ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ଖୋ-ଖୋ , କବାଡି , ଦୌଡକୁଦ , ଯୋଗାସନ ଓ ସତରଞ୍ଜ ପ୍ରତିଯୋଗିତା ୨୦୨୩-୨୪ ଜିଲ୍ଲା ଶିକ୍ଷାଧକାରୀ ପ୍ରଦୋଷ କୁମାର ନାୟକଙ୍କ ତତ୍ୱାବଧାନରେ ସ୍ଥାନୀୟ ବିକାଶ ବିଦ୍ୟା ନିକେତନ ପାଞ୍ଚମାଇଲ ଖେଳ ପଡିଆ ଠାରେ ୨୬.୯.୨୦୨୩ ଓ ୨୭.୯.୨୦୨୩ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଯାଇଛି।
ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ସୁନେମି ମଣ୍ଡଳ , ଅଧ୍ୟକ୍ଷା , ଗୁମ୍ମା ଯୋଗ ଦେଇ ଉଦଯାପନୀ ଉତ୍ସବରେ ପ୍ରଦୀପ ପ୍ରଜ୍ଜଳନ କରିଥିଲେ। ଭାରପ୍ରାପ୍ତ ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର , ସ୍ବାଗତ ଭାଷଣ ଦେବା ସଙ୍ଗେ ସଙ୍ଗେ ଦୁଇ ଦିନ ଧରି ଚାଲିଥିବା କାର୍ଯ୍ୟକ୍ରମର ବିବରଣୀ ପାଠ କରିଥିଲେ। ଗୁମ୍ମା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ନୟନ ମଣ୍ଡଳ, ଶ୍ରୀ ରୁପେସ ପାଣିଗ୍ରାହୀ, ଜାଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ସାତ୍ମିକ କୁମାର ପଟ୍ଟନାୟକ, ସରକାରୀ ମହେନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ପ୍ରିନ୍ସପାଲ ଶ୍ରୀ ଅମୂଲ୍ୟ କୁମାର ରଥ ମଞ୍ଚାସୀନ ରହି କୃତି ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ ।
ଗଜପତି ଜିଲ୍ଲାର ୭ଟି ବ୍ଲକ ରୁ ୫୪୦ଜଣ ୧୪ ବର୍ଷ ରୁ କମ୍ ଓ ୧୭ ବର୍ଷ ରୁ କମ୍ ଛାତ୍ର / ଛାତ୍ରୀ ବିଭିନ୍ନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ। ଖୋ-ଖୋ ୧୭ରୁ କମ୍ ବାଳକ ବିଭାଗରେ ଆର.ଉଦୟଗିରି ୱିନେର , ବାଳିକା ବିଭାଗରେ ଗୋଷାଣୀ ୱିନେର , ଖୋ-ଖୋ ୧୪ରୁ ବର୍ଷ କମ୍ ବାଳକ ବିଭାଗ ଗୋଷାଣୀ ୱିନେର ,କବାଡି ୧୭ ରୁ କମ୍ ବାଳକ ବିଭାଗରେ ଗୋଷାଣୀ ୱିନେର , ବାଳିକା ବିଭାଗରେ ଆର୍.ଉଦୟଗିରି ୱିନର ,୧୪ ରୁ କମ୍ ବାଳକ ବିଭାରେ କାଶୀନଗର ୱିନେର ହୋଇଛନ୍ତି।
୩୦୦୦ ମିଟର , ୪୦୦ ମିଟର , ୨୦୦ ମିଟର ଦୌଡ ପ୍ରତିଯୋଗୀତା , ଉଚ୍ଚ ଡିଆଁ ଓ ଲମ୍ବା ଡିଆଁ ପ୍ରତିଯୋଗିତା , ଯୋଗ ଆସନ ପ୍ରତିଯୋଗିତା ଓ ଚେସ୍ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନେ ମଧ୍ୟ ପୁରସ୍କୃତ ହୋଇଛନ୍ତି। ଜିଲ୍ଲାର ୧୦୦ ଜଣ ଖେଳ ଶିକ୍ଷକ କ୍ରୀଡ଼ା ଉତ୍ସବ ପରିଚାଳନା କରିବା ପାଇଁ ଦାୟୀତ୍ବ ନେଇଥିଲେ। ଶ୍ରୀ ଅମୂଲ୍ୟ କୁମାର ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିବା ବେଳେ ଅଭିନବ ବାସୁଦେବ ମିଶ୍ର ଧନ୍ୟବାଦ୍ ଦେଇଥିଲେ।
ରାଜ୍ୟ
୯ ତମ ଗଜପତି ଜିଲ୍ଲା ବିଦ୍ୟାଳୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ
- Hits: 251








