ଝରୀଗାଁ-ପୁଷ୍ପାରାଣୀ (ଶାସକ ପ୍ରଶାସକ ): ଉମରକୋଟ ଅଂଚଳର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଚନ୍ଦାହାଣ୍ଡି ଅଭିମୁଖେ ବାହାରିଥିବା ବସ (ଗାଡି ନଂ OD 24 2979) ଭାରସାମ୍ୟ ହରେଇ ଘାଟି ଉପରେ ଓଲଟି ପଡିବାରୁ ଜଣେ ପିଟି ଶିକ୍ଷକଙ୍କ ମୃତ୍ୟୁ ଘଟିଥିବା ବେଳେ 20ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଗୁରୁତର ହୋଇ ଝରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି |ତନ୍ମଧ୍ୟରୁ 7ଜଣ ଛାତ୍ରଛାତ୍ରୀ ଅତ୍ୟଧିକ ଗୁରୁତର ଥିବାରୁ ସେମାନଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି |ମିଳିଥିବା ସୂଚନା ମୁତାବକ, ଚନ୍ଦାହାଣ୍ଡି ଠାରେ ଛାତ୍ରଛାତ୍ରୀ ମାନଙ୍କ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତି ଯୋଗିତାର ଆୟୋଜନ କରାଯାଇଥିଲା, ଯେଉଁ ପ୍ରତିଯୋଗିତା ରେ ଭାଗ ନେବା ପାଇଁ ଉମରକୋଟ ଅଂଚଳର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନେ ଏକ ବସରେ ଯାଉଥିଲେ |ହେଲେ ଚନ୍ଦାହାଣ୍ଡି ଘାଟି ଉପରେ ରେ ବସଟି ଭାରସାମ୍ୟ ହରେଇ ଓଲଟି ପଡିଥିଲା |ସୂଚନା ପାଇ ଝରୀଗାଁ ଅଗ୍ନିଶମ ବିଭାଗ, ଓ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଂଚି ଆହତ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ଧାର କରି ଝରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଭର୍ତି କରିଥିବା ସୂଚନା ରହିଛି |ଦୁର୍ଘଟଣାରେ ଉମରକୋଟ ସ୍ୱାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକଙ୍କ ପ୍ରଭାସ କୁମାର ଜେନା (24)ଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି |
ରାଜ୍ୟ
ଘାଟିରେ ଓଲଟିଲା ସ୍କୁଲ ବସ : ପିଟି ଶିକ୍ଷକଙ୍କ ମୃତ୍ୟୁ , 20ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଗୁରୁତର |
- Hits: 522








