ଭୁବନେଶ୍ୱର: ଝାରସୁଗୁଡ଼ାର କେନ୍ଦ୍ର ସ୍ଥଳରେ ବେଦାନ୍ତ ଆଲୁମିନିୟମର “ଜୀବିକା ସମୃଦ୍ଧି’ ପ୍ରକଳ୍ପ ଜରିଆରେ ରୂପାନ୍ତରଣ ଓ ଆଶାର କାହାଣୀ ଉଜାଗର ହୋଇଛି । ଏହି ପ୍ରକଳ୍ପରେ ଦୀର୍ଘସ୍ଥାୟୀ କୃଷି ଅଭ୍ୟାସ ଓ ଉନ୍ନତ ଜଳସେଚନ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରାଯାଇଛି ଯାହା ଏହି ଅଂଚଳର ଚାଷୀମାନଙ୍କ ପାଇଁ ଆଶାର ବତି ସାବ୍ୟସ୍ତ ହୋଇଛି । ଏହି ପ୍ରକଳ୍ପର ସଫଳତାକୁ ଏଥିରେ ଅନୁମାନ କରାଯାଇପାରିବ ଯେ ମହାମାରୀ ସମୟରେ ମଧ୍ୟ ଏହା ଦ୍ରୁତ ଆୟ ପ୍ରଦାନ କରିଥିଲା ଏବଂ “ଫାର୍ମ ଟୁ ସପ୍’ ପ୍ଲାଟଫର୍ମ ଜରିଆରେ ଏକ ଦୃଢ଼ ଯୋଗାଣ ଶୃଙ୍ଖଳ ମଡେଲ୍ ସହ ନିଜ ଉତ୍ପାଦିତ ସାମଗ୍ରୀକୁ ସିଧାସଳଖ ବିକ୍ରି କରିବାର ଏକ ପଥ ପ୍ରଶସ୍ତ ହୋଇଥିଲା ।
ଜୀବନରେ ଆଣୁଛି ପରିବର୍ତନ ଏବଂ ଗୋଷ୍ଠୀ ସମୁଦାୟକୁ କରୁଛି ସଶକ୍ତ
ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାର ଗୁଡ଼ିଗାଁ ଗ୍ରାମର ଜଣେ ଚାଷୀ ଅର୍ଜୁନ ନାଏକ ଭାବୁଥିଲେ ଯେ ବର୍ଷତମାତ ଚାଷ କରିବା ପ୍ରାୟ ଅସମ୍ଭବ । ଜଳ ସଙ୍କଟ ଓ ସ୍ୱାସ୍ଥ୍ୟ ସମସ୍ୟା ସହିତ ଜୀବନ ମୋ ପାଇଁ ଏକ ନିତିଦିନିଆ ସଂଘର୍ଷ ଥିଲା କାରଣ ମୋ ପରିବାରକୁ ପାଣି ଆଣିବା ଲାଗି ଦୈନିକ ୨ କିଲୋମିଟର ଯାତ୍ରା କରିବାକୁ ପଡ଼ୁଥିଲା ଯାହା ଆମ ଶକ୍ତି ଓ ସମ୍ବଳ ସାରିଦେଉଥିଲା । ମୋ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ବଢ଼ିବା ଦ୍ୱାରା ଆମ ସମସ୍ୟା ଆହୁରି ବଢ଼ିଯାଇଥିଲା ଯେଉଁଥିପାଇଁ ଦିନ ମଜୁରିଆ ଭାବେ ମୁଁ କାମ ବନ୍ଦ କରିବାକୁ ବାଧ୍ୟ ହୋଇଥିଲି ଯାହା ମୋ ପାଇଁ ଆୟର ଏକମାତ୍ର ମାଧ୍ୟମ ଥିଲା ବୋଲି ସେ କହିଛନ୍ତି ।
“ସେହି କଠିନ ସମୟରେ ବେଦାନ୍ତର “ଜୀବିକା ସମୃଦ୍ଧି’ ଅଭିଯାନ ଆମ ପାଇଁ ଆଶାର କୀରଣ ସାଜିଥିଲା ବୋଲି ଅର୍ଜୁନ କହିଛନ୍ତି । ବେଦାନ୍ତ ପକ୍ଷରୁ ଦିଆଯାଇଥିବା ତାଲିମ ଓ ଜଳସେଚନା ସୁବିଧା ଦ୍ୱାରା ଉଭୟ ମୁଁ ଓ ମୋ ପତ୍ନୀ ଉପକୃତ ହୋଇଥିଲେ ଏବଂ ଟମାଟୋ, ଲଙ୍କା, ମିଠା ମକା ଭଳି ଲାଭକାରୀ ଫସଲରେ ଆମ କ୍ଷେତ ପରିପୂର୍ଣ୍ଣ ହୋଇଥିଲା ଯାହା ସ୍ଥାୟୀ ଆୟକୁ ସୁନିଶ୍ଚିତ କରିଥିଲା । ମୋ ପତ୍ନୀ କବିତା ଜଣେ ଖୁସି ମହିଳା ଯିଏ ପରିବାର ବ୍ୟୟ ପ୍ରତି ପାରଦର୍ଶୀ ଢଙ୍ଗରେ ସହଯୋଗ ପ୍ରଦାନ କରୁଥିବା ବେଳେ ମୋ ମେଡିକାଲ୍ ଖର୍ଚ୍ଚ ବହନ କରିବା ଏବଂ ପିଲାମାନଙ୍କୁ ପାଠ ପଢ଼ାଉଥିବାରୁ ଗର୍ବିତ ମନେ କରୁଛି ।’’
ନରେଶ ପଟେଲ୍ଙ୍କ କାହାଣୀରେ ମଧ୍ୟ ସମାନ ଧରଣର ରୂପାନ୍ତରଣ ପ୍ରତିଫଳିତ ହୋଇଛି । “ପ୍ରାରମ୍ଭିକ ପର୍ଯ୍ୟାୟରେ ମୁଁ ଜଣେ ପାରମ୍ପରିକ ଚାଷୀ ଥିଲି ଯିଏ କେବଳ ଧାନ ଓ କିଛି ପନିପରିବା ଚାଷ କରୁଥିଲା ଯେଉଁଥିରେ ଘର ଚଳାଇବା କଷ୍ଟକର ହେଉଥିଲା । ମାତ୍ର ଯେତେବେଳେ ମୁଁ “ଜୀବିକା ସମୃଦ୍ଧି’ ପ୍ରକଳ୍ପର ଅଂଶ ହେଲି ସବୁ କିଛି ବଦଳିଗଲା । ପ୍ରାକୃତିକ ଉପାୟରେ କିଟ ପରିଚାଳନା ଓ ଅର୍ଗାନିକ ଚାଷ ପଦ୍ଧତି ଉପରେ ତାଲିମ କାର୍ଯ୍ୟକ୍ରମ ମୋତେ ଦୀର୍ଘସ୍ଥାୟୀ କୃଷିର ଏକ ବୃହତର ଦୃଷ୍ଟିକୋଣ ପ୍ରଦାନ କରିଥିଲା ଏବଂ ଜଣେ କୃଷି ଉଦ୍ୟୋଗୀ ହେବା ଲାଗି ମୋ ପାଇଁ ପଥ ପ୍ରଶସ୍ତ କରିଥିଲା । ମୁଁ ଏବେ ଅଦା, ଲଙ୍କା, ଧନିଆ, ଲାଭ ଭଳି ବହୁ ପ୍ରକାର ଲାଭକାରୀ ଫସଲ ଚାଷ କରୁଛି ଯେଉଁଥିରୁ ମୋତେ ଭଲ ଲାଭ ମିଳୁଛି ବୋଲି ନରେଶ କହିଛନ୍ତି ।
ଅର୍ଜୁନ ନାଏକ ଓ ନରେଶ ହେଉଛନ୍ତି ସେହି ୫୨୧ ପରିବାର ମଧ୍ୟରୁ ଅନ୍ୟତମ ଯେଉଁମାନେ ଗୁଡ଼ିଗାଁ, କେଲଡାମାଲ ଓ ସିରିଆପାଲି ଗ୍ରାମରେ ଜୀବିକା ସମୃଦ୍ଧି ପ୍ରକଳ୍ପ ଦ୍ୱାରା ଜୀବନରେ ରୂପାନ୍ତରଣ ଆଣିପାରିଛନ୍ତି ।
ପରିବର୍ତନର ମଞ୍ଜି ବୁଣିବା
ବେଦାନ୍ତ ଲିମିଟେଡ୍, ଝାରସୁଗୁଡ଼ା ପକ୍ଷରୁୁ ଗୋଟିଏ ଗ୍ରାମରେ ୧୧୧ ଜଣ ଚାଷୀଙ୍କୁ ନେଇ ପରୀକ୍ଷାମୂଳକ ଭାବେ ଏହି ଚାଷ ଭିତିକ ସ୍ୱତନ୍ତ୍ର ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟକୁ ଆରମ୍ଭ କରାଯାଇଥିଲା ଯାହା ୨୦୧୭ରେ ଶେଷ ହୋଇଛି । ଏହି ପ୍ରକଳ୍ପର ବିପୁଳ ସଫଳତା ପରେ ଝାରସୁଗୁଡ଼ାର ୩୩୦ ଚାଷୀ ପରିବାରକୁ ନେଇ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରାଯାଇଥିଲା ।
ଏହି ଅଭିଯାନକୁ ଆହୁରି ସଫଳ କରିବା ଲାଗି ଚାଷୀମାନଙ୍କୁ ଉନ୍ନତ କୃଷି ଅଭ୍ୟାସ ଓ ଚାଷର ଦୀର୍ଘସ୍ଥାୟୀ ପଦ୍ଧତି ବିଷୟରେ ତାଲିମ ଦେବା ପାଇଁ କୃଷି ବୈଜ୍ଞାନିକମାନଙ୍କ ସହ ସହଯୋଗିତା ସ୍ଥାପନ କରାଯାଇଥିଲା । ଫସଲ ଯୋଜନା ଓ ପରିଚାଳନା, ଅମଳ ପରିବର୍ତୀ ପରିଚାଳନା, ପ୍ୟାକେଜ୍ ଅଫ୍ ପ୍ରାକ୍ଟିସ୍ (ପିଓପି) ଆଦି କ୍ଷେତ୍ରରେ ଉପରେ ଚାଷୀମାନଙ୍କୁ ୧୩,୦୦୦ରୁ ଅଧିକ ଘଂଟାର ତାଲିମ ପ୍ରଦାନ କରାଯାଇଥିଲା, ଯେଉଁଥିରେ ୮୯%ରୁ ଅଧିକ ଚାଷୀ ଦୀର୍ଘସ୍ଥାୟୀ ଚାଷ ଅଭ୍ୟାସରୁ ଲାଭବାନ ହୋଇଥିଲେ ।
ବିପୁଳ ଅମଳ କରିବା ବର୍ତମାନ ଏହି ପ୍ରକଳ୍ପର ଅଂଶ ଥିବା ଚାଷୀମାନେ ଉନ୍ନତ ଜଳସେଚନ ସୁବିଧା ପାଇଁ ବର୍ଷତମାମ ଚାଷ କରୁଛନ୍ତି ଯାହା ବର୍ଷା ଉପରେ ସେମାନଙ୍କ ନିର୍ଭରଶୀଳତାକୁ କମ୍ କରିଛି । ଏଥି ସହିତ ଲାଭକାରୀ ଫସଲକୁ ଗ୍ରହଣ ବଢ଼ିଥିବାରୁ ୭୭% ଚାଷୀଙ୍କ ମାସିକ ଆୟରେ ୫୦%ର ବୃଦ୍ଧି ଘଟିଛି ।
ଏହି ପ୍ରକଳ୍ପ ସହ ଯୋଡ଼ି ହୋଇଥିବା କୋଲିବିରା ବ୍ଲକ୍ର ସହକାରୀ ଉଦ୍ୟାନକୃଷି ଅଧିକାରୀ ଶ୍ରୀ ସୁରେନ୍ଦ୍ର ଡେଲକି କହିଛନ୍ତି ଯେ, “ଉନ୍ନତ କୃଷି ଅଭ୍ୟାସ ସହିତ ଜମି ଓ ଜଳ ପରିଚାଳନାର ଶ୍ରେଷ୍ଠ ପ୍ରଥା ବିଷୟରେ ଅବଗତ କରାଯାଇଥିବାରୁ ଜୀବିକା ସମୃଦ୍ଧି ବଡ଼ ଧରଣର ଚାଷୀ ପରିବାର ଉପରେ ସକାରାତ୍ମକ ପ୍ରଭାବ ପକାଇଛି । ବର୍ତମାନ ଏହି ଅଂଚଳର ୨୦୦ ଏକରୁ ଅଧିକ ଜମିରେ ଉଚ୍ଚ ଲାଭକାରୀ ଫସଲ ଚାଷ ହେଉଥିବାରୁ ବର୍ଷତମାମ ବିପୁଳ ଅମଳ ସୁନିଶ୍ଚିତ କରାଯାଇପାରିଛି ।’’
ପ୍ରତିଶ୍ରୁତିପୂର୍ଣ୍ଣ ସବୁଜ ଭବିଷ୍ୟତ ଏବେ କାର୍ଯ୍ୟକାରୀତାର ତୃତୀୟ ପର୍ଯ୍ୟାୟରେ ବେଦାନ୍ତର “ଜୀବିକା ସମୃଦ୍ଧି’ ପ୍ରକଳ୍ପ ଝାରସୁଗୁଡ଼ା ଜିଲ୍ଲାର ଦୁଇଟି ଗ୍ରାମ ପଂଚାୟତ (ଡାଲ୍କି ଓ ପରମାଣପୁର)ର ଆଉ ତିନିଟି ଗ୍ରାମରେ ଏହାର ପରିସୀମା ବ୍ୟାପକ କରିବାକୁ ପ୍ରସ୍ତୁତ ହୋଇଛି ।
ଏହି ପ୍ରକଳ୍ପର ତୃତୀୟ ପର୍ଯ୍ୟାୟରେ ଜଳବାୟୁ ସହନଶୀଳ କୃଷି ଅଭ୍ୟାସ, ମୃତିକା ଓ ଜଳ ସଂରକ୍ଷଣ ଢ଼ାଂଚା ସ୍ଥାପନ କରିବା ଏବଂ ଭରସାଯୋଗ୍ୟ ଜଳସେଚନ ସମ୍ବଳରେ ଉନ୍ନତି ଆଣିବା ପାଇଁ ସହାୟକ ଜଳସେଚନ ବ୍ୟବସ୍ଥା (ସୌର ଓ ଡ୍ରିପ୍ ଜଳସେଚନ ଭଳି) ଚାଷୀମାନଙ୍କୁ ତାଲିମ ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି ।
ସମନ୍ୱିତ କିଟ ପରିଚାଳନା (ଆଇପିଏମ୍) ଏବଂ ସମନ୍ୱିତ ପୁଷ୍ଟି ପରିଚାଳନା (ଆଇଏନ୍ଏମ୍) ଜରିଆରେ ଫସଲ ପରିଚାଳନା ଅଭ୍ୟାସକୁ ରୁଦ୍ଧିମନ୍ତ କରି ଦୀର୍ଘସ୍ଥାୟୀ କୃଷିକୁ ତ୍ୱରାନ୍ୱିତ କରିବା ଲାଗି ଏହି ପ୍ରକଳ୍ପରେ ଲକ୍ଷ୍ୟ ରଖାଯାଇଛି । ସ୍ଥାନୀୟ ଅନୁଷ୍ଠାନ, ଗୋଷ୍ଠୀ ଭିତିକ ସଂଗଠନ, ଜଳ ବ୍ୟବହାରକାରୀ ଦଳ, ଚାଷୀଙ୍କ ଉତ୍ପାଦକ ଦଳ, ଗ୍ରାମ୍ୟ ଉନ୍ନୟନ କମିଟି ଏବଂ ସେହିଭଳି ଧରଣର ମାଧ୍ୟମ ଜରିଆରେ ବଜାର ସହ ସମ୍ପର୍କ ସ୍ତାପନ କରିବା ଲାଗି ଚାଷୀମାନଙ୍କୁ ପରିଚିତ କରାଯାଉଛି ।
ଯେଉଁ ଦୁନିଆରେ ସାଧାରଣତଃ ସଫଳତାକୁ ଲାଭରେ ମପାଯାଏ ବେଦାନ୍ତର “ଜୀବିକା ସମୃଦ୍ଧି” ପ୍ରକଳ୍ପ ଏକ ଭିନ୍ନ କାହାଣୀ ବର୍ଣ୍ଣନା କରୁଛି । ଏହାର ଅଭିବୃଦ୍ଧି କାହାଣୀ ଗୋଷ୍ଠୀ ସମୁଦାୟର କଲ୍ୟାଣ ସହ ଯୋଡ଼ି ହୋଇରହିଛି ଯାହା ହେଉଛି "ଯେତବେଳେ ମିଳିତ ଭାବେ ସମୃଦ୍ଧ ହେବ ବାସ୍ତବ ସମୃଦ୍ଧି ହୋଇଥାଏ" କଥାକୁ ପ୍ରମାଣିତ କରୁଛି ।








