ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ - ୨୦୨୩ : ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି /ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ଠାରେ ପାରଳାର ଅଗ୍ରଣୀ ନୃତ୍ୟ ପ୍ରତିଷ୍ଠାନ ସମଲେଇ ନୃତ୍ୟ କଳା ପରିଷଦ ଓ ଜିଲ୍ଲା ସଂସୃତି ପରିଷଦ ର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ "ନୂଆଁଖାଇ ଭେଟଘାଟ"-୨୦୨୩ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି। 
ସମଲେଇ ନୃତ୍ୟ କଳା ପରିଷଦର ସଭାପତି ଶ୍ରୀ ନୃସିଂହ ଚରଣ ପଟ୍ଟନାୟକଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି ରୂପେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଯୋଗଦେଇ ନୂଆଁଖାଇ ପଶ୍ଚିମ ଓଡ଼ିଶାର ଏକ ମହାନ୍ କୃଷି ଭିତ୍ତିକ ଗଣପର୍ବ । ଏହାକୁ ପାରଳାରେ ପାଳନ କରାଯାଉଥିବା ଯୋଗୁଁ ସେ ଉଦ୍ୟୋକ୍ତା ମାନଙ୍କୁ ଭୂୟସୀ ପ୍ରଶଂସା କରି କହିଥିଲେ ଯେ , ଏଠାରେ ଇତିହାସ , କଳା ଓ ସଂସ୍କୃତି ଭରପୁର ରହିଛି , ହେଲେ ଏଠାରେ ମନୋବଳର ଅଭାବ ରହିଛି , ତାକୁ ଉଜ୍ଜୀବିତ କରିବାକୁ ହେବ। ଏଠାରେ ବିଭିନ୍ନତା ମଧ୍ୟରେ ଏକତା ଯେଉଁ ରହିଛି , ତାହା ଏଠାରେ ପ୍ରମାଣିତ କରୁଛି। ତେଣୁ ନୃତ୍ୟ , ସଙ୍ଗୀତ ଓ କଳାର ପୂର୍ବ ଗୌରବ ଯେଭଳି ଫେରି ପାଇବ ସେ ଦିଗରେ ପ୍ରୟାସ କରିବାକୁ ହେବ ବୋଲି କହିଥିଲେ। 

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ପାରଳା ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଯୋଗଦେଇ ନୂଆଁଖାଇ ଏକ କୃଷିଭିତ୍ତିକ ଗଣପର୍ବ ଏବଂ ଏହାର ପାଳନର ଆଭିମୁଖ୍ୟ ସମ୍ପର୍କରେ କହିଥିବା ବେଳେ , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ଯୋଗ ଦେଇ ଭାବର ଆଦାନ ପ୍ରଦାନ ମାଧ୍ୟମରେ ବଡ଼ ମାନଙ୍କ ଠାରୁ ଛୋଟ ମାନେ କିଭଳି ଆଦର୍ଶ ଓ ସଂସ୍କାର ମୂଳକ ଶିକ୍ଷା ପାଇଥାନ୍ତି ଏବଂ ସାଂସ୍କୃତିକ ଭାବ କିଭଳି ଆଦାନ ପ୍ରଦାନ ହୋଇଥାଏ ସେ ସମ୍ପର୍କରେ , ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଯୁବ ମଞ୍ଚ କଳାକାର ଶ୍ରୀ ଆଦର୍ଶ ଦାସ ଯୋଗ ଦେଇ ଏ ଅଞ୍ଚଳରେ ସମ୍ବଲପୁରୀ ନୃତ୍ୟ ଓ ସଙ୍ଗୀତ ପରିବେଷଣ ସମେତ ବସ୍ତ୍ର ପରିଧାନ ଉପରେ କିପରି ଗୁରୁତ୍ଵ ଦିଆ ଯାଇଥାଏ ଏବଂ ସଭାପତି ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ ଯୋଗ ଦେଇ ନୂଆଁଖାଇ ଭେଟଘାଟ ପାଳନ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ସାଙ୍ଗସାଥୀ ମାନଙ୍କୁ ନେଇ ଭାଇଚାରା ପରିବେଶ ସୃଷ୍ଟି କରି କିଭଳି ଭାବ ଆଦାନ ପ୍ରଦାନ କରାଯାଇଥାଏ , ସେ ବିଷୟରେ ଆଲୋକପାତ କରିଥିଲେ।
ଅନୁଷ୍ଠାନର ସମ୍ପାଦକ ଶ୍ରୀ ବାଳକୃଷ୍ଣ ପାଣିଗ୍ରାହୀ ସମ୍ପାଦକୀୟ ତଥା ଅନୁଷ୍ଠାନର ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ଏହି ଅବସରରେ ପାରଳାର ଅଗ୍ରଣୀ ଅନୁଷ୍ଠାନ ଭକ୍ତି ସଙ୍ଗୀତ ସଂସଦର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଏଥି ସହ ପାରଳାର ନୃତ୍ୟ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ର , ସମଲେଇ ନୃତ୍ୟ କଳା ପରିଷଦ , ପଦାମୃତ ନୃତ୍ୟାୟନ ଅନୁଷ୍ଠାନ ପ୍ରଭୃତି ଆକର୍ଷଣୀୟ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ।
ଶ୍ରୀ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭା ଶେଷରେ ମନୋଜ କୁମାର ପାଢ଼ୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ସମସ୍ତ କାର୍ଯ୍ୟକ୍ରମକୁ ଡି.ମୋହନ ରାଓ ରାଜେନ୍ଦ୍ର ରଥ , ମାତାଙ୍ଗିନୀ ଗୁରୁ , ଭିକି , ନିରଞ୍ଜନ ପଟ୍ଟନାୟକ , ରଘୁନାଥ ପଟ୍ଟନାୟକ , ଡ଼ଃ.ପ୍ରିୟଙ୍କା , ଜ୍ଞାନ , କିଶୋର , ସୁଧା ରଞ୍ଜନ ପଟ୍ଟନାୟକ , କାମଦେବ , ହରିହର ପଟ୍ଟନାୟକ , ହର ତ୍ରିପାଠୀ , ସନ୍ତୋଷ ପାଟ୍ଟଯୋଶୀ ପ୍ରଭୃତି ପରିଚାଳନାରେ ସହଯୋଗ କରିଥିଲେ।

0
0
0
s2sdefault