ହେଡଲାଇନସ୍:

ବିଧାୟକଙ୍କୁ ଫସେଇବାକୁ ଆସିଥିବା ବିରୋଧୀ ଦଳ କର୍ମୀଙ୍କ ମହିଳାଙ୍କୁ ଅସମ୍ମାନ: ମହିଳା ଏବଂ ସ୍ଥାନୀୟ ଗ୍ରାମବାସୀ ଦେଲେ କଡ୍ଡା ଜବାବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବିରୋଧୀ ଙ୍କ ଗୁଣ୍ଡାରାଜ ଏବଂ ମିଥ୍ୟା ଅପପ୍ରଚାର କୁ ତୀବ୍ର ନିନ୍ଦା କଲେ ଗ୍ରାମବାସୀ ଏବଂ ମହିଳା  l   

(ମାହାଙ୍ଗା-ଶାସକ ପ୍ରଶାସକ): ଦିନକୁ ଦିନ ବିରୋଧୀ ଦଳ କର୍ମୀମାନେ ରକ୍ତମୁଖା ସାଜିଲେଣି, ଯେନେତେନେ ପ୍ରକାର ଅପପ୍ରଚାର କରି ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ଫସେଇବାକୁ ଆରମ୍ଭ କରିଦେଲେଣି କଳା କାରନାମା ବୋଲି ବହୁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଯୋର ଧରିଲାଣି l ଏପରିକି ବିରୋଧୀ ଦଳ କର୍ମୀମାନେ ଶେଷରେ ମହିଳା ମାନଙ୍କ ପ୍ରତି ଅସଦାଚରଣ କରିବା ସହିତ ବିଭିନ୍ନ ପ୍ରକାର କଟୁ ଭାଷାରେ ଗାଳିଗୁଲଜ ଏବଂ ମରଣାନ୍ତକ ଆକ୍ରମଣ କରିବାକୁ ପଛାଇ ନାହାଁନ୍ତି ବୋଲି ଅଭିଯୋଗ ହୋଇଛି l ଯାହାର କଡ୍ଡା ଜବାବ ରଖିଛନ୍ତି ମହିଳା କର୍ମୀ ଏବଂ ସ୍ଥାନୀୟ ଅଞ୍ଚଳବାସୀ l ଏ ନେଇ ମାହାଙ୍ଗା ଥାନାରେ ଲିଖିତ ଅଭିଯୋଗ ହୋଇଛି l

ସୂଚନାଥାଉକି ମଙ୍ଗଳବାର ଦିନ ମଧ୍ୟାହ୍ନ ସମୟରେ ମାହାଙ୍ଗା ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ଘଟିଛି ଅପ୍ରିତିକର ପରିସ୍ଥିତି l ଏକ ପ୍ରୋଟେଷ୍ଟ ପିଟିସନକୁ ଆଧାର କରି ସାଲେପୁର JMFC କୋର୍ଟ ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ନିର୍ଦ୍ଦେଶ ଦେବାରୁ, ଏଥିରୁ ରାଜନୈତିକ ଫାଇଦା ହାତେଇବାକୁ ଯାଇଁ ବିରୋଧୀ ଦଳର କିଛି କର୍ମୀ  ଚ୍ରକାନ୍ତ ଆରମ୍ଭ କରିଦେଇ ମାହାଙ୍ଗା ବ୍ଲକ ସମ୍ମୁଖରେ କିଛି ଘଟଣା ଘଟେଇବାକୁ ଆସିଥିବା ବେଳେ  ମହିଳା ଏବଂ ସ୍ଥାନୀୟ ଅଞ୍ଚଳର ଯୁବକ ମାନଙ୍କ ସହିତ ମାଡ଼ଗୋଳ କରିଥିବାର ଅଭିଯୋଗ ହୋଇଛି l ବାଜପୁରା ପଞ୍ଚାୟତର ଦିଲ୍ଲୀପ ସାହୁ ଏବଂ ମାହାଙ୍ଗା ବିଜେପିର କିଛି କର୍ମୀ କୁଆଁପାଳ ବଜାର ନିକଟରେ ଏକତ୍ରିତ ହୋଇ ବିଧାୟକ ପ୍ରତାପ ଜେନାଙ୍କ ବିରୁଦ୍ଧରେ ନାରାବାଜି କରିବାସହ, ତାଙ୍କ କୁଶ ପୁତ୍ତଳିକା ଦାହ ପାଇଁ ଉଦ୍ୟମ କରୁଥିଲେ l ଠିକ ସେହି ସମୟରେ ବ୍ଲକ ପରିସରରେ ଥିବା କିଛି ମହିଳା ମାନଙ୍କୁ ସେମାନେ ଦୁର୍ବ୍ୟବହାର କରିବାକୁ କୁଆଡେ ପଛେଇ ନଥିଲେ l ଏହି ଘଟଣାକୁ ନେଇ ଉପସ୍ଥିତ ମହିଳା ମାନେ ଉତକ୍ଷିପ୍ତ ହୋଇ ସେମାନଙ୍କୁ ଦୃଢ଼ ବିରୋଧ କରିଥିଲେ l ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ ବଦଳରେ ହିଂସାକୁ ଆପଣେଇବାରୁ ବିରୋଧୀଙ୍କୁ ନାକେଦମ ହେବାକୁ ପଡିଥିଲା l

ଅନ୍ୟ ପକ୍ଷରେ ମାହାଙ୍ଗା ଡବଲ ମର୍ଡର ଘଟଣାରେ ଯେଉଁମାନେ ଦୋଷୀ ସେମାନେ ଗିରଫ ହୋଇଛନ୍ତି ଏବଂ ପ୍ରକୃତ ହତ୍ୟାକାରୀ ମାନେ ପୋଲିସ ସାମ୍ନାରେ ଡେମୋ ଦେଖାଇ ଥିବା ସମସ୍ତେ ଜାଣନ୍ତି l କିନ୍ତୁ ସେତେବେଳେ କୁଳମଣି ବରାଳ ଓ ଦିବ୍ୟାସିଂହ ବରାଳଙ୍କ ହତ୍ୟା ପରେ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ଯେଉଁ ଏତଲା ଥାନାରେ ଦେଇଥିଲେ, ରାଜନୈତିକ ଆକ୍ରୋଶ ରଖି ପ୍ରତାପ ଜେନାଙ୍କ ନାଆଁ ଅଭିଯୋଗର ଉଲ୍ଲେଖ କରିଥିଲେ l ମାତ୍ର ଏହି ଅଭିଯୋଗ ଉପରେ ବାରମ୍ବାର ତଦନ୍ତ ହେବାପରେ ପ୍ରତାପ ଜେନାଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ନଥିଲା l ଫଳରେ ପୋଲିସ ଚାର୍ଜସିଟ ରୁ ବିଧାୟକଙ୍କ ନାଆଁ ବାଦ ଦେଇଥିଲା l ଅନ୍ୟ ପକ୍ଷରେ ରମାକାନ୍ତଙ୍କ ମୃତ୍ୟୁ ହୋଇଯିବାରୁ ତାଙ୍କ ସାନଭାଇ ପ୍ରୋଟେଷ୍ଟ ପିଟିସନର ଶୁଣାଣି ପାଇଁ କୋର୍ଟକୁ ଅନୁରୋଧ କରିବା ଓ ମୃତ କୁଳମଣିଙ୍କ ସମର୍ଥକ ମାନେ କୋର୍ଟରେ ବିଧାୟକଙ୍କ ବିରୁଦ୍ଧରେ ବୟାନ ଦେବାରୁ, ଏହି ମାମଲା ଭୁବନେଶ୍ୱରକୁ ସ୍ଥାନାନ୍ତର ହେବା କୁହାଯାଉଛି l ତେବେ ମାହାଙ୍ଗା ବ୍ଲକ ସମ୍ମୁଖରେ ଯେଭଳି ଅଭାବନୀୟ ଘଟଣା ଘଟିଛି, ଏହାକୁ ବୁଦ୍ଧିଜୀବୀ ମାନେ ତୀବ୍ର ନିନ୍ଦା କରିଛନ୍ତି l ଯାହାକୁ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିବାର ଜଣାଯାଇଛି l ମହିଳା ମାନଙ୍କୁ ଦୁର୍ବ୍ୟବହାର ହେବା ଓ ପୀଡିତା ମହିଳା ମାନେ ଥାନାର ଦ୍ୱାରସ୍ଥ ହେବା ପରେ ସ୍ଥାନୀୟ ଅଞ୍ଚଳର ବହୁ ଅଞ୍ଚଳବାସୀ ମାନେ ମଧ୍ୟ ଏହି ଘଟଣା କୁ ନିନ୍ଦା କରିବା ସହ ମହିଳା ମାନଙ୍କୁ ଆଶାଳୀନ ବ୍ୟବହାର କରିଥିବା ବ୍ୟକ୍ତିମାନଙ୍କୁ ଗିରଫ କରାଯାଇ ଦଣ୍ଡ ପ୍ରଦାନ ପାଇଁ ଦାବି ହୋଇଛି l ନଚେତ ଆଗାମୀ ଦିନରେ ସମସ୍ତ ମହିଳାମାନେ ଏକଜୁଟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ମହିଳା ମାନଙ୍କ ପକ୍ଷରୁ ଆଇନ ପ୍ରଶାସନ କୁ ଦୃଢ ଚେତାବନୀ ଦିଆଯାଇଛି l

0
0
0
s2sdefault