ଓଡ଼ଗାଁ,୨୭।୯(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ରାସ୍ତାପାର୍ଶ୍ବ ଉଠା ଦୋକାନୀ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରଶୀଳ ନିଧି ଯୋଜନା ମାଧ୍ୟମରେ ଲାଭବାନ ହେବାପାଇଁ ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜଣେ ଉଠା ଦୋକାନୀ କିମ୍ବା ବୁଲା ବ୍ୟବସାୟୀ ଏହି ଯୋଜନାର ହିତାଧିକାରୀ ଭାବେ ପ୍ରଥମ ପର୍ଯ୍ୟାୟରେ ଶତକଡା ୪ % ସୁଧରେ ୧୦ହଜାର ଟଙ୍କା ରୁଣନେଇ ଏହି ଟଙ୍କାକୁ ସୁଧମୁଳ ସହ ଫେରସ୍ତ କରିବା ପରେ ୨୦ ହଜାର ଟଙ୍କା ଏବଂ ଅନୁରୁପ ଭାବେ ତାଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରୁଣ ପ୍ରଦାନ କରାଯାଇ ପାରିବ । ଓଡ଼ଗାଁ ଏନ୍ ଏସିରେ ବର୍ତମାନ ସୁଧା ୨୧୦ଜଣ ଆବେଦନ କାରୀଙ୍କ ଆବେଦନ ପଞ୍ଜିକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୫ ଜଣ ହିତାଧିକାରୀ ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ଟଙ୍କା ରୁଣନେଇ ପରବର୍ତ୍ତୀ ସମୟରେ ୨୦ ହଜାର ଟଙ୍କା ଲେଖାଏଁ ରୁଣନେଇ ବ୍ୟବସାୟକୁ ବୃଦ୍ଧି କରି ପାରିଛନ୍ତି । ଆଉ ୩୨ ଜଣକୁ ଏହି ରୁଣ ପ୍ରଦାନ ପାଇଁ ଏନ୍ ଏସି ଅଞ୍ଚଳର ବିଭିନ୍ନ ବ୍ୟାଙ୍କରେ ଚାଲୁ ରହିଥିବା ବେଳେ ନୂତନ ହିତାଧିକାରୀଙ୍କୁ ଆତ୍ମନିର୍ଭରଶୀଳ ନିଧି ଯୋଜନା ମାଧ୍ୟମରେ ରିହାତି ରୁଣ ଯୋଗାଣ ପାଇଁ ଏନ୍ ଏସି ଦ୍ବାରା ପୁନଃ ସଚେତନତା ସୃଷ୍ଟି ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ।
ରାଜ୍ୟ
ଉଠା ଦୋକାନୀଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରଶୀଳ ନିଧି ଯୋଜନା
- Hits: 307








