ଯଶିପୁର: ଯଶିପୁର ବ୍ଲକ ଶିମିଳିପାଳର ମଧ୍ଯ ଭାଗରେ ଥିବା ନୱଣା ଆଶ୍ରମ ବିଦ୍ୟାଳୟ ପରିସରରେ "ଅଭିଭାବକଙ୍କ ସହଭାଗିତା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉସ୍କି ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବାନନ୍ଦ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଦାସ , ସମ୍ମାନୀତ ଅତିଥି ଭାବରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଅଭିଜିତ ପ୍ରଧାନ , ମୁଖ୍ୟ ବକ୍ତା ଭାବରେ ଠାକୁରଗୋଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜାନୁ ହେମ୍ବ୍ରମ , ସୁଆଁପାଲ୍ ଆଶ୍ରମ ବିଦ୍ୟାଳୟର ସହକାରୀ ଶିକ୍ଷକ ରାବନେଶ୍ୱର୍ ହାଁସଦା, ନୱଣା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଚନ୍ଦ୍ରମୋହନ ପୂର୍ତ୍ତ, ବିଦ୍ୟାଳୟ ପରିଚାଳନା କମିଟି ର ଚେୟାରମେନ ଶ୍ରୀମାନ ଗlର୍ଦୀ ହନ୍ନଗା ପ୍ରମୁଖ ଯୋଗଦେଇ ମଞ୍ଚାସୀନ ହୋଇଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ନରେଶ ମହାନ୍ତ ବିଦ୍ୟାଳୟ ସମର୍କିତ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ । ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ ତଥା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ସମସ୍ତ ଯୋଜନା ସମ୍ପର୍କରେ ଅତିଥି ଗଣ ଅଭିଭାବକ ତଥା ପିତାମାତାଙ୍କୁ ସୂଚନା ପ୍ରଦାନ କରିଥିଲେ। ବିଦ୍ୟାଳୟର ଶିକ୍ଷକଗଣ ଶିଶୁଙ୍କ ଅଧିକାର , ସୁରକ୍ଷା ଓ ନିରାପତ୍ତା ତଥା ଜୀବନ କୌଶଳ ଶିକ୍ଷା ସମ୍ବନ୍ଧୀୟ ବିଭିନ୍ନ ଦିଗକୁ ଅବିଭାବକ ତଥା ପିତା ମାତା ଙ୍କୁ ଅବଗତ କରିଥିଲେ ।
ଛାତ୍ର/ଛାତ୍ରୀଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବକ୍ତୃତା, ରଙ୍ଗୋଲି, ଚିତ୍ରାଙ୍କନ ପ୍ରତିଯୋଗିତାରେ ଉଭୟ ଛାତ୍ରଛାତ୍ରୀ ଓ ଅବିଭାବକ ଅଂଶ ଗ୍ରହଣ କରିଥିଲେ l ଶ୍ରେଷ୍ଠ ବିବେଚିତ ହୋଇଥିବା ପ୍ରତିଯୋଗୀଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ । ଦ୍ଵିତୀୟ ଅଧିବେଶନରେ ଅଭିଭାବକ ଗଣ ବିଦ୍ୟାଳୟରେ ଲାଗିଥିବା ଓଡିଶା ସରକାରଙ୍କ ବିଭିନ୍ନ ବିଭାଗର ଷ୍ଟଲ କୁ ବୁଲି ଦେଖିଥିଲେ ଓ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଅଧିକାରୀଙ୍କୁ ପଚାରି ବୁଝିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବିଭିନ୍ନ କୃତିତ୍ୱକୁ ନେଇ ହୋଇଥିବା ଫଟୋ ଗ୍ୟାଲେରୀକୁ ମଧ୍ୟ ଅତିଥି ଓ ଅଭିଭାବକ ଗଣ ବୁଲି ଦେଖିଥିଲେ।ଏହି କାର୍ଯ୍ୟକ୍ରମକୁ ଉସ୍କି ଆଶ୍ରମ ବିଦ୍ୟାଳୟର ସହକାରୀ ଶିକ୍ଷକ ପୂରନ ମେହେର ପରିଚାଳନା କରିଥିବା ବେଳେ ଶିକ୍ଷକ ଅଜିତ୍ ମଲ୍ଲିକ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଗଣ ସହଯୋଗ ପ୍ରଦାନ୍ କରିଥିଲେ।
ରାଜ୍ୟ
ନୱଣl ଆଶ୍ରମ ବିଦ୍ୟାଳୟ ଠାରେ "ସହଭାଗିତାରେ ଅବିଭାବକ" କାର୍ଯ୍ୟକ୍ରମ ଉଦଯାପିତ
- Hits: 234








