ହେଡଲାଇନସ୍:

ଜଗତସିଂହପୁର ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୨୫.୦୯.୨୦୨୩/ସୁମନ୍ତ କୁମାର ଦାସ: ଆଜି ଅପରାହ୍ନ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଆଞ୍ଚଳିକ ପରିବହନ ପ୍ରାଧିକରଣ ଆନୁକୁଲ୍ୟ ରେ ଜିଲ୍ଲା ସଡକ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ଏହି ବୈଠକ ରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାଓ୍ବରୀ ଜିଲ୍ଲା ରେ ସଡକ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।୨୦୨୩ ରେ ଦୁର୍ଘଟଣା ଜନିତ ମୃତ୍ଯୁ ହାର ପୂର୍ବ ବର୍ଷ ଅପେକ୍ଷା କମ ରହିଛି ଯାହାକି ଜିଲ୍ଲା ପାଇଁ ଏକ ଭଲ ସୂଚନା ବୋଲି ଜିଲ୍ଲାପାଳ କହିଥିଲେ।ତଥାପି ଦୁର୍ଘଟଣାର ହାର ହ୍ରାସ କରିବା ପାଇଁ ସେ ପୋଲିସ ଓ ପରିବହନ ବିଭାଗ କୁ ଆହୁରି ସଜାଗ ହୋଇ ଆଇନ ର ଉପଯୋଗ ସହ ଆବଶ୍ୟକ ସ୍ଥଳେ ଆଇନ ଅମାନ୍ଯକାରୀ ମାନଙ୍କ ପାଇଁ ଦଣ୍ଡ ବିଧାନ କରିବାକୁ ପରାମର୍ଶ ଦେଇଥିଲେ।

ଗାଡି ଚଲାଇବା ସମୟରେ ମୋବାଇଲ ରେ କଥା ହେବା ସଂପ୍ରତି ଦୁର୍ଘଟଣାର ଏକ ପ୍ରମୁଖ କାରଣ ଏବଂ ଉଭୟ ପୋଲିସ ଓ ପରିବହନ ବିଭାଗ ଏଥିପ୍ରତି ବିଶେଷ ଧ୍ୟାନ ଦେବାପାଇଁ ଜିଲ୍ଲାପାଳ କହିଥିଲେ।ସେହିପରି ୪୦ ବର୍ଷ ରୁ ଉର୍ଦ୍ଧ୍ବ ପ୍ରତ୍ୟେକ ବ୍ୟକ୍ତି ଙ୍କର ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁ କରିବା ପାଇଁ କହିଥିଲେ।ପୂର୍ବ ବୈଠକ ର ନିଷ୍ପତ୍ତି ଅନୁଯାୟୀ ଜିଲ୍ଲାର ୧୧୦ଟି ବିଦ୍ୟାଳୟ, ଯାହାର ମୁଖ୍ଯ ଫାଟକ ରାସ୍ତାର ପାର୍ଶ୍ବ ରେ ରହିଛି, ସେଗୁଡିକର ଅନ୍ୟତ୍ର ସୁବିଧାଜନକ ଉପରାସ୍ତା ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ । ଏଥିସହିତ ରାସ୍ତାର ବ୍ଲାକ ସ୍ପଟ ଚିହ୍ନଟ ଏହାର ପ୍ରତିକାର, ରାସ୍ତା ପାର୍ଶ୍ଵବର୍ତ୍ତୀ ବୃକ୍ଷ ର ପେଣ୍ଟିଂ କରିବା,ନୋ ପାର୍କିଂ ଜୋନ ରେ ସାଇନବୋର୍ଡ ଲଗାଇବା,ଟ୍ରାଫିକ ମ୍ୟାନେଜମେଣ୍ଟ,ପୌରାଞ୍ଚଳ ରେ ବୁଲାପ୍ରାଣୀ ସମସ୍ୟା,ରକ୍ଷକ କାର୍ଯ୍ୟକର୍ତ୍ତା ଙ୍କ ପ୍ରଶିକ୍ଷଣ, ସୁବାହକ ଯୋଜନା ସଡକ ସୁରକ୍ଷା ପାର୍ଲିଆମେଣ୍ଟ କମିଟି ଗଠନ, ବ୍ରିଜ୍ ଗୁଡିକ ର ଭାଙ୍ଗିଯାଇଥିବା ବାଡା ଗୁଡିକର ମରାମତି ଆଦି ବିଷୟ ରେ ଆଲୋଚନା କରାଯାଇଥିଲା । ଆଗାମୀ ଦୁର୍ଗାପୂଜା କୁ ଆଖି ଆଗରେ ରଖି ଦୁର୍ଘଟଣା କୁ ଏଡାଇବା ପାଇଁ ଦୋକାନ ଗୁଡିକୁ ମୁଖ୍ଯ ରାସ୍ତାଠାରୁ ଦୂରତା ରଖିବା ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ମ୍ୟୁନିସିପାଲଟି କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ବୈଠକ ରେ ଜିଲ୍ଲା ପରିଷଦ ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରୁଦ୍ର ନାରାୟଣ ଦାଶ, ଅତିରିକ୍ତ ଜିଲ୍ଲାପାଳ (ପାରାଦ୍ବୀପ) ଶ୍ରୀ ଲଗ୍ନଜିତ ରାଉତ,ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅମରେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ।ଅନ୍ୟମାନଙ୍କ ମଧ୍ଯରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମୁଖ୍ଯ ପ୍ରାଣୀ ଚିକିତ୍ସା ଅଧିକାରୀ,ଜିଲ୍ଲା ତଥା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ,ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଏନ ଏଚ ଏ ଆଇ ର ଅଧୀକ୍ଷଣ ଯନ୍ତ୍ରୀ, ବସ ଓ ଟ୍ରକ ମାଲିକ ସଂଘ ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ନିର୍ମଳ ମହାନ୍ତି କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ।

0
0
0
s2sdefault