ପଶ୍ଚିମ ଓଡିଶା ବିକାଶ ପରିଷଦର ସମୀକ୍ଷା ବୈଠକ
ଭୁବନେଶ୍ୱର: ବରଗଡ ଜିଲ୍ଲାରେ ଆୟୋଜିତ ହେବ ଜାତୀୟସ୍ତରୀୟ ହସ୍ତତନ୍ତ ସମ୍ମିଳନୀ | ଏଥିପାଇଁ ତିନୋଟି ଜିଲ୍ଲା ତଥା ବରଗଡ, ବୌଦ୍ଧ ଓ ସୋନପୁର ଜିଲ୍ଲାକୁ ନେଇ ଯୁଗ୍ମ କାର୍ଯ୍ୟକାରୀ କମିଟି ଗଠନ କରାଯିବା ବୁଣାକାରଙ୍କୁ ସିଧାସଳଖ ବଜାର ସହ ଯୋଡିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେବା ସମ୍ମିଳନୀରେ ତିନୋଟି ଜିଲ୍ଲାର ହସ୍ତତନ୍ତକୁ ପ୍ରଦର୍ଶନ କରାଯିବା ଏ ଆଜି ବରଗଡ ଜିଲ୍ଲା ସମୀକ୍ଷା ବୈଠକରେ ସୂଚନା ଦେଇଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀା ଜିଲ୍ଲାର ଅନେକ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଆଗାମୀ ଦିନରେ ଏକ ଜାତୀୟ ହସ୍ତତନ୍ତ ସମ୍ମିଳନୀର ଆୟୋଜନ କରାଯିବ ବୋଲି ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତିା
ପଶ୍ଚିମ ଓଡିଶାର ହସ୍ତତନ୍ତ ବିଶ୍ୱବିଦିତା ଏହି ଜାତୀୟସ୍ତରୀୟ ସମ୍ମିଳନୀ ବମକାଇ, ପଶାପାଲି ଓ ସମ୍ବଲପୁରୀ ବାନ୍ଧ, ସୋନପୁରୀ ଶାଢିକୁ ଲୋକଲୋଚନକୁ ଆଣିବା, ନୂତନ ଓ ଅଭିନବ ଡିଜାଇନକୁ ପରିଚିତି ଦେବା, ହସ୍ତତନ୍ତ ବୁଣାକାରଙ୍କ ପାଇଁ ବଜାର ସୃଷ୍ଟି କରିବା, ହସ୍ତଶିଳ୍ପ ଯନ୍ତ୍ରପାତିର ଆଧୁନିକୀକରଣ ଆଦିରେ ସହାୟକ ହେବା
ଆଜିର ସମୀକ୍ଷା ବୈଠକରେ ଅତାବିରା ବ୍ଲକସ୍ଥିତ ଲରମ୍ଭା କଲେଜର ଉନ୍ନତିକରଣ, ବରପାଲିସ୍ଥିତ ଗଙ୍ଗାଧର ସ୍ମାରକୀ ପାର୍କ ଓ ପଦମପୁରରେ ବନ୍ଧ ନିର୍ମାଣର ସମ୍ପୂର୍ଣ୍ଣିକରଣ ନେଇ ବିସ୍ତୃତ ଆଲୋଚନା କରାଯାଇଛିା ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରକଳ୍ପର କାମ ସାରିବାକୁ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତିା ସମୀକ୍ଷା ବୈଠକରେ ବରଗଡ ଜିଲ୍ଲାପାଳ ଶ୍ରୀମତି ମନିଷା ବାନାର୍ଜୀ, ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅଜିତ କୁମାର ମିଶ୍ର, ପରିଷଦର ବୈଷୟିକ ପରାମର୍ଶଦାତା ଶ୍ରୀ ସୁନୀଲ ନାୟକ ଉପସ୍ଥିତ ଥିଲୋ








