ହେଡଲାଇନସ୍:

ଚିକିତ୍ସା ଅବହେଳାରୁ ପ୍ରାଣୀ ଚିକିତ୍ସାଳୟରେ ଚାଲିଗଲା ବାଛୁରୀ ଜୀବନ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାପଡା/ପ୍ରଫୁଲ୍ଲ କୁମାର ମଲ୍ଲ : ଚାନ୍ଦୋଳ ପ୍ରାଣୀ ଚିକିତ୍ସାଳୟରେ ରୋଗୀଣା ବାଛୁରୀ ଚିକିତ୍ସାଧୀନ ଅବସ୍ଥାରେ ଛଟପଟ ହେଉଥିଲା । ନା ଥିଲେ ଡାକ୍ତର ନା ଥିଲେ ୱ୍ୟାଚମ୍ୟାନ,ସନ୍ଧ୍ୟା ସମୟରେ ରୋଗୀଣା ବାଛୁରୀ ପ୍ରାଣୀ ଚିକିତ୍ସାଳୟ ପରିସର ଭିତରେ ଚିକିତ୍ସା କକ୍ଷରେ ଛଟପଟ ହେଉଥିଲା ।ଅଧା ଚିକିତ୍ସା ରୁ ପଶୁ ଡାକ୍ତର ଛାଡି ଚାଲି ଯାଇଥିଲେ । ସରକାରୀ ବେତନ ଭୋଗୀ ରାତ୍ରି ଜଗୁଆଳ ଛୁଟି ନନେଇ ଡିଉଟି ସମୟରେ ଘରକୁ ପଳାଇଥିଲେ । କର୍ମଚାରୀଙ୍କ କର୍ତ୍ତବ୍ୟ ରେ ଅବହେଳା ଓ ଡାକ୍ତରଙ୍କ ଚିକିତ୍ସା ରେ ଅବହେଳା ଯୋଗୁ ରୋଗୀଣା ବାଛୁରୀର ଜୀବନ ଚାଲିଗଲା । ଡେରାବିଶ ବ୍ଲକ ଚାନ୍ଦୋଳ ପ୍ରାଣୀ ଚିକିତ୍ସାଳୟକୁ ତିନି ଦିନ ହେବ ଏକ ରୋଗୀଣା ବାଛୁରୀକୁ ଚିକିତ୍ସା କରିବାକୁ ସ୍ଥାନୀୟ ଲୋକ ଆଣିଥିଲେ ।ପଶୁଙ୍କ ଚିକିତ୍ସା ପାଇଂ ଥିବା ଗୃହରେ ବାଲି ସିମେଣ୍ଟ ଥୁଆ ହୋଇଥିଲା । ତାହାରି ଭିତରେ ରୋଗୀଣା ବାଛୁରୀ କୁ ସୁଆଇ ଦେଇ ସାମାନ୍ୟ ଚିକିତ୍ସା କରି ଛାଡ଼ିଯାଇଥିଲେ ଡାକ୍ତର । ବାଛୁରୀଟି ପକ୍ଷାଘାତ ରୋଗରେ ପୀଡିତ ଥିବାରୁ ଚାଲିବାକୁ ଅସମର୍ଥ ଥିଲା । ହେଲେ ସେହି ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ବାଛୁରୀଟି ସେମିତି ପଡି ରହିଥିଲା ।ଡାକ୍ତର ଅଧା ଚିକିତ୍ସାରୁ ଘରକୁ ଚାଲିଗଲେ ।ରାତ୍ରି ଜଗୁଆଳ ଛୁଟିରେ ନଥାଇ ମଧ୍ୟ ଡିୟୁଟି ନକରି ଘରକୁ ଚାଲି ଯାଇଥିଲେ । ଚିକତ୍ସା ପାଇଂ କୌଣସି ଔଷଧ ପାଇଲା ନାହିଁ ବାଛୁରୀ ଟି ପାଣି ମୁନ୍ଦାଏ ନପାଇ ଛଟପଟ ହୋଇ ବାଛୁରୀ ଟି ର ଜୀବନ ଚାଲିଗଲା । ତେବେ ଏନେଇ ସ୍ଥାନୀୟ ଲୋକେ, ଚାନ୍ଦୋଳ ପ୍ରାଣୀ ଚିକିସ୍ଛାଳୟ ମୁଖ୍ୟ ଓ ଏଠାର ରାତ୍ରି ଜଗୁଆଳଙ୍କ ଦାଇତ୍ୱ ରେ ଅବହେଳାରୁ ବାଛୁରୀର ମୃତୁ ହୋଇଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା । ରାତ୍ରି ଜଗୁଆଳ ମଧ୍ୟ ଡିଉଟିରେ ଖିଲାପ କରିଥିବା ସ୍ୱୀକାର କରିଥିଲେ ଓ ପ୍ରାଣୀ ଚିକିତ୍ସାଳୟ ମୁଖ୍ୟ ମଧ୍ୟ ବାଛୁରୀର ଖାଦ୍ୟପେୟ ଅବହେଳା ରୁ ମୃତୁ ହୋଇଥିବା କହିଥିଲେ ।

0
0
0
s2sdefault