ହେଡଲାଇନସ୍:

ଖାଲାସିସାହିରେ ମା ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ଗଢିବା ପାଇଁ ମାଟି ପୂଜନ କାର୍ଯ୍ୟକ୍ରମ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର/ଉଦୟନାଥ ପଣ୍ଡା: ମାଁ ଦଶଭୁଜା, ମହିଷାସୁର ମର୍ଦ୍ଧିନୀ, ମୁକ୍ତକେଶି, ଜଗତଜନନୀ ଙ୍କ ଧରାବତରଣ ହେବ ଆଉକିଛି ଦିନ ପରେ। ଏହା ପୁର୍ବରୁ ମା ଙ୍କ ମୃଣ୍ମୟୀ ପ୍ରତିମା ଗଢିବା ପୂର୍ବରୁ ଶାସ୍ତ୍ରାନୁସାରେ ଓ ବିଧିବିଧାନ ପୂର୍ବକ ମାଟି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ସେଥି ସକାଶେ, ଚଳିତ ଭାଦ୍ରବ ମାସ ଶୁକ୍ଳପକ୍ଷ ରାଧାଷ୍ଟମୀ ତିଥି ଅବସରରେ ୨୨ ତାରିଖ ଶୁକ୍ରବାର ଦିନ ଭଞ୍ଜନଗର ଖାଲାସିସାହି ରେ ବିଶ୍ଵଜନନୀ ଦୁର୍ଗାପୂଜା କମିଟି ତରଫରୁ ମାଟି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।
ଏଠାରେ ଦୀର୍ଘ ୬୦ ବର୍ଷ ହେବ, ସାହି ବାସିନ୍ଦାଙ୍କ ସହଯୋଗ ଓ ଶ୍ରୀ ସାନ୍ତୁନୁ କୁମାର ଦାଶ ଙ୍କ ପୌରହିତ୍ୟରେ ଦୁର୍ଗାପୂଜା ଉତ୍ସବ ମହାଆଡମ୍ବରରେ ଓ ବିଧିବିଧାନ ପୂର୍ବକ ଅନୁଷ୍ଠିତ ହୋଇଆସୁଛି। ପ୍ରତିବର୍ଷ ଏଠାରେ ଦୁର୍ଗାପୂଜା ଅନୁଷ୍ଠିତ ହେବାସହ ମାଁ ମଙ୍ଗଳାଙ୍କ କୋଠି ସ୍ଥାପନ କରି ପ୍ରତି ସପ୍ତାହର ମଗଂଳ ବାର, ଶନିବାର ଓ ବିଶେଷ ଦିନ ମାନଙ୍କରେ ମାଁ ଠାକୁରାଣୀ ଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଏବଂ ଏଠାରେ ମନୋସ୍କାମନା ପୁରଣ ପାଇଁ ଅନେକ ଦୁରରୁଆସିଥିବା ଜନସାଧାରଣଙ୍କ ସମାଗମ ହୋଇଥାଏ।

0
0
0
s2sdefault