ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ୍ ଜିଲ୍ଲା, ଭଞ୍ଜନଗର ବ୍ଲକର ସମସ୍ତ ଗ୍ରାମାଞ୍ଚଳରେ ଲୋକକଳା, ତଥା ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ମୁଳକ ଯୋଜନା ଗୁଡିକ ଲୋକଙ୍କ ନିକଟରେ ପହଁଚାଇବା ସକାଶେ । ଏଥିନେଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୁଚନା ଓ ଲୋକସଂପର୍କ ବିଭାଗ ର ମିଳିତ ଆନୁକୂଲ୍ୟରେ ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ବ୍ଲକ ସ୍ତରୀୟ ଦୁଇ ଦିନିଆ ଲୋକକଳା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଶଶିଭୂଷଣ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ, ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ମୁଳକ ଯୋଜନାକୁ ଓ ତାର ସଫଳତା କୁ ତୃଣମୂଳ ସ୍ତରରେ ପ୍ରଚାର ପ୍ରସାର କରାଇବା ସହ ସଚେତନତା ର ବାର୍ତ୍ତା ଦେବା ପାଇଁ ଉପସ୍ଥିତ କଳାକାର ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।
ଲୋକକଳାର ମୌଳିକତାକୁ ନଷ୍ଟ ନ କରି କିଭଳି ପ୍ରଚାର କରିବେ ତାହା ପ୍ରଶିକ୍ଷଣ ରେ ପ୍ରଦାନ କରାଯାଇଥିଲା। ଜନହିତକର ଯୋଜନା ସମ୍ପର୍କରେ ଜନସାଧାରଣ କିଭଳି ସୂଚନା ପାଇବେ ଏଂବ ବିଭିନ୍ନ ଯୋଜନାରୁ ଉପକୃତ ହେବେ ସେହି ଆଭିମୁଖ୍ୟ ନେଇ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କଳାକାରଗଣ ପ୍ରଶିକ୍ଷଣ ପାଇଥିଲେ।
ଉକ୍ତ ପ୍ରଶିକ୍ଷଣ ଶିବିରରେ ବ୍ଲକ ଅଧକ୍ଷ ଶ୍ରୀ ନରିସଭା ନାୟକ, ଉପଖଣ୍ଡ ସୁଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଗୌରୀଶଙ୍କର ଶତପଥୀ ମହୋଦୟ ,ଏ.ବି.ଡି.ଓ ଭିମସେନ ବାରିକ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସନୁଜ୍ ନାୟକ, ସିଡିପିଓ ବିଷ୍ଣୁପ୍ରିୟା ସେଠୀ, ସଂସ୍କୃତି ରତ୍ନ ଗୁରୁ ଶ୍ରୀ ନାରାୟଣ ମହାରଣା,ବ୍ଲକ ଲୋକକଳା ତଥା ପ୍ରଶିକ୍ଷକ ଜଗଦୀଶ ପାଣିଗ୍ରାହୀ ପ୍ରମୁଖ ମଂଚାସିନ ରହି ସୁଚନା,ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ନିୟୋଜିତ ହେବାକୁ ଥିବା ଲୋକକଳା ଦଳକୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ସରକାରଙ୍କ ବିଭିନ୍ନ ଯୋଜନା ଯଥା-ବିଜୁ ସ୍ବାସ୍ଥ୍ୟ କଲ୍ୟାଣ, ମଧୁବାବୁ ପେନସନ, ମମତା, ମିଶନସକ୍ତି, ଆଦର୍ଶ ବିଦ୍ୟାଳୟ, ଫସଲବିମା,ବିନା ସୁଧରେ କୃଷି ଋଣ,ଆମ ଓଡିଶା ନବୀନ ଓଡିଶା, ଶିକ୍ଷା,ସ୍ବାସ୍ଥ୍ୟ ଓ କ୍ରିଡା ଭଳି ବିଭିନ୍ନ ଯୋଜନା ର ସଫଳତା କୁ ତୃଣମୂଳ ସ୍ତରରେ ପ୍ରଚାର ପ୍ରସାର କରିବା ପାଇଁ ଉପସ୍ଥିତ କଳାକାର ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ବ୍ଲକର ୮୮ ଟି ଲୋକକଳା ଦଳ ଯୋଗଦେଇ ପ୍ରଶିକ୍ଷଣ ନେଇଥିବା ବେଳେ ବିଭିନ୍ନ ବିଭାଗର ଅଧିକାରୀ ଓ ବିଭିନ୍ନ ଇଲୋକ୍ଟ୍ରୋନିକ୍ସ ମିଡ଼ିଆ ଏବଂ ପ୍ରିଣ୍ଟ୍ ମିଡ଼ିଆ ସାମ୍ବାଦିକ ଉପସ୍ଥିତ ଥିଲେ।








