ହେଡଲାଇନସ୍:

ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଜିଲ୍ଲାସ୍ତରରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରି ଏହି ଦିବସ ପାଳନ ନିମନ୍ତେ ସମସ୍ତଙ୍କର ଅକୁଣ୍ଠ ସହଯୋଗ କାମନା କରି କହିଥିଲେ ଯେ, ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଅକ୍ଟୋବର ୧ ତାରିଖରେ ବରିଷ୍ଠ ନାଗରିକ ଦିବସ ଜିଲ୍ଲାସ୍ତରରେ ପାଳନ କରାଯିବ । ଏହି ପରିପ୍ରେକ୍ଷୀରେ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ଏକ ସ୍ବାସ୍ଥ୍ୟସେବା ଶିବିର ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ । ପ୍ରତ୍ୟେକ ବ୍ଲକରୁ ପ୍ରାୟ ୫୦ରୁ ୬୦ଜଣ ବରିଷ୍ଠ ନାଗରିକ ବ୍ଲକ
ସାମାଜିକ କଲ୍ୟାଣ ଅଧିକାରୀମାନଙ୍କ ଦ୍ବାରା ସ୍ଵାସ୍ଥ୍ୟ ଶିବିରକୁ ଆଣିବାର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଆଂଚଳିକ ପରିବହନ ଅଧିକାରୀ ବ୍ଲକମାନଙ୍କୁ ବସ ଯୋଗାଇ ଦେବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ଏହା ସହିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବୈଠକର ମଧ୍ୟ ଆୟୋଜନ କରାଯାଇଛି । ଏହି ଦିବସ ପାଳନ ଅବସରରେ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇ ପୁରସ୍କୃତ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି ।
ପ୍ରତିଯୋଗିତାଗୁଡ଼ିକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତତ୍ୱାବଧାନରେ କରାଯିବା ପାଇଁ ସ୍ଥିର କରାଯାଇଛି । ଦିବା ୧୦ଘଟିକା ସମୟରୁ ସ୍ୱାସ୍ଥ୍ୟସେବା ନିମନ୍ତେ ଆସିଥିବା ବରିଷ୍ଠ ନାଗରିକମାନଙ୍କର ପଂଜୀକରଣ ଆରମ୍ଭ କରାଯିବ । ଏହି ସ୍ଵାସ୍ଥ୍ୟ ଶିବିରରେ ଚକ୍ଷୁ, ଅସ୍ଥିଶଲ୍ୟ, ଭେଷଜ, କର୍ଣ, ନାସା, ଗଳା ଇତ୍ୟାଦି ବିଭାଗର ବିଶେଷଜ୍ଞମାନେ ସେବା ଯୋଗାଇ ଦେବାର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରକାଶ କରିଥିଲେ । ଏହି ବୈଠକକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧ୍ୟାକାରୀ ସଂଯୋଜନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା , ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ,ଆଂଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ପରିଡ଼ା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧୂକାରୀ ଡା.ରମାକାନ୍ତ ପଣ୍ଡା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ କୁମାର ନାୟକ, ନୟାଗଡ଼ ପୌର ପରିଷଦର ନିର୍ବାହୀ ଅଧିକାରୀ ସୁଶ୍ରୀ ସ୍ୱାତୀ ମିଶ୍ର, ଜିଲ୍ଲା ବରିଷ୍ଠ ନାଗରିକ ମଂଚ, ଜିଲ୍ଲା ଏଲଡରସ
ଭିଜନ ଏବଂ ଆକ୍ସନ ଗ୍ରୁପ୍‌, ବରିଷ୍ଠ ନାଗରିକ ସୁରକ୍ଷା ମଂଚ ଲେଖନପୁର, ମହାବୀର ବରିଷ୍ଠ ନାଗରିକ ସଂଘ ସୁନାଖଳା,ସମର୍ପଣ ଇତ୍ୟାଦି ଅନୁଷ୍ଠାନମାନଙ୍କର କର୍ମକର୍ତ୍ତାମାନେ, ସମସ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧ୍ୟାରୀମାନେ ଉପସ୍ଥିତ ଥିଲେ ।

0
0
0
s2sdefault