍ତ ଖଦି ଓ ଗ୍ରାମ ଉଦ୍ୟୋଗ ଆୟୋଗର ରାଜସ୍ଥାନ ଜଯପୁରସ୍ଥିତ ,କୁମରଅପା ଜାତୀୟ ହାତତିଆରି କାଗଜ ପ୍ରତିଷ୍ଠାନରେ ଗୋବରରେ ବିଭିନ୍ନ ପ୍ରIକୃତିକ କଲର ଡ଼ିଷ୍ଟମ୍ପର,ଫୃଟି, ଫଗୁ,ସିଏମସି, ଇମ୍କୂମଲଶନ,ଷ୍ଟାଇନର,ପ୍ରIଇମର ସହ ଗୋବର ଶିଳ୍ପଉପରେ ସପ୍ତାହ ବ୍ୟାପୀ ଆବାସିକ ତାଲିମ ପ୍ରଦାନ କରାଯାଇଛି I ଯେଉଁ ଅନୁଷ୍ଠାନର ମୂଳଲକ୍ଷ୍ୟ ,ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଅନ୍ତର୍ଗତ ଗ୍ରାମIଞ୍ଚଳ ବେକାର ଯୁବକ ଯୁବତୀଙ୍କୁ ଗୋବରଶିଳ୍ପ ମାଧ୍ୟମରେ ଆର୍ଥିକ ସ୍ଵାବଲମ୍ବନ କରିବା ସହ ଭାରତୀୟ ସ୍ଵଦେଶୀ ଗୋବଂଶର ବିକାଶ ଓ ସମ୍ବର୍ଦ୍ଧିତ ହୋଇପାରିବ I ଘୁମୁସରୀ ସମିତର ପ୍ରମୁଖ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ଵରେ ଭଞ୍ଜନଗର ବ୍ଲକରୁ ସ୍ଵର୍ଣଲତା ବ୍ରହ୍ମା,ବ୍ରହ୍ମIନନ୍ଦ ପତି, ପ୍ରିୟାଙ୍କ ଡାକୁଆ ସୋରଡା ବ୍ଲକରୁ ଜଗନ୍ନାଥ ଗୌଡ, ବୁଗୁଡା ବ୍ଲକରୁ ମଞ୍ଜୁଲା ସାହୁ, ଆସିକା ବ୍ଲକରୁ ପ୍ରଦୀପ୍ତ କୁମାର ତ୍ରିପାଠୀ, ଶେରଗଡ ବ୍ଲକରୁ ଅଞ୍ଜଳି ବାଗ,ବେଲଗୁଣ୍ଠI ବ୍ଲକରୁ ଲୀନା ଗୌଡ,ଜଗନ୍ନାଥପ୍ରସାଦ ବ୍ଲକରୁ ଦୁଲ୍କାରମାଝି ତାଲିମ ଓ ପ୍ରଶିକ୍ଷଣ ନିମିତ ଗତ ୧୬ ତାରିଖ ରେ ଗଞ୍ଜାମ୍ ଜିଲ୍ଲାରୁ ୧୦ ଜଣ ଗୋପାଳ ରାଜସ୍ଥାନ ଯାଇ ୨୬ ତାରିଖରେ ତାଲିମ ସାରି ଓଡିଶା ଫେରିଛନ୍ତି I ପ୍ରଶିକ୍ଷଣ ଦିଆଯାଇଥିବା,ଏହି ପ୍ରiକୃତିକ ପେଇଣ୍ଟ ଦ୍ଵାରା ଅଷ୍ଟଲାଭ ଓ ସିଦ୍ଧି ମିଳିଥାଏ। ପ୍ରଥମତଃ/ନନ ଟକ୍ସିକ ଦ୍ଵିତୀୟ ରେ/ଆଣ୍ଟି ବାକ୍ଟେରିଆ ୩ୟରେ/ ଆଣ୍ଟି ଫଙ୍ଗଲ ୪ର୍ଥରେ/ ଇକୋ ଫ୍ରିଣ୍ଡଲୀ, ୫ମରେ/ଭାରି ଧାତୁ ମୁକ୍ତ,୬ଷ୍ଠରେ/ ଅର୍ଡରଲେସ ୭ମରେ/ ପୁରା ପ୍ରiକୃତିକ ୮ମରେ/ସୀତତାପ ଓ ବାହ୍ୟ କୀଟମୁକ୍ତ ଯiହର ପ୍ରମାଣ କରି ବୈଜ୍ଞାନିକ ମତ ଅନୁସାରେ ପେଟେଣ୍ଟ ହାସଲ କରିଛି I ଘୁମୁସରୀ ପ୍ରଜାତୀ ଗାଈ କମ୍ କ୍ଷୀର ପ୍ରଦାନ ଓ ଗୋରୁ ଚାଷନିମିତ । ଏହି ପ୍ରଜାତୀର ଗାଈଗୋରୁ ଜଙ୍ଗଲ, ବାହାରେ ସବୁଜିମା ଓ ଖୋଲା ପଡିଆରେ ଚରIବୁଲା କରିବା ପାଇଁ ପସନ୍ଦ କରିଥାନ୍ତି। ତେଣୁ ଘୁମୁସରି ଗୋବର ରେ ବିଶେଷ ପ୍ରIକୃତିକ ଓ ପୋଷକ ତତ୍ତ୍ଵ ଥାଏ । ଏବଂ ଘୁମୁସରୀ ଗୋପାଳଙ୍କ ଗାଈଗୋରୁଙ୍କ ଗୋବର ବହୁଳ ସଖ୍ୟାରେ ନଷ୍ଟ ହେବା ଦ୍ଵାରା ଚାଷୀମାନଙ୍କୁ ବହୁତ କ୍ଷତି ସହିବାକୁ ପଡ଼ିଥାଏ। ଏ ସବୁ ଦ୍ରୁଷ୍ଟିକୋଣକୁ ଅIଧରକରି , ସମିତି ତରଫରୁ ଜିଲ୍ଲାପାଳ ଓ ପ୍ରକଳ୍ପ ଅଧିକାରୀଙ୍କୁ ଗୋବର ଶିଳ୍ପ ତାଲିମ ପ୍ରସ୍ତାବ ଦିଆ ଯାଇଥିଲା । ଯାହା ଜିଲ୍ଲାପ୍ରଶାସନ ମଞ୍ଜୁର୍ କରିବା ସହ ଗୋ ଆଧାରିତ କୃଷି ଓ ଗୋବର ଜନିତ ଶିଳ୍ପକୁ ଆବଶ୍ୟକ ଆନୁଷଙ୍ଗିକ ସାହାଯ୍ୟ କରି ପାଇଁ ସରକାର ପ୍ରତିଶୃତି ଦେଇଛନ୍ତି । ଯାହାରି ଫଳରେ ଜାତୀୟ ମାନ୍ୟତା ଘୁମସରୀ ଗୋବଂଶ ର ବିକାଶ ସହ ଏକ ହଜାରରୁ ଉର୍ଦ୍ଧ ଗୋପାଳକ ଓ ଚାଷୀ ପରିବାର ଉପକୃତ ହେବେ ବୋଲି ସମିତି ସମ୍ପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ ମତ ପ୍ରକାଶ କରିବା ସହ ଜିଲ୍ଲାପାଳ ଶ୍ରୀଯୁକ୍ତ ଜ୍ୟୋତିଶଙ୍କର ପରିଡା ଓ ଜିଲ୍ଲା ପରିଷଦ ମୁଖ୍ୟକାର୍ଯ୍ୟ ନିର୍ବାହୀ ଅଧିକାରୀ ଭି କାର୍ତିକ ଭାସନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି I








