ହେଡଲାଇନସ୍:

ବନସ୍ପତି, ସ୍ୱୟଂସିଦ୍ଧା ଓ ବୁଢ଼ାସମ୍ବର କୃଷକ ଉତ୍ପାଦନ କମ୍ପାନୀ ର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗାଇସିଲେଟ/ମନ ଡନସନା- ଗାଇସିଲାଟ ବ୍ଲକ ଅନ୍ତର୍ଗତ କନ୍ଦାଗାଡ ଓ ଜାମୁଟପାଲି ଠାରେ ଆଜି ସକାଳ ୧୦ ଟା ରୁ ଅପରାହ୍ନ ୩ଟା ଯାଏ ବନସ୍ପତି, ସ୍ୱୟଂସିଦ୍ଧା ଓ ବୁଢ଼ା ସମ୍ବର କୃଷକ ଉତ୍ପାଦନ କମ୍ପାନୀ ର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ହଟକିଶୋର ବେହେରା ଡିଡି ଏମ ନୱାର୍ଡ ବରଗଡ । ସମ୍ମାନୀତ ଅତିଥି ଭାବେ ଏଏଓ ମଧୁସ୍ମିତା ମିଶ୍ର, ଏ ଏଚ ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ମଲ୍ଲିକ, ଏ ବି ଭି ଓ ରାନୁ ଦାସ । ଜିଲ୍ଳା ସଂଯୋଜକ ଓଡ଼ିଶା ମିଲେଟ ମିଶନ ଶ୍ରୀଯୁକ୍ତ ସବ୍ୟସାଚୀ ହନୁମାନ । ସିଡିପିଓ ସବିତା ସାହୁ ଗାଇସିଲେଟ । ଦେବଦତ୍ତ କ୍ଳବ୍ ସଂପାଦକ କାହ୍ନୁ ଚରଣ ମାଝୀ ଉପସ୍ଥିତ ଥିଲେ । ସେପଟେ ଗାଇସିଲେଟ ବ୍ଲକ ଜାମୁଟପାଲି ଠାରେ ମଧ୍ୟ ଆଜି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୁଢ଼ା ସମ୍ବର ଉତ୍ପାଦନ କମ୍ପାନୀର ଏମ ଡି ବିଜୟ ମାଝୀ ସିଇଓ କୋଦଣ୍ଡ ଭୋଇ ଭଜମନ ଗର୍ତ୍ତିଆ ବିଓଡି ବନସ୍ପତି କୃଷକ ଉତ୍ପାଦକ କମ୍ପାନୀ ର ବିଓଡ଼ି ପ୍ରଫୁଲ୍ଲ ସିଂ ଠାକୁର, ବୀରେନ୍ଦ୍ର ବାରିକ ସିଇଓ ତୃପ୍ତି ସାହୁ ଓ ସ୍ଵୟଂ ସିର୍ଦ୍ଧା କୃଷକ ଉତ୍ପାଦନ କମ୍ପାନୀର ସିଇଓ ଗଜପତି ସାହୁ, ବିଓଡି ବୀରେନ୍ଦ୍ର ସାହୁ ନାରାୟଣ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଗତ ୨୦୨୨-୦୨୩ ଆର୍ଥିକ ବର୍ଷର ଆୟବ୍ୟୟ ର ହିସାବ ଓ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ ଓ ଆଗାମୀ ବର୍ଷର ଯୋଜନା ଉପସ୍ଥାପନା କରିଥିଲେ । ଶେଷରେ ବ୍ଲକ ସଂଯୋଜକ ରୁଦ୍ର ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

0
0
0
s2sdefault