ବିରୋଧୀ ବିକାଶମୂଳକ କାର୍ଯ୍ୟ କୁ ସହ୍ୟ କରିନପାରି ବିଭିନ୍ନ ରାଜନୈତିକ ଷଡ଼ଯନ୍ତ୍ର କରୁଛି ଯାହା ସମ୍ପୂର୍ଣ୍ଣ ଭିତ୍ତିହୀନ l
(ଭୁବନେଶ୍ୱର- ଶାସକପ୍ରଶାସକ) : ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣା ରେ ମୁହଁ ଖୋଲିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା l ବିଧାୟକ ଶ୍ରୀ ଜେନା ଙ୍କ ମତ ଅନୁଯାୟୀ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ସହ୍ୟ କରିନପାରି କେବଳ ରାଜନୈତିକ ଉଦେଶ୍ୟମୂଳକ ଭାବେ ମାହାଙ୍ଗା ବିରୋଧୀ ନେତା ମୋତେ ଫସେଇବାକୁ ଚେଷ୍ଟା କରୁଛନ୍ତି, ଯେଉଁ ଘଟଣାରେ ପୂର୍ବରୁ ପ୍ରକୃତ ଆସାମୀ ମାନଙ୍କୁ ପୋଲିସ ଗିରଫ କରିବା ସହିତ ଦଣ୍ଡ ପ୍ରଦାନ କରିସାରିଛି ଏବଂ ସମସ୍ତ ଅଭିଯୁକ୍ତ ମାନେ ନିଜର ଅପରାଧ କୁ ନିଜ ମୁହଁରେ ମିଡ଼ିଆ ଏବଂ ଆଇନ ପ୍ରଶାସନ ସମ୍ମୁଖରେ ମାନି ସାରିଛନ୍ତି, ଏପରିକି ମାହାଙ୍ଗା ବିରୋଧୀ ନେତା ଶାରଦା ପ୍ରଧାନ ଭୋଟରେ ବାରମ୍ୱାର ପରାଜୟ ହେଲାପରେ ଇର୍ଷାନ୍ୱିତ ହୋଇ ମୋତେ ଫସେଇବାକୁ ଚେଷ୍ଟା କରୁଛନ୍ତି ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଛନ୍ତି l ଏପରିକି ବିଧାୟକ ଶ୍ରୀ ଜେନା ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି କି ଯେଉଁମାନେ ମୋ ବିରୁଧରେ କୋର୍ଟ ରେ କିଛି ମିଥ୍ୟା ଅଭିଯୋଗ କରିଛନ୍ତି ସେମାନଙ୍କର ନାରକୋ ଷ୍ଟେଷ୍ଟ କରାଯିବା ସହିତ ମୋର ବି ନାରକୋ ଷ୍ଟେଷ୍ଟ କରାଯାଉ ସତ୍ୟ କଣ ଏବଂ ମିଥ୍ୟା କଣ ତାହା ଲୋକଲୋଚନକୁ ଆସିଯିବ ବୋଲି ବିଧାୟକ ପ୍ରତାପ ଜେନା ପ୍ରକାଶ କରିଛନ୍ତି l ତେବେ ବହୁ ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି ମାହାଙ୍ଗା କୁ ନିଜର ମା ପରି ଆଦର କରି ବିଧାୟକ ପ୍ରତାପ ଜେନା ମାହାଙ୍ଗା ର ବିକାଶମୂଳକ କାର୍ଯ୍ୟରେ ନିଜକୁ କାୟମନ ଓ ବାକ୍ୟ ରେ ମନ ନିବେଶ କରିଛନ୍ତି ଓ ଏଥିରେ ସଫଳତା ର ଶୀର୍ଷ ରେ ପହଞ୍ଚିଛନ୍ତି, ହୁଏତ ଏକ କଳା ବାଦଲ ଖଣ୍ଡ ସୃଷ୍ଟି କରି ପ୍ରତାପ ଜେନାଙ୍କ ପରି ପ୍ରଚଣ୍ଡ ଦେଦୀପ୍ୟ ମାନ ସୂର୍ଯ୍ୟ ଙ୍କୁ ଘଡ଼ାଇବାର ଅପଚେଷ୍ଟା ବିରୋଧୀ ମାନେ କରୁଛନ୍ତି ଯାହା କେବେବି ସମ୍ଭବ ହେବ ନାହିଁ ବୋଲି ପ୍ରକାଶ କରିଛନ୍ତି l ଏପରିକି ବିଧାୟକ ପ୍ରତାପ ଜେନା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ରେ ବହୁ ବିକାଶମୂଳକ କାର୍ଯ୍ୟ କରି ବାରମ୍ବାର ବିଜୁ ଜନତା ଦଳ ର ଜଣେ ବିଜୟୀ ବିଧାୟକ ଭାବେ ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳବାସୀ ଙ୍କ ପ୍ରିୟର ପାତ୍ର ହେଲାପରେ ବିରୋଧୀ ଙ୍କୁ ବାରମ୍ବାର ବହୁ ଭୋଟ ବ୍ୟବଧାନ ରେ ହରାଇ ଆସୁଛନ୍ତି, ଯାହାପାଇଁ ବିରୋଧୀ ଭୋକ ବିକଳ ରେ ତାଟିଆ କାମୁଡିବା ଭଳି କୁ ଚକ୍ରାନ୍ତ କରିଚାଲିଛି ଯାହା କେବେବି ସଫଳ ହେବ ନାହିଁ ବୋଲି ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବହୁ ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି l








