ପଦ୍ମପୁର :-ଲୋକକଳା ଦ୍ବାରା ଓଡ଼ିଶା ସରକାରଙ୍କ ବିଭିନ୍ନ ଜନକଲ୍ଯାଣକାରୀ ଯୋଜନା ଗୁଡିକୁ ପ୍ରତିଟି ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକରେ କଳାକାର ମାନଙ୍କର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ସୂଚନା, ସେବା ଓ ଯୋଗାଯୋଗ ଉପକ୍ରମରେ ଲୋକକଳାର ପ୍ରୟୋଗ ଦ୍ବାରା ଓଡ଼ିଶା ସରକାରଙ୍କ ୧୧ ଗୋଟି ଯୁଗାନ୍ତକାରୀ ଯୋଜନା ଯେପରି ପ୍ରତିଟି ଲୋକ ପାଖରେ ପହଂଚି ପାରିବ ସେଥିପାଇଁ ବ୍ଲକର ସମସ୍ତ କଳାକାର ଦଳ ଏହି ପ୍ରଶିକ୍ଷଣ ଶିବିରରେ ତାଲିମପ୍ରାପ୍ତ ହୋଇଥିଲେ । ପାଇକମାଲ ବିଡିଓ ସୁରେନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ଯକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ସଂନ୍ତ୍ରାସ ପଣ୍ଡା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିନାୟକ ମିଶ୍ର ଓ ଜିଲ୍ଲା କଳା ସଂସ୍କୃତି ସଂଘ ଉପ-ସଭାପତି ଅମୃତ ବାରିକ ଯୋଗ ଦେଇଥିଲେ ।
ରାଜ୍ୟ
ପାଇକମାଲରେ କଳାକାରଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ l
- Hits: 220








