ହେଡଲାଇନସ୍:

ବେଲଗୁଣ୍ଠା ଗଣେଶ ସାମୁହିକ ଭଷାଣୀ ଉତ୍ସବ: ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା--(ଶିବରାମ ଚୌଧୁରୀ )-ପ୍ରତିବର୍ଷ ପରି ଗଣନାଥ ଙ୍କ ପୂଜା ବେଲଗୁଣ୍ଠା ଓ ଏହାର ଆଖପାଖ ଅଞ୍ଚଳରେ ଧୂମଧାମରେ ପାଳିତ ହୋଇଥିବା ବେଳେ ଆଜି ତା'ର ସମାପନ ତଥା ବିସର୍ଜନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି ।ଗତ କିଛି ବର୍ଷ ହେବ ବେଲଗୁଣ୍ଠା ସହରରେ ସାମୁହିକ ଭଷାଣୀ ଆରମ୍ଭ ହୋଇଥିବା ବେଳେ କରୋନା କଟକଣା ଯୋଗୁଁ ଏହା ବନ୍ଦ ଥିଲା ।ଏହି ଅବସରରେ ଏ ବର୍ଷ ମହା ଜାକଜମକରେ ସାମୁହିକ ଭଷାଣୀ ହୋଇଯାଇଅଛି । ପୂର୍ବରୁ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ,ପ୍ରେସ୍ କ୍ଳବ ବେଲଗୁଣ୍ଠା, ଆମ ପୋଲିସ ସମିତି ଓ ବିଭିନ୍ନ ଗଣପତି ପୂଜା କମିଟି ତରଫରୁ ଏ ନେଇ ଏକ ପ୍ରସ୍ତୁତି ବୈଠକ ହୋଇଥିଲା । ଲଟେରୀ ମାଧ୍ୟମ ରେ ହୋଇଥିବା କ୍ରମିକ ନମ୍ବର ରେ ବିଭିନ୍ନ ସାହି ତରଫରୁ ବାହାରିଥିବା ଶୋଭାଯାତ୍ରା ଓ ମେଢ଼ ବଡ଼ଦାଣ୍ଡ ଠାରେ ଏକତ୍ରିତ ହୋଇଥିଲେ ।ଏହି ଅବସରରେ ସ୍ୱତନ୍ତ୍ର ଭାବେ ଗଜାନନ ଙ୍କ ୧୦୮ ଆରତୀ ହୋଇଥିଲା ।ଦିବ୍ୟ ଆରତୀ ଦେଖି ବାପ୍ପାଙ୍କ ଆଶିର୍ବାଦ ନେବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ପୂର୍ବରୁ ନିର୍ଧାରିତ ନିଷ୍ପତ୍ତି ଭାବେ ସୁନ୍ଦର ମୂର୍ତ୍ତି ପାଇଁ ରେଡିକା ସାହି ଓ ବିସର୍ଜନ ସାଜସଜ୍ଜା ପାଇଁ ଗୋଲା ସାହି ଙ୍କୁ ନଗରପାଳ ଫିରୋଜ କୁମାର ସେଠୀଙ୍କ ତରଫରୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଥାନାଧିକାରୀ ବନବିହାରୀ ପ୍ରଧାନ ଓ ସେକେଣ୍ଡ ଅଫିସର ଅଭୟ କୁମାର ପ୍ରଧାନ ବିଚାରକ ଭାବେ ଯୋଗ ଦେଇଥିଲେ ।ବଡ଼ଦାଣ୍ଡ ସାଂସ୍କୃତିକ ମଞ୍ଚ ଠାରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ମନୋନୀତ ଗଣେଶ ପୂଜା କମିଟିକୁ ପୁରସ୍କୃତ କରାଯାଇଥିଲା ।ପରେ ବିସର୍ଜନ ଶୋଭାଯାତ୍ରାରେ ବଡ଼ଦାଣ୍ଡ ଠାରୁ ବାଙ୍କ ବଜାର, ହାଟପଦା ଦେଇ ଗୋପିନାଥ ସାହି ବାଲିଡି ଉ.ପ୍ରା ବିଦ୍ୟାଳୟରେ ସମାପ୍ତ ହୋଇଥିଲା । ବେଲଗୁଣ୍ଠା ଥାନାଧିକାରୀ ବନବିହାରୀ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ପୋଲିସ୍ ମୁତୟନ ହୋଇଥିବା ବେଳେ ଏସା.ଆଇ ଅଭୟ କୁମାର ପ୍ରଧାନ, ନାରାୟଣ ନାୟକ,ଏ.ଏସ.ଆଇ ବିଶ୍ୱନାଥ ମଳିକ, ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ, କାଉନସିଲର ଦିବ୍ୟ ରଞ୍ଜନ ଦାଶ, ଭାସ୍କର ପାତ୍ର, ରଞ୍ଜିତ କୁମାର ସାମଲ,ପ୍ରଦୀପ କୁମାର ସେଠୀ, ବିଶ୍ୱନାଥ ଦଳାଇ,ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପସଭାପତି ପ୍ରଭାତ କୁମାର ସାହୁ, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, ସଙ୍ଗଠକ ସୁଶାନ୍ତ କୁମାର ନାୟକ ଓ ସମସ୍ତ ପୂଜା କମିଟି ଉପସ୍ଥିତ ରହି ପରିଚାଳନା କରିଥିଲେ ।
ଫଟୋ

0
0
0
s2sdefault