ଆସନ୍ତା ବର୍ଷ ଆହୁରି ଧୁମଧାମରେ ପାଳନ କରାଯିବ :- ବିଧାୟକ ସୁଶାନ୍ତ ସିଂ
ବରଗଡ:-ପଶ୍ଚିମ ଓଡିଶାରେ ବସବାସ କରୁଥିବା ଜନସାଧାରଣ ମୁଖ୍ୟତଃ କୃଷି ଉପରେ ନିର୍ଭର କରିଥାନ୍ତି।ପଶ୍ଚିମ ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ପର୍ବପର୍ବାଣୀ ରେ ମଧ୍ୟ ଚାଷ ଓ ଚାଷୀର ଝଲକ ଦେଖିବାକୁ ମିଳିଥାଏ । କୃଷି ଭିତ୍ତିକ ଗଣପର୍ବ " ନୂଆଁଖାଇ "ରେ ପଶ୍ଚିମ ଓଡିଶାବାସୀ , ଯିଏ ଯେଉଁଠି ଥାଆନ୍ତୁ ନା କାହିଁକି, ନୁଆଁ ଖାଇବା ଓ ନିଜର ବନ୍ଧୁବାନ୍ଧବ , ସାଙ୍ଗସାଥି ମାନଙ୍କ ସହିତ କିଛି ସମୟ ଅତିବାହିତ କରିବା ପାଇଁ ନିଜର ନିଜର ଗାଁ କୁ ଆସିଥାନ୍ତି । ଆଜିକାର ବ୍ୟସ୍ତ ବହୁଳ ସମୟରେ ନିଜର ମାଁ ମାଟି ଠାରୁ ଦୂରରେ ରହୁଥିବା ପଶ୍ଚିମ ଓଡିଶା ବାସୀ ଏକତ୍ରିତ ହୋଇ ନୂଆଁଖାଇ ପାଳନ କରିବା ସହିତ ବିଭିନ୍ନ ସ୍ଥାନରେ ନୂଆଁଖାଇ ଭେଟଘାଟର ଆୟୋଜନ କରିଥାନ୍ତି । ନିଜର ସାମାଜିକ ଓ ସଂସ୍କୃତି ର ସୁରକ୍ଷା ଓ ପ୍ରଚାର ଦିଗରେ ସର୍ବଦା ସମର୍ପିତ , ସମଲେଇ ସେନା ତରଫରୁ ରାଜଧାନୀ ଭୁବନେଶ୍ବର ର ଉତ୍କଳ ମଣ୍ଡପ ଠାରେ ଆୟୋଜିତ ଭବ୍ୟ ନୂଆଁଖାଇ ଭେଟଘାଟରେ ସମଲେଇ ସେନା ର ଉପଦେଷ୍ଟା ପଶ୍ଚିମ ଓଡିଶାର ସର୍ବାଧିକ ଲୋକପ୍ରିୟ ଯୁବଜନନେତା , ରାଜ୍ୟସରକାର ଙ୍କର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ , ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ ଙ୍କ ସମେତ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା, ପାଟଣାଗଡ଼ର ବିଧାୟକ ଶ୍ରୀ ସରୋଜ ମେହେର , ବାଙ୍କୀ ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ , ରେଢ଼ାଖୋଲ ବିଧାୟକ ରୋହିତ ପୂଝରୀ, ଖରିଆର ବିଧାୟକ ଶ୍ରୀ ଅଧିରାଜ ପାଣିଗ୍ରାହୀ, ଶ୍ରୀମତୀ ଶ୍ରୀମୟୀ ମିଶ୍ର ଓ ବରଗଡ଼ ଜିଲ୍ଲା ବିଜୁ ଜନତା ଦଳର ସଭାପତି ପୂର୍ବତନ ସାଂସଦ ଡ. ପ୍ରଭାସ ସିଂ ଯୋଗଦେଇ ଉପସ୍ଥିତ ଜନସାଧାରଣ ଙ୍କୁ ନୂଆଁଖାଇ ର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଏହି ଭବ୍ୟ କାର୍ଯ୍ୟକ୍ରମ ସମଲେଇ ସେନା ଆୟୋଜନ କରିଥିବାରୁ ତାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ରାଜଧାନୀ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳର ପଶ୍ଚିମ ଓଡିଶା ବାସୀ ତଥା ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଙ୍କର ସହିତ ଅନେକ ଲୋକ ଉପସ୍ଥିତ ରହି ପଶ୍ଚିମ ଓଡିଶା ର କଲା ଓ ସଂସ୍କୃତି କୁ ଉପଭୋଗ କରିଥିଲେ । ଆସନ୍ତା ବର୍ଷ ସମସ୍ତ ଙ୍କର ସହଯୋଗ ରେ ଏହି କାର୍ଯ୍ୟକ୍ରମ କୁ ଆହୁରି ଭବ୍ୟ ଓ ସୁନ୍ଦର କରାଯିବ ବୋଲି ସମଲେଇ ସେନା ର ଉପଦେଷ୍ଟା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ କହିଥିଲେ| ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ଅତିଥି ମାନଙ୍କ ଦ୍ୱାରା ଅନେକ ପ୍ରତିଭା ଙ୍କୁ ସମ୍ମାନିତ କରାଯାଇ ଥିବା ସୂଚନା ରହିଛି ।।









