ହେଡଲାଇନସ୍:

-ଫାଷ୍ଟ ଟ୍ରାକ କୋର୍ଟ ମାଧ୍ୟମରେ ପୀଡ଼ିତାଙ୍କୁ ନ୍ୟାୟ ପାଇଁ ଦାବି କଲେ ସାଂସଦ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ରାୟଗଡା ରୁ ବୈକୁଣ୍ଠ ଦୁରିଆ : କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା ଆଜି ରାୟଗଡା ଜିଲ୍ଳା କାଶିପୁର ବ୍ଳକ ଡଙ୍ଗାସିଲ୍ ଗ୍ରାମକୁ ଗସ୍ତ କରିଥିଲେ । ସେଠାରେ ଶତାଧିକ ଦଳୀୟ କର୍ମୀ ତଥା ସମର୍ଥକଙ୍କ ଉପସ୍ଥିତି ରେ ବାଳିକା ଆଶ୍ରମ ବିଦ୍ୟାଳୟକୁ ଯାଇ ତୃତୀୟ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀକୁ ବିଦ୍ୟାଳୟର ପିଅନ୍ ଦୁଷ୍କର୍ମ କରିଥିବା ଭଳି ଲଜ୍ୟାଜନକ ଘଟଣାକୁ ନିନ୍ଦା କରିବା ସହ ଗିରଫ ହୋଇଥିବା ଦୋଷୀ ପିଅନକୁ କଠୋର ଦଣ୍ଡବିଧାନ ସହ ପୀଡିତା ଛାତ୍ରୀକୁ ଫାଷ୍ଟ ଟ୍ରାକ୍ କୋର୍ଟ ମାଧ୍ୟମରେ ନ୍ୟାୟ ପ୍ରଦାନ ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା । ଡ଼ଙ୍ଗାସିଲ ପହଂଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ଗ୍ରାମବାସୀ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିସିକେଶନ ବାଘ ଙ୍କ ସହ ଆଲୋଚନା କରିଥିଲେ । ଆଗାମୀ ଭବିଷ୍ୟତରେ ଯେପରି ଏଭଳି ଆଉ କୈାଣସି ଘଟଣା ନ ଘଟେ ସେଥିପ୍ରତି ଧ୍ୟାନ ଦେବାକୁ ପ୍ରଧାନଶିକ୍ଷକଙ୍କୁ ତାଗିଦ୍ କରିଥିଲେ ସାଂସଦ ସପ୍ତଗରି । ସେହିଭଳି ଦୋଷୀଙ୍କୁ ଗିରଫ କରିବା ପାଇଁ  ପୋଲିସ ଆସିଥିବା ବେଳେ ପୋଲିସ ବସକୁ କିଛି ଲୋକେ ଜାଳିପୋଡି ନଷ୍ଟ କରି ଦେଇଥିବାରୁ ପୋଲିସ ପ୍ରକୃତ ଅପରାଧୀକୁ ଗିରଫ କରନ୍ତୁ କିନ୍ତୁ ଘଟଣାରେ ସଂପୃକ୍ତି ନ ଥିବା ଲୋକଙ୍କୁ ଗିରଫ ନ କରିବା ପାଇଁ ଆଲୋଚନା ବେଳେ ମତାମତ ପ୍ରକାଶ କରିଥିଲେ । ଡଙ୍ଗାସିଲ ଗ୍ରାମରୁ ଫେରିବା ପରେ ସାଂସଦ ଶ୍ରୀ ଉଲାକା ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ଯାଇ ପୀଡିତାଙ୍କ ପରିବାର ସହ ମିଶି ପୀଡିତାର ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିବା ସହ ଏହି ସମୟରେ ଧର୍ଯ୍ୟର ସହ ରହିବାକୁ ପରାମର୍ଶ ଦେଇଥିଲେ ।

ସାଂସଦ ଶ୍ରୀ ଉଲାକାଙ୍କ ଏହି ଗସ୍ତ ସମୟରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସଂପାଦକ ଦୁର୍ଗା ପ୍ରସାଦ ପଣ୍ଡା,ଜିଲ୍ଲା ସଭାପତି ବିଜୟ ଗମାଙ୍ଗ, ରତ୍ନାମଣି ଉଲାକା,ଜିଲ୍ଲା ମହିଳା ସଭାନେତ୍ରୀ ଅମ୍ବିକା ମାଝୀ ,ରାୟଗଡା ବିଧାୟକ ପ୍ରାର୍ଥୀ ଆପଲାସ୍ୱାମୀ କାଡ୍ରକା,ଜିଲ୍ଳା କଂଗ୍ରେସ ଏସି ସେଲ୍ ସଭାପତି ରାଜେନ୍ଦ୍ର ଦୁରିଆ,କାଶିପୁର ବ୍ଳକ ସଭାପତି ଅଙ୍ଗଦ ନାୟକ, ବ୍ଲକ ସମ୍ପାଦକ ଜୟନ୍ତ ବୈଠାରୁ,କିସାନ ସେଲ ଓପିସିସି ଉପସଭାପତି ଦେବେନ୍ଦ୍ର ରାଓ,ଜିଲ୍ଲାପରିଷଦ ସଭ୍ୟା କାଶୀପୁର ଖ ଜୋନ ରଞ୍ଜିତା ନାଏକ ,ଯୁବ କଂଗ୍ରେସ ସଭାପତି ଜୋସେଫ ଖୋସଲା,ଉପସଭାପତି ଡ଼ଙ୍ଗାସିଲ ପଞ୍ଚାୟତ ତୁମ୍ବେଶ୍ୱର ନାଏକ,ସାନ୍ଦୁ ମାଝୀ ଆଦିବାସୀ ନେତା,ଟୁନା ପାଢ଼ୀ,ସେନ ସାହୁ  ଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ ।

0
0
0
s2sdefault