ହେଡଲାଇନସ୍:

ଓଡିଶା ନାଟ୍ୟ ସଂଘ ର 36 ତମ ପ୍ରତିଷ୍ଠା ଦିବସ ପାଳନ.

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର/ଅଶୋକ ସାଜୁ: ନବରଙ୍ଗପୁର ଜିଲ୍ଲା ସଂସ୍କୃତି ଭବନ ଠାରେ ଶତାଧିକ ନାଟ୍ୟ ପ୍ରେମୀ ଙ୍କ ସମାରୋହ ରେ ପାଳିତ ହୋଇ ଯାଇଛି ଓଡ଼ିଶା ନାଟ୍ୟ ସଂଘ ର ୩୬ ତମ ପ୍ରତିଷ୍ଠା ଦିବସ । ପ୍ରକାଶ ଥାଉ କି ବିଶିଷ୍ଟ ନାଟ୍ୟ ପ୍ରେମୀ ଙ୍କ ଦ୍ଵାରା ୧୯୮୮ ମସିହା ରେ ଏହି ନାଟ୍ୟ ସଂସ୍ଥା ପ୍ରତିଷ୍ଠା ଲାଭ କରି ଆଜି ଓଡିଶା ର ୧୬୦ ଟି ନାଟକ ସଂସ୍ଥା ଏଥିରେ ଯୋଗ ଦେଇଛନ୍ତି। ଆଜିକାର ଏହି ମହା ସମାରୋହରେ ଆବାହକ ନାଟ୍ୟକାର ଜଗନ୍ନାଥ ବେହେରା ଙ୍କ ଆହାନ କ୍ରମେ ବହୁ ନାଟ୍ୟକାର,ନାଟ୍ୟ ନିର୍ଦ୍ଦେଶକ,ଅଭିନେତା ସଙ୍ଗୀତକାର ସହ କଳାକାର ମାନେ ଯୋଗ ଦେଇ ନାଟକ ର ଅତୀତ ଆଉ ଭବିଷ୍ୟତ ଉପରେ ନିଜ ନିଜ ଅନୁଭୂତି ଏବଂ ମତାମତ ସହ ପ୍ରସ୍ତାବ ଗୁଡିକ ରଖି ଥିଲେ। ମୁଖ୍ୟ ଅତିଥି ଭାବେ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ହଳଧର ନିହାଲ ଯୋଗ ଦାନ ପୂର୍ବକ ସମାଜ ସଂସ୍କାର ପାଇଁ ନାଟକ ର ଆବଶ୍ୟକା ଅଛି ଏବଂ ରହିବ ବୋଲି ମତବ୍ୟକ୍ତ କରିଥିଲେ, ଅନ୍ୟତମ ଅତିଥି ରୂପେ ଓଡ଼ିଶା ରାଜସ୍ବ ଅମଲା ସଂଘ ର ରାଜ୍ଯ ସଭାପତି ତ୍ରିପତି ବାଲାଜୀ ସାହୁ ଯୋଗ ଦେଇ ନାଟକ ଏକ କଳା ଯେଉଁଠି ଗୀତ,ନାଟକ, ସଂଗ୍ଲାପ ଥାଏ ଯାହାକୁ ଜଣେ କାଲ,ମୁକ,ଏବଂ ଦୃଷ୍ଟି ଶକ୍ତି ହରାଇ ଥିବା ବ୍ୟକ୍ତି ବି ଉପଭୋଗ କରି ପାରିବେ ବୋଲି ମତ ବ୍ୟକ୍ତ କରିଥିଲେ।

ଜିଲ୍ଲା ସଂସ୍କୃତି ଅଧିକାରୀ ଘାଷିଆ ହରିଜନ ଯୋଗ ଦେଇ ସରକାର ଆପଣ ମାନଙ୍କ ପାଇଁ ଆପଣ ଙ୍କ ସାଥିରେ ଥିବା କଥା କହିଥିଲେ।ମୁଖ୍ୟ ବକ୍ତା ରୂପେ ଦିଲୀପ ହୋତା କଳା ଏକ ଭଗବାନ ଦତ୍ତ ଏବଂ ଏହା ସମାଜ ସେବା ପାଇଁ ଉଦ୍ଧିଷ୍ଟ ବୋଲି କହିଥିଲେ। ଅନ୍ୟ ତମ ବକ୍ତା ଭାବେ ଗୋକୁଳ ଖାଡଙ୍ଗା,ସହକାରୀ ଜିଲ୍ଲାପାଳ ଆଶୁତୋଷ ପାତ୍ର,ସହକାରୀ ଜିଲ୍ଲାପାଳ ବିନାୟକ ଖାଡଙ୍ଗା ଯୋଗ ଦେଇ ନାଟକ ଏକ କଳାକାର ଙ୍କ ସମୁଷ୍ଟି ଏବଂ ଏହା ଅତୀତ ଇତିହାସ ରୁ ଆଜିଯାଏଁ ସମାଜ ରେ ସମ୍ମାନ ର ସହିତ ଅଛି ବୋଲି କହିଥିଲେ। ମଞ୍ଚ ସମାନା ରେ ବସିଥିବା ବରିଷ୍ଟ ନାଟ୍ୟକାର ପ୍ରକାଶ ସାମନ୍ତରାୟ,ବିଶିଷ୍ଟ ନାଟ୍ୟକାର ରଘୁନାଥ ଶତପଥୀ,ବରିଷ୍ଟ ବକ୍ତା ନିରଞ୍ଜନ ମିଶ୍ର,ଅଭିନେତା ବିଭୁଦତ ସେଠୀ ,ସହିତ ପର୍ଶୁରାମ ସାହୁ,ସଞ୍ଜୀବ ସିଂ,ସୁରେଶ ମିଶ୍ର,ନିରଞ୍ଜନ ବିଶ୍ୱାଳ,ଦେବି ପ୍ରସାଦ ତ୍ରିପାଠୀ,ଚିଦା ପଟନାୟକ ଅନେକ କଳାକାର ନିଜ ନିଜ ଅନୁଭୂତି କୁ ମଞ୍ଚରେ ରଖିଥିଲେ। ସମ୍ମାନିତ ଅତିଥି ବାଲାଜୀ ସାହୁ ୧୧ କୋଟି ଟଙ୍କାରେ ନବରଙ୍ଗପୁର ସଦର ମହକୁମା ଠାରେ ପାଇ ୨.୫୦ ଏକର ଜାଗାରେ ସମ୍ପୂର୍ଣ ଆଧୁନିକ ଢାଞ୍ଚା ରେ ସହର ର ମଧ୍ୟ ସ୍ଥଳରେ ଏକ ଭବ୍ୟ ଅଡିଟୋରିୟମ ନିର୍ମାଣ ହେବାକୁ ଯାଉଛି ବୋଲି କହିଥିଲେ। ଶେଷରେ ଜଗନ୍ନାଥ ବେହେରା ଧନ୍ୟବାଦ୍ ଦେଇଥିଲେ ।

0
0
0
s2sdefault