ହେଡଲାଇନସ୍:

ସୀମାନ୍ତ ମହାବିଦ୍ୟାଳୟ ଜାତୀୟ ସେବାଯୋଜନା ଆନୁକୂଲ୍ୟରେ "ଜାତୀୟସେବାଯୋଜନା ଦିବସ" ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସାରସକଣା ରୁ ଦିପୁ ମହାପାତ୍ର : ଶାସକ ପ୍ରଶାସକ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ରେ ଜାତୀୟ ସେବାଯୋଜନା NSS ରଯୁକ୍ତ ଦୁଇ ଓ ଯୁକ୍ତ ତିନି ଶାଖା ଆନୁକୂଲ୍ୟରେ "ଜାତୀୟସେବାଯୋଜନା ଦିବସ" ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବୁଦ୍ଧଦେବ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ ଦିବସରେ ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟର ପୂର୍ବତନ ସେବାଯୋଜନା ଅଧିକାରୀ ତଥା ଅବସର ପ୍ରାପ୍ତ ଇତିହାସ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଡ଼ଃ ଅନନ୍ତ କୁମାର ଜେନା ,ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ବସା ଯୋଗ ଦେଇଥିବା ବେଳେ ଯୁକ୍ତ ଦୁଇ କାର୍ଯ୍ୟକ୍ରମ ଅଧିକାରୀ ଶିଶିର କୁମାର ପଟ୍ଟନାୟକ ଏବଂ ଯୁକ୍ତ ତିନି କାର୍ଯ୍ୟକ୍ରମ ଅଧିକାରୀ ଶରତଚନ୍ଦ୍ର ପଢିହାରୀ ତଥା ଯୁବ ରେଡକ୍ରସ ଅଧିକାରୀ ରାମକିଶୋର ହରିଜନ ପ୍ରମୁଖ ମଞ୍ଚାସିନ ଥିଲେ।ସଭାପତି ଅଭିଭାଷଣରେ ଡ଼ଃ କର ତାଙ୍କ ସ୍ଵଭାଵ ସୁଲ୍ଲଭ ଶୈଳୀରେ ଏନ,ଏସ,ଏସ ସ୍ବେଚ୍ଛାସେବୀ ମାନଙ୍କୁ ବହୁମୁଲ୍ୟ ପରାମର୍ଶ ଦେଇ ଉତ୍ସାହିତ କରିଥିଲେ।ମୁଖ୍ୟବକ୍ତା ଡ଼ଃ ଜେନା ଏନ,ଏସ ,ଏସ, ର ସୃଷ୍ଟି ,ଉଦ୍ଦେଶ୍ୟ,ଉପକାର ,ଆଵଶ୍ୟକତା ଓ ସମାଜ ପ୍ରତି ସମର୍ପିତ ଭାବନା ବିଷୟରେ ପିଲାମାନଙ୍କୁ ବିସ୍ତୃତ ଭାବେ ବୁଝାଇଥଲେ।

ସମ୍ମାନିତ ଅତିଥି ଶ୍ରୀଯୁକ୍ତ ବସା ଏନ,ଏସ ଏସ, ର ଜନ୍ମ ତଥା ନିଜ ଛାତ୍ର ଜୀବନରେ ଏନ,ଏସ,ଏସ, କୁ ନେଇ ରହିଥିବା ସ୍ମୃତିଚାରଣ କରିଥିଲେ।ଏଥିସହିତ ସ୍ବେଚ୍ଛାସେବୀ ମାନେ ବିଭିନ୍ନ ଶିବିରର ଅନୁଭୂତି ଓ ଏନ, ଏସ ,ଏସ ରୁ ପାଇଥିବା ଉପକାର ସମ୍ବନ୍ଧରେ ସ୍ମୃତିଚାରଣ କରିଥିଲେ।ପରେ ସ୍ୱେଚ୍ଛାସେବୀ ମାନେ ଅଧ୍ୟକ୍ଷ ଓ ଅତିଥିମାନଙ୍କ ସହ ତିନି ଗୋଟି ହଷ୍ଟେଲ ସାମ୍ନାରେ ବଉଳ ଗଛ ରୋପଣ କରିଥିଲେ । ପରିଶେଷରେ ଅଧ୍ୟାପକ ରାମ କିଶୋର ହରିଜନ ଧନ୍ୟବାଦ ଅର୍ପଣ କରିଥିଲେ । ତେବେ କନିଷ୍ଠ କିରାଣୀ ନିରଜ bi ରଞ୍ଜନ ମହାନ୍ତ କାର୍ଯ୍ୟକ୍ରମ ର ଆରମ୍ଭ ରୁ ଶେଷ ଯାଏ ସ୍ୱେଚ୍ଛାସେବୀ ମାନଙ୍କ ସହିତ ମିଶି କାର୍ଯ୍ୟକ୍ରମ ଟିକୁ ସଫଳ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରି ଥିଲେ । 

0
0
0
s2sdefault