ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ବିନ୍ଧ୍ୟବାସିନୀ କ୍ଲବ ଠାରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଏକ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଉକ୍ତ ବୈଠକରେ ଏନ୍.ଏ.ସି ଅଧ୍ୟକ୍ଷା ସାବିତ୍ରୀ ବାଗ, କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ, କାଉନ୍ସିଲର କ୍ଷୀର ସାନବର୍ଷା, ପି.ଏଚ.ଡି କନିଷ୍ଠ ଯନ୍ତ୍ରୀ ପଦ୍ମନାଭ ମାଝୀ ଯୋଗଦେଇ ୱାର୍ଡନଂ୦୧ ର ୧୨ ଗୋଟି ଅଭିଯୋଗ ର ଶୁଣାଣୀ କରିଥିଲେ l ଏହି କାର୍ଯ୍ୟକ୍ରମରେ ୱାର୍ଡ ର ବୟୋଜ୍ୟେଷ୍ଠ ବ୍ୟକ୍ତି ଏବଂ ଏନ୍.ଏ.ସି ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l









